ହେଡଲାଇନସ୍:

ପାଇକମାଲ ଓ ବରତୁଣ୍ଡା ଠାରେ ସିଆରପିଏଫର ଜନ ସମ୍ପର୍କ ଶିବିର ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ/Gouranga charana Dash  :- ବରଗଡ ଜିଲ୍ଲାର ପାଇକମାଲ ବ୍ଲକର ବରତୁଣ୍ଡା ଓ ପାଇକମାଲରେ ସିଆରପିଏଫର  189 ବାଟାଲିଅନ କାର୍ଯ କରୁଛି । ଆଜି ପାଇକମାଲ ଠାରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ189 ବାଟାଲିଅନର କମାଣ୍ଡେଣ୍ଟ ଶ୍ରୀ ଯୋଗେନ୍ଦ୍ର ସିଂ ମୋର୍ଯ୍ୟ, ୧୮୯/ସି ର କମ୍ପାନୀ କମାଣ୍ଡର ଅବଦୁଲ ଆହାଦ ଯୋଗଦାନ କରିଥିବା ବେଳେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ , ପାଇକମାଲ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଲତ।ଫ ମହମ୍ମଦ , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଓ ସାମ୍ବାଦିକ ବନ୍ଧୁ ମାନେ ଅତିଥି ରୂପେ ଯୋଗଦେଇଥିଲେ । ଏହି ଅବସରରେସିଆରପିଏଫ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ମାଗଣାରେ ଔଷଧ ବିତରଣ କରଯାଇଥିଲା । ଏହାସହିତ ଗରିବ ଲୋକଙ୍କୁ କମ୍ବଳ, ବାସନ, ସୋଲାର ଲାଇଟ, ସ୍କୁଲ ଛୁଆମାନଙ୍କୁ ପାଠ୍ୟ ସାମଗ୍ରୀ, ବିଭିନ୍ନ କ୍ଲବ ମାନଙ୍କୁ ଖେଳ ଉପକରଣ ପ୍ରଦାନ କରାଯାଇଥିଲା । ସେହି ଭଳି ବରତୁଣ୍ଡା ଠାରେ ମଧ୍ୟ ସମାନ କାର୍ଯକ୍ରମ ଅନୁଷ୍ଠିତ ହେଇଥିଲା । 

0
0
0
s2sdefault