(ଶାସକ - ପ୍ରଶାସକ) ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଝାରପୋଖାରିଆ ଥାନା ଅନ୍ତର୍ଗତ ଜାମଶୋଳା ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି । ଦୁର୍ଘଟଣା ରେ ଯୁବ ବ୍ୟବସାୟ ଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ଘଟଣାରେ ଅଞ୍ଚଳରେ ଶୋକରା ଛାୟା ଖେଳିଯାଇଛି । ତେବେ ସୂଚନା ମୁତାବକ ସମୀର କୁମାର କୁଇଲା (୪୫) ବ୍ୟବସାୟ କରନ୍ତି । ତେବେ ସନ୍ଧ୍ୟା ସମୟରେ ନିଜ ବ୍ୟବସାୟ ସାରି ବହଡାଗୋଡ ରୁ ନିଜ ମୋଟର ସାଇକେଲ ନମ୍ବର OD 11H 003 ଯୋଗେ ଭଡ଼ା ଘର [ଝାରପୋଖରିଆ [ବମ୍ବେଇଛକ ଘରକୁ ଫେରୁଥିଲା ବେଳେ ବିପରୀତ ଦିଗରୁ ଭୁଲ ରାସ୍ତାରେ ଆସୁଥିବା WB 76A 4438 ନମ୍ବର ବିଶିଷ୍ଟ ବୃନ୍ଦାବନ ବିହାରୀ ନାମକ ଏକ ବସ୍ ଟି ତାଙ୍କୁ ସାମ୍ନା ସାମ୍ନି ଧକ୍କା ଦେଇ ଥିଲା । ଧକ୍କା ଦେବା ଫଳରେ ସେ ସେଠୀ ତଳେ ପଡି ଯାଇଥିଲେ । ଏବଂ ପ୍ରବଳ ମୁଣ୍ଡ ରୁ ରକ୍ତସ୍ରାବ ହୋଇଥିଲା, ସଙ୍ଗେ ସଙ୍ଗେ ଅଞ୍ଚଳ ର କିଛି ଲୋକ ତାଙ୍କୁ ତୁରନ୍ତ ବାରିପଦା ପି.ଆର.ଏମ. ଡାକ୍ତରଖାନାକୁ ନେଇଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତକ ଜଣକ ପଶ୍ଚିମବଙ୍ଗ ରାଜ୍ୟର ଜାଲବେଣ୍ଟି ଗ୍ରାମର ପ୍ରସନ୍ନ କୁମାର କୋଇଲା ଙ୍କ ପୁତ୍ର ବୋଲି ଜଣା ପଡ଼ିଛି। ଝାରପୋଖରିଆ ପୋଲିସ ଥାନା କେଶ ନମ୍ବର 128/25 ରେ ଏକ ମାମଲା ରୁଜୁ କରି ବସ୍ ଟିକୁ ଅଟକ ରଖି ଘଟଣା ର ତଦନ୍ତ ଜାରି ରଖିଛି। ଏହି ଯୁବ ବ୍ୟବସାୟୀ ଜଣେ ଶାନ୍ତ ସରଳ ମଣିଷ ସହିତ ପରୋପକାରୀ ଥିଲେ ତାଙ୍କର ଅକାଳ ମୃତ୍ୟୁ ରେ ନିଜ ଗ୍ରାମ ତଥା ସ୍ଥାନୀୟ ଝାରପୋଖରିଆ [ବମ୍ବେଇଛକ] ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୟୁରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ
ରାଜ୍ୟ
ଯୁବ ବ୍ୟବସାୟକ ଙ୍କ ଅକାଳ ମୃତ୍ୟୁ , ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ।
- Hits: 12