ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ସିଭିଲ୍ କୋର୍ଟ ପ୍ରାଙ୍ଗଣରେ ତାଲୁକ ଆଇନ୍ ସେବା କମିଟି ଆନୁକୂଲ୍ୟରେ ୨୦୨୬ ବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ ଆଜି ଶନିବାର ୧୪ ତାରିଖ ୨୦୨୬ ଦିବସ ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅଦାଲତରେ ବିଭିନ୍ନ ବେଞ୍ଚ ମାଧ୍ୟମରେ ଦୀର୍ଘ ଦିନରୁ ଲାଗି ରହିଥିବା ଜଟିଳ ମାମଲାଗୁଡ଼ିକର ଆପୋଷ ବୁଝାମଣା ଭିତ୍ତିରେ ସମାଧାନ କରାଯାଇଛି।ଏହି ଲୋକ ଅଦାଲତରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ୍ ସେବା କମିଟିର ଅଧ୍ୟକ୍ଷ ସେଖ୍ ମହମ୍ମଦ କଏସ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ:
ଦେବାଶିଷ ବିଶୋଇ (ସିନିୟର ସିଭିଲ୍ ଜଜ୍)
ସୌମ୍ୟରଂଜନ ପୃଷ୍ଟି (ଏସ୍ଡିଜେଏମ୍)
ଭିୟେନା ନାୟକ (ଜେଏମଏଫସି)
ଉପସ୍ଥିତ ରହି ବିଭିନ୍ନ ବେଞ୍ଚ୍ ମାଧ୍ୟମରେ ମାମଲାଗୁଡ଼ିକର ଶୁଣାଣି ଓ ସମାଧାନ କରିଥିଲେ। ଲୋକ ଅଦାଲତରେ ମୋଟ ୩୬୭ଟି ମାମଲା ବିଚାର ପାଇଁ ଗ୍ରହଣ କରାଯାଇଥିବା ବେଳେ ୨୪୬ଟି ମାମଲାର ସଫଳ ସମାଧାନ କରାଯାଇଛି। ସମସ୍ତ ମାମଲାକୁ ମିଶାଇ ସର୍ବମୋଟ ୩୪,୭୫,୯୬୫ ଟଙ୍କାର ସମ୍ମତି ରାଶି ନିର୍ଦ୍ଧାରଣ କରାଯାଇଛି।
ଆଦାୟ/କ୍ଷତିପୂରଣ ରାଶି |
ଏନ୍ଆଇ ଆକ୍ଟ (ଧାରା ୧୩୮) | ୦୨ | ୧୨,୦୭,୬୯୮ |
ମନି ରିକଭରି (ଅର୍ଥ ଆଦାୟ) | ୦୪ | ୫,୬୮,୨୬୭ |
ମୋଟର ଦୁର୍ଘଟଣା କ୍ଲେମ୍ | ୦୨ | ୧୨,୦୦,୦୦୦ |
ସିଭିଲ୍ ମାମଲା | ୦୭ | ୫,୦୦,୦୦୦ |
ଆପରାଧିକ ମାମଲା | ୨୩୦ | - |
ପାରିବାରିକ ବିବାଦ | ୦୧ | - |
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଭଞ୍ଜନଗର ବାର୍ ଏସୋସିଏସନ୍ର ସଭାପତି ଲକ୍ଷ୍ମୀ କାନ୍ତ ମହାପାତ୍ର, ସମ୍ପାଦକ ଜ୍ୟୋତିରାଜ ପତି ଏବଂ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ନାୟକ ପ୍ରମୁଖ ସହଯୋଗ କରିଥିଲେ। ବେଞ୍ଚ୍ ସଦସ୍ୟ ଭାବେ ବରିଷ୍ଠ ଆଇନଜୀବି ରମେଶଚନ୍ଦ୍ର ପଣ୍ଡା ଓ ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ମଧ୍ୟସ୍ଥତା କରିଥିଲେ।
ଆୟୋଜକଙ୍କ ମତ ଥିଲା ଯେ, "ଲୋକ ଅଦାଲତ ମାଧ୍ୟମରେ ବିନା ଖର୍ଚ୍ଚରେ ଏବଂ ସହଜରେ ନ୍ୟାୟ ମିଳିପାରୁଛି। ଏହା କୋର୍ଟ କାର୍ଯ୍ୟର ଚାପ କମାଇବା ସହ ସାଧାରଣ ଲୋକଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବାରେ ଏକ ପ୍ରଶସ୍ତ ମାଧ୍ୟମ ପାଲଟିଛି।"
ରାଜ୍ୟ
ଭଞ୍ଜନଗର ସିଭିଲ୍ କୋର୍ଟରେ ବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ: ୨୪୬ ମାମଲାର ସମାଧାନ ସହ ୩୪.୭୫ ଲକ୍ଷ ଟଙ୍କାର ସମ୍ମତି ରାଶି ନିର୍ଦ୍ଧାରଣ
- Hits: 15








