ହେଡଲାଇନସ୍:

ରାଇକିଆ ଓ ଟୀକାବାଲି ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ତିନି ଆଦିବାସୀ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

..

କନ୍ଧମାଳ(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପାଙ୍ଗା ଗ୍ରାମପଂଚାୟତ ଡାମ୍ବା ଗ୍ରାମରେ ଶୁକ୍ରବାର ରାତ୍ରିରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ଶନିବାର ଭୋରୁ 4ଟା ସମୟରେ ଟିକାବାଲି ବ୍ଲକ ପାବୁରିଆ ଗ୍ରାମପଞ୍ଚାୟତ ନେଡିନାଜୁ ଗ୍ରାମର ଜଣେ ଯୁବକଙ୍କ ସିନ୍ଦୁର ପାଙ୍ଗା ଠାରେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି l ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଉଇଛି l ମୃତକ ମାନେ ହେଲେ ଡାମ୍ବା ଗ୍ରାମର ବାମଦେବ ପ୍ରଧାନ(63), କୀର୍ତନ ବଗର୍ତି (70) ଓ ପାବୁରିଆ ସ୍ଥିତ ନେଡିନାଜୁ ଗ୍ରାମର ଦୁରା ପ୍ରଧାନ(33) I ଘଟଣାଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ଡାମ୍ବା ଗ୍ରାମର ତିନି ଜନ ବ୍ୟକ୍ତି ସନ୍ଧ୍ୟା ସମୟରେ ନିକଟସ୍ଥ ଜଙ୍ଗଲକୁ ସଲପ ରସ ପିଇବାକୁ ଯାଇ ହାତୀ ସମ୍ମୁଖରେ ପଡ଼ିଥିଲେ l ଏହି ସମୟରେ ହାତୀ ଦୁଇ ଜଣଙ୍କୁ କଚାଡି ମାରିଥିଲା l ଅନ୍ୟ ଜଣେ ସେଠାରୁ ଦୌଡ଼ି ଆସି ଗ୍ରାମବାସୀଙ୍କୁ ଜଣାଇ ଥିଲା l ସେହି ପରି ପାବୁରିଆ ଗ୍ରାମର ତିନି ଜଣ ବ୍ୟକ୍ତି ଆଜି ଭଅରୁ 4 ଟା ସମୟରେ ନିକଟସ୍ଥ ସିନ୍ଦୁର ପାଙ୍ଗା ଜଙ୍ଗଲକୁ ସଲପ ରସ ପିଇବାକୁ ଯାଇ ହାତୀ ହାବୁଡ଼ରେ ପଡ଼ି ଥିଲେ l ଏହି ସମୟରେ ଦୁଇ ଜଣ ଯୁବକ ସେଠାରୁ ଦୌଡ଼ି ଆସିବାରେ ସକ୍ଷମ ହୋଇଥିବା ବେଳେ ଦୁରା ପ୍ରଧାନ ନାମକ ଜଣେ ଆଦିବାସୀ ଯୁବକଙ୍କୁ ହାତୀ କଚାଡି ମାରିଥିଲା l ଖବର ପାଇ ସ୍ଥାନୀୟ ଲୋକ ଓ ସରପଞ୍ଚ ଘଟଣା ସ୍ଥଳରେ ପହଁଚି ବନବିଭାଗ କର୍ମଚାରୀ ଓ ପୁଲିସକୁ ଜଣାଇ ଥିଲେ l ହେଲେ ଅତି ପରୀତାପର ବିଷୟ ରାଇକିଆ ପୁଲିସ ଓ ବନ କର୍ମଚାରୀ ରାତିରେ ଡାମ୍ବା ଗ୍ରାମରେ ପହଁଚି ଅତି ତରବରିଆ ଭାବେ ରାତ୍ରୀ 2 ଟା ସମୟରେ ବିପଦ ସଂକୁଳ ଅବସ୍ଥାରେ ବାମଦେବ ପ୍ରଧାନ ଓ କୀର୍ତ୍ତନ ବଗର୍ତ୍ତୀଙ୍କ ଖଣ୍ଡ ଖଣ୍ଡ ମୃତ ଦେହ ଜବତ କରି ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲା l ଏଠାରେ ପ୍ରଶ୍ନ ଉଠେ ପ୍ରଶାସନ କିପରି ଭାବରେ ସ୍ଥାନୀୟ ବାସିନ୍ଧାଙ୍କ ସହାୟତା ଓ ସ୍ଥାନୀୟ ଲୋକଙ୍କ ଜୀବନ ବିପଦରେ ପକାଇ ମୃତ ଦେହ ଘଞ୍ଚ ଜଙ୍ଗଳରୁ ରାତ୍ରୀ 2ଟା ସମୟରେ ଜବତ କଲା? ଏହା ପ୍ରଶାସନର ନିର୍ଦ୍ଧେଶ ଥିଲା ନା ନିଜର ଦୋଷ ଦୁର୍ବଳତାକୁ ଲୁଚେଇବା ପାଇଁ ବନବିଭାଗ କର୍ମଚାରୀଙ୍କ ସୁଚିନ୍ତିତ ଯୋଜନା ? ଯଦି ମୃତ ଦେହ ଜରୁରୀ କାଳିନ ପରିସ୍ଥିତିରେ ବନବିଭାଗ କର୍ମଚାରୀ ଓ ପୁଲିସ ଜବତ କଲା, ତାହାହେଲେ କାହିଁକି ମୃତ ଦେହ ରାତି ଅଧିଆ ବ୍ୟବଚ୍ଛେଦ କଲାନାହିଁ? ବୋଲି ମୃତକ ଓ ଅଞ୍ଚଳ ବାସୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି l ହେଲେ ପ୍ରଶାସନର କୌଣସି ଅଧିକାରୀ ପାବୁରିଆ ସ୍ଥିତ ସିନ୍ଦୁର ପାଙ୍ଗାରେ ସକାଳ 10 ଘଂଟିକା ପର୍ଯ୍ୟନ୍ତ ପହଞ୍ଚିନ ଥିବା ଓ ମୃତ ଆଦିବାସୀ ଯୁବକଙ୍କ ମୃତ ଦେହ ଉଲଗ୍ନ ଘଣ୍ଟା ଘଣ୍ଟା ଧରି ଘଟଣା ସ୍ଥଳରେ ପଡ଼ି ରହି ଥିବା ସ୍ଥାନୀୟ ସରପଞ୍ଚ ଓ ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି l ଯାହାରି ଫଳରେ ଦୁରା ପ୍ରଧାନଙ୍କ ମୃତ ଦେହ ଅସହାୟ ଓ ଉଲଗ୍ନ ଅବସ୍ଥାରେ ଘଟଣା ସ୍ଥଳରେ ପଡ଼ି ରହିଥିବା ଦେଖା ଦେଇଛି l ଯାହାକୁ ନେଇ ଅଞ୍ଚଳରେ ଅଶାନ୍ତି ଦେଖା ଦେଇଛି l ଗତକାଲି ହାତୀର ଗତିବିଧି ସମ୍ପର୍କରେ ବନବିଭାଗ କର୍ମଚାରୀ ଜାଣି ଥିଲେ ସୁଦ୍ଧା ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିନ ଥିଲେ l ଯାହା ଦ୍ୱାରା ଏପରି ଦୁଃଖଦ ଘଟଣା ଘଟି ତିନି ତିନିଟି ବହୁ ମୂଲ୍ୟ ଜୀବନ ଚାଲିଯିବା ସହ ଆମେ ସରଳ ଆଦିବାସୀ ବୋଲି ବିଭାଗୀୟ କର୍ମଚାରୀ ଅଣଦେଖା କରି ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିବା ସହ କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ମୃତକଙ୍କ ପରିବାର l

0
0
0
s2sdefault