ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ଵର ସ୍ଥିତ ରାଜଭବନ ଅଭିଷେକ ହଲରେ ୨୦୨୪ ଶିକ୍ଷା ବର୍ଷର ରାଜ୍ୟପାଳ ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ୦୯.୦୫.୨୦୨୫ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ରାଜ୍ୟପାଳ ହରି ବାବୁ କମ୍ଭମ୍ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପୁରସ୍କାର ପ୍ରଦାନ କରିଥିଲେ।
ଏହି ଅବସରରେ ରାଜ୍ୟର ପ୍ରଥମ ଗାଇଡସ୍ ତଥା ରାଜ୍ୟପାଳଙ୍କ ପତ୍ନୀ ଜୟଶ୍ରୀ କମ୍ଭମ୍ପତି , ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ , ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ରାଜ୍ୟ ମୁଖ୍ୟ କମିଶନର ଡ. ଡ.କାଳି ପ୍ରାସାଦ ମିଶ୍ର , ପଦ୍ମଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ।
ଏହି ଅବସରରେ ସ୍କାଉଟସ୍ ଓ ଗାଇଡସ୍ ର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତୃତୀୟ ଥର ଲାଗି ଗଜପତି ଜିଲ୍ଲା ସ୍କାଉଟସ୍ ଓ ଗାଇଡସ୍ କୁ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କାର ଲାଭ ଦକରିଥିଲା।
ଗଜପତି ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ମୁଖ୍ୟ କମିଶନର ଡ. ମାୟାଧର ସାହୁ ଓ ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର କୁମାର ପାତ୍ର ଏହି ମର୍ଯ୍ୟାଦା ଜନକ ରାଜ୍ୟପାଳ ପୁରସ୍କାର ଗ୍ରହଣ କରିଥିଲେ। ତାଙ୍କ ସହ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ରଞ୍ଜନ ସାହୁ ମଧ୍ୟ ରାଜ୍ୟପାଳଙ୍କ ଠାରୁ ପ୍ରଶସ୍ତି ପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ।
ଏହି ଅବସରରେ ସମ୍ପାଦକ ସୁରେନ୍ଦ୍ର କୁମାର ପାତ୍ରଙ୍କୁ ଗଜପତି ଜିଲ୍ଲା ସ୍କାଉଟସ୍ ଓ ଗାଇଡସ୍ ର ପ୍ରଗତି ଓ ବିକାଶ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ରାଜ୍ୟପାଳ ଙ୍କ ଠାରୁ ପ୍ରଶସ୍ତି ପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ।
ଏହି ପରିପ୍ରେକ୍ଷୀରେ ଏହାର ଶ୍ରେୟ ଗଜପତି ଜିଲ୍ଲାର ସମସ୍ତ ସମସ୍ତ ସ୍କାଉଟସ୍ ଶିକ୍ଷକ ଓ ଗାଇଡସ୍ ଶିକ୍ଷୟତ୍ରୀ ଓ ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ।
ରାଜ୍ୟ
ତୃତୀୟ ଥର ରାଜ୍ୟପାଳ ରାଜ୍ୟପାଳ ପୁରସ୍କାର ପାଇଲା ଗଜପତି ଜିଲ୍ଲା ସ୍କାଉଟସ୍ ଓ ଗାଇଡସ୍
- Hits: 22