ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ, ୯/୩ ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୭୫ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୬୪ ଗୋଟି ବ୍ୟକ୍ତିଗତ,୧୦ ଗୋଟି ଗ୍ରାମ ସମ୍ବନ୍ଧୀୟ ଓ ୧ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ସମ୍ପର୍କରେ ରହିଥିଲା।ତତକ୍ଷଣାତ ୭ ଗୋଟି ଅଭିଯୋଗ ର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।ଏହି ଶୁଣାଣୀ ରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ରାଜୀବ କୁମାର ବେହେରା, ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ, ଅସ୍ତରଙ୍ଗ ବିଡ଼ିଓ ସସ୍ମିତା ବେହେରା, ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ପୋଲିସ ଡିଏସପି ମାନବିକ ଅଧିକାର ତିଳୋତ୍ତମା ରାଉତ,ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ,ଅଭିଯୋଗ ଶୁଣାଣୀ ଅଧିକାରୀ ବିବେକାନନ୍ଦ ସାହୁ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଆସନ୍ତା ୧୬ ତାରିଖରେ ରେ ପିପିଲି ବ୍ଲକ ସମ୍ମିଳନୀ ଗୃହରେ,୨୩ ତାରିଖରେ ଡେଲାଙ୍ଗ ଓ ୩୦ ତାରିଖରେ ଗୋପ ବ୍ଲକ ସମ୍ମିଳନୀ ଗୃହ ରେ ଦିବା ୧୦ ଘଟିକା ରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।

0
0
0
s2sdefault