କୃଷକ କ୍ଷେତ୍ର ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ଡାବୁଗାଁ ତା ୦୯/୦୫/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ଛେଳିବେଡ଼ା ଗ୍ରାମରେ ଧାନ ପରବର୍ତୀ ପଡିଆ ଜମିର ବିସ୍ତୃତ ପରିଚାଳନା ଯୋଜନା ରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ର କୃଷି କ୍ଷେତ୍ର ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡ଼ାବୁଗାଁ ବ୍ଲକ କୃଷି ଅଧିକାରୀ ସୁଧେଶ୍ନା ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୃଷି ବିଭାଗ ଅତିରିକ୍ତ ବ୍ଲକ କୃଷି ଅଧିକାରୀ ଷୌମେନ୍ଦ୍ର ବିଶ୍ୱାସ, ଏ ଓ ମମତା ସାହୁ, ଏ ଓ ସୁଶାନ୍ତ କୁମାର ରାଉତ ଉପସ୍ଥିତ ଥିଲେ। ଧାନ ଚାଷ ପରେ ଜମି ପଡ଼ିଆ ନ ରଖି ସରକାରଙ୍କ ଦ୍ଵାରା ଦିଆ ଯାଇଥିବା ବୁଟ ଚଣା ର ସଦୁପଯୋଗ ବିସୟରେ ଅତିଥି ମାନେ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ସୁଚନା ଥାଉ କି ଚଳିତ ବର୍ଷ ଡ଼ାବୁଗାଁ ବ୍ଲକ ର ସମସ୍ତ ପଂଚାୟତ ରେ ଚାଷ ପାଇଁ ଆସିଥିବା ବୁଟ ଅଶ୍ୱା ବେସରକାରୀ ସଂସ୍ଥା ତରଫରୁ ବଣ୍ଟନ କରାଯାଇଥିଲା । ଏହି ବେସରକାରୀ ସଂସ୍ଥା ତରଫରୁ କାର୍ଯ୍ୟକ୍ରମ ଆୟୋଜିତ ହେଇଥିବା ବେଳେ ଜିଲ୍ଲା ସଂଯୋଜକ ଆଲୋକ ପଣ୍ଡା, ବ୍ଲକ ସଂଯୋଜକ ଶୁଭେନ୍ଦୁ ମିଶ୍ର, ଫିଲ୍ଡ ଆସିଷ୍ଟାଣ୍ଟ ପାୟଲ ନାୟକ ସହଯୋଗ କରିଥଲେ।

0
0
0
s2sdefault