ହେଡଲାଇନସ୍:

ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜୈବ ବିବିଧତା ରେ ପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପାହାଡ ର ଜୀବନ ରକ୍ଷା କାରୀ ଗୁଲ୍ମ ଲତା ରୁ ଔଷଧ ପ୍ରସ୍ତୁତ କରାଯାଇ ପାରିବ -ଉପ ମୁଖ୍ୟମନ୍ତ୍ରୀ


ଖପ୍ରାଖୋଲ ୯/୫(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ପ୍ରମୁଖ ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ରେ ଚାଲିଥିବା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ରେ ମୂଖ୍ୟ ଅତିଥି ରୂପେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଗନ୍ଧମାର୍ଦ୍ଦନ ପାହାଡ଼ ଓ ହରିଶଙ୍କର ମନ୍ଦିର ଗୌରବ ଗାଥା ଉପସ୍ଥାପନ କରିଥିଲେ। ସେ ଜୈବ ବିବିଧତା ପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପାହାଡ଼ ର ଜୀବନ ରକ୍ଷା କାରୀ ଔଷଧୀୟ ଗୁଳ୍ମ ଲତା ରୁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରାଯାଇ ପାରିବ ବୋଳି କହିଥିଲେ। ବୈଠକ ରେ ପାଟଣାଗଡ ଉପ ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ଯ ନିର୍ବାହୀ ଅଧିକାରୀ ସୁନୀଲ କୁମାର ମେହେର ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ବଲାଙ୍ଗୀର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଏସ ଡି ପି ଓ ସଦାନନ୍ଦ ପୁଝାରୀ, ଆଦିବାସି ନେତା ପଦ୍ମ କୁମାର ସିଂ ବରିହା,ଦେବୋତ୍ତର କମିଟି ସଦସ୍ୟ ଶଶି ଭୂଷଣ ପୁଝାରୀ, ଡ ଅଭୟ ତ୍ରିପାଠୀ ଯୋଗଦେଇଥିଲେ। ହରିଶଙ୍କର କଲେଜ ଅଧକ୍ଷ ବଳଭଦ୍ର ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ସରପଞ୍ଚ ସଙ୍ଘ ସଭାପତି ସୁଶିଲ କୁମାର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଥମ ମଞ୍ଚ ରେ ପଞ୍ଚମ ବଲାଙ୍ଗିର, ସୁରସନ୍ଧ୍ୟା ପାଟଣାଗଡ ଓ ଗୋଲାମୁଣ୍ଡା ର ରାମ ଲୀଳା ମଞ୍ଚସ୍ଥ ହୋଇଥିବା ବେଳେ ଦ୍ଵିତୀୟ ମଞ୍ଚରେ ଓଡିଆପାଲି ର ମା ଅନ୍ନ ପୂର୍ଣା ଦ୍ୟାନ୍ସ ଗ୍ରୁପ୍, ନଟରାଜ କଳା ପରିଷଦ ବଲାଙ୍ଗିର, ସାତ କୁଆଁରୀ ପାଟଣାଗଡ ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

0
0
0
s2sdefault