ହେଡଲାଇନସ୍:

ପଦ୍ମପୁର ବ୍ଳକରେ ବିଜୁ  କୃଷକ ଯୋଜନାର ଶୁଭାରମ୍ଭ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକର ଟାଲ ଗ୍ରାମରେ ଗତ ୨୧ ତାରିଖ ଦିନ ଓଡିଶା ସରକାରଙ୍କ ବିଜୁ କୃଷକ ଯୋଜନା ଅନ୍ତର୍ଗତ ଗଭୀର ନଳକୁପ ସେଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଭୀର ନଳକୁପ ପାଇଁ ଆବେଦନ କରିଥିବା ଗ୍ରାମର ଚାଷୀଙ୍କ ଚାଷ ଜମିରେ ଗଭୀର ନଳକୁପ ଖନନ କରାଯାଇ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ବସନ୍ତ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ପୁର୍ବତନ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହା ଏହି କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭବାରେ ଯୋଗ ଦେଇଥିବା ବେଳେ ପଶ୍ଚିମ ଓଡିଶା ବିକାଶ ପରିଷଦ ବିଶେଷଜ୍ଞ ସଦସ୍ୟ ନାରାୟଣ ସାହୁ ଏବଂ ଚାଷୀନେତା କିଶୋର ଦେବତା ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ଥିଲେ । ସଭାରେ ବକ୍ତାମାନେ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଗୁଡିକ ବିଷୟରେ ଗ୍ରାମବାସୀଙ୍କ ସହ ବିଶଦ ଭାବରେ ଆଲୋଚନା କରିଥିଲେ । ମରୁଡି ପ୍ରପିଡିତ ଏହି ଅଂଚଳରେ ଚାଷୀଙ୍କୁ ଜଳସେଚନ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଓଡିଶା ସରକାର ପୁଣି ଥରେ ଏହି ଯୋଜନାର ଶୁଭାରମ୍ଭ କରିଥିବାରୁ ଗ୍ରାମରେ ବ୍ୟାପକ ଉତ୍ସାହିତ  ଦେଖା ଦେଇଥିଲା ଏବଂ ଚାଷୀମାନେ ଓଡିଶା ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ  । 

0
0
0
s2sdefault