ହେଡଲାଇନସ୍:

ଓପିଜିସି ତରଫରୁ ଦଲଗାଁ ରେ ଚକ୍ଷୁ ଚିକିତ୍ସା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଇବଥର୍ମାଲ, ୧୩/୦୩/୨୦୨୬ : ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଝାରସୁଗୁଡା ଜିଲ୍ଲାର ଦଲଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି| କେୟାର ନେତ୍ରମ, ଭୁବନେଶ୍ୱର ର ସହଯୋଗରେ ଏହି ଶିବିର ଆୟୋଜିତ ହୋଇଥିଲା | ସନ୍ତୋଷ ରୋହିଦାସ ଦଲଗାଁ ସରପଞ୍ଚ ଙ୍କ ଦ୍ବାରା ଏହି ଶିବିର ଉଦ୍‌ଘାଟିତ ହୋଇଥିଲା I ଏହି ଅବସରରେ ଓପିଜିସିର ବରିଷ୍ଠ ଅଧିକାରୀ ହିମାଂଶୁ ଭୂଷଣ ବେହେରା ଏବଂ କେୟାର ନେତ୍ରମ ର ମେଡିକାଲ ଟିମ ଉପସ୍ଥିତ ଥିଲେ ।

 ଏହି ଶିବିର ସକାଳ ୯.୦୦ ଘଟିକା ରୁ ଆରମ୍ଭ ହୋଇ ଅପରାହ୍ନ ୪.୦୦ ଘଟିକା ପର୍ଯ୍ୟନ୍ତ ଚାଲିଲା I ଆଖପାଖ ୧୮ ଟି ଗ୍ରାମ ଯଥା ଦଲଗାଁ, ବାସୁପଲି, ବାଲିଆମୁଣ୍ଡା ବେଜିବନ୍ଧ, ଯମୁନା, ଫଲସଢ଼ିପ, ଗୁଡ଼ିଆଳି, ଡୁଡୁଳସିଂଗା, କାର୍ପବାହାଲ, ନେଗୀପାଲି, ଖମାରଡ଼ିହି, ବନ୍ଧବାହାଲ ଆଦି ଗ୍ରାମ ଗୁଡ଼ିକରୁ ୨୮୮ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୧୫୭ ମହିଳା ଓ ୧୩୧ ପୁରୁଷ I ସମୁଦାୟ ୨୫ ୧ ଙ୍କୁ ଦୃଷ୍ଟିଶକ୍ତି ସଂଶୋଧନ ପାଇଁ ବିନାମୂଲ୍ୟରେ ଚଷମା ଯୋଗାଇ ଦିଆଯାଇଥିଲା । ୩୫ ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରାଯାଇଥିଲା ।

 ଓପିଜିସି ସିଏସଆର ଦଳର ସଦସ୍ୟ ହିମାଂଶୁ ଭୂଷଣ ବେହେରା, ତାପସ ପଣ୍ଡା, ଅମର ସିଂ, ଏହି ଶିବିରର ସଂଯୋଜନା କରିବାରେ ସାହାଯ୍ୟ କରିଥିଲେ।

0
0
0
s2sdefault