ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ବୁଧବାର) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଉତ୍କଳ ସାମ୍ବାଦିକ ସଂଘର ଗଜପତି ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି।
ଆର୍ ଆର୍ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ବହୁ ସଦସ୍ୟ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ପରେ ସଙ୍ଘ ପକ୍ଷରୁ ଏହି ସବୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଯଥା :- ସଙ୍ଘର ସମସ୍ତ ସଦସ୍ୟଙ୍କୁ ମିଳିବ ବୀମା ସହ ତ୍ୱରିତ ଆର୍ଥିକ ଏବଂ ଆଇନଗତ ସହାୟତା। ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଏନେଇ ନିଆଯାଇଛି ବଡ଼ ନିଷ୍ପତ୍ତି। ଗଠିତ ହେଲା ଜିଲ୍ଲା ସ୍ତରୀୟ ସାମ୍ବାଦିକ କଲ୍ୟାଣ ପାଣ୍ଠି। ଜଟିଳ ପରିସ୍ଥିତିରେ ସାମ୍ବାଦିକଙ୍କୁ ଏଥିରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ , ସମୟ ସମୟରେ ଆକ୍ରୋଶର ଶିକାର ହୋଇଥିବା ସାମ୍ବାଦିକଙ୍କୁ ଆଇନ ଗତ ସହାୟତା ଯୋଗାଇ ଦେବାକୁ ଏକ ଅଭିଜ୍ଞ ଆଇନଜୀବୀଙ୍କୁ ସଙ୍ଘ ପକ୍ଷରୁ ନିଯୁକ୍ତି ଦିଆଯାଇଛି।
ଏଥିସହ ସଙ୍ଘର ସମସ୍ତ ସଦସ୍ୟଙ୍କୁ ବୀମାଭୁକ୍ତ କରାଯାଇଛି , ଫଳରେ କୌଣସି ଦୁର୍ଘଟଣା ଅବା ଅଘଟଣ ସମୟରେ ଚିକିତ୍ସା ବାବଦକୁ ଅବା ପରିବାର ବର୍ଗଙ୍କୁ ବୀମା ରାଶି ପାଇପାରିବେ ସେଥି ନିମନ୍ତେ ବ୍ୟବସ୍ଥା କରିବାକୁ ନିସ୍ପତି ଗ୍ରହଣ କରାଯାଇଛି । ଅନେକ ସମୟରେ ଏହି ସବୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସାମୁହିକ ଭାବେ ସରକାରଙ୍କୁ ଅନୁରୋଧ କରିଆସୁଛନ୍ତି ବିଭିନ୍ନ ସାମ୍ବାଦିକ ସଂଘ କିନ୍ତୁ ଜିଲ୍ଲା ସ୍ତରରେ ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଏଭଳି ସାମ୍ବାଦିକଙ୍କ ହିତ ପାଇଁ ପ୍ରେରଣାଦାୟୀ ପଦକ୍ଷେପ ନିଆଯାଇଛି ଯାହାକୁ ନେଇ ସାମ୍ବାଦିକ ମହଲରେ ଖୁସି ବ୍ୟକ୍ତ କରାଯାଇଛି।
ବୈଠକରେ ସଙ୍ଘର ପୂର୍ବତନ ଜିଲ୍ଲା ସଭାପତି ଅବସର ଘୋଷଣା କରିବା ପରେ ସର୍ବ ସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଙ୍ଘର ନୂତନ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଦ୍ବୀଜେନ୍ଦ୍ରନାଥ ପାଢୀଙ୍କୁ ଚୟନ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ସରୋଜ ବିରଙ୍କୁ ଚୟନ କରାଯାଇଛି । କାର୍ଯ୍ୟକାରୀ ସଭାପତି ଭାବେ ସୁଜିତ ବିଷୋୟୀ ଓ ଉପ ସଭାପତି ଭାବେ ପଞ୍ଚାନନ ଦାସ ଓ ସନ୍ତୋଷ ପଟ୍ଟନାୟକ ଏବଂ ସହ ସମ୍ପାଦକ ଭାବେ ସୁଜିତ ପ୍ରଧାନ ଏବଂ କୋଷାଧ୍ୟକ୍ଷ ଭାବେ ଦିଲ୍ଲିପ ଶତପଥୀ ମନୋନିତ ହୋଇଛନ୍ତି । ଆଇନଗତ ପରାମର୍ଶଦାତା ଭାବେ ଆଇନଜୀବୀ ବି ପ୍ରବୀଣ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି।
ଉପଦେଷ୍ଟା ମଣ୍ଡଳୀ ଭାବେ ଭଗବତ ପାଢ଼ୀ , ପ୍ରଦୀପ ନାୟକ , ବିଧାନ ଚୈଧୁରୀ , ହୃଷିକେଶ ଗୌଡ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ବିଧାନ ଚୌଧୁରୀ , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ବରିଷ୍ଠ ସାମ୍ବାଦିକ ପ୍ରେମଲାଲ ମିଶ୍ର , ପ୍ରଶାନ୍ତ ମିଶ୍ର , ଲୋକୋନାଥ ପଣ୍ଡା , ସୂର୍ଯ୍ୟ ପରାଗ ଛିଞ୍ଚାଣି , ଭଗବାନ ନାୟକ , ବିବେକାନନ୍ଦ ବେହେରା ପ୍ରମୁଖଙ୍କୁ ଚୟନ କରାଯାଇଛି । ତେବେ ଜିଲ୍ଲା ସ୍ତରରେ ସାମ୍ବାଦିକଙ୍କ ନିମନ୍ତେ ଉତ୍ସର୍ଗୀକୃତ ଭାବେ ସଙ୍ଗଠନ କାର୍ଯ୍ୟ କରିବ ବୋଲି କହିଛନ୍ତି ସଭାପତି ଦ୍ବୀଜେନ୍ଦ୍ରନାଥ ପାଢୀ।
ରାଜ୍ୟ
ଉତ୍କଳ ସାମ୍ବାଦିକ ସଂଘର ଗଜପତି ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ : ନୂତନ କର୍ମକର୍ତ୍ତା ଚୟନ
- Hits: 6








