ପୁରୀ (ଅନିମେଶ ପଟ୍ଟନାୟକ): ଚଳଚଞ୍ଚଳ ରଥ ଖଳା । ତପ୍ତର ରଥ ବିଶ୍ବକର୍ମା । ଜୁନ ୨୭ ତାରିଖ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଧାର୍ଯ୍ଯ ସମୟରେ ଶ୍ରୀଜିଉମାନଙ୍କ ତିନି ରଥ ନିର୍ମାଣ ଶେଷ କରିବାର ଲକ୍ଷ ନେଇ ରଥ ଖଳା ଚଳଚଞ୍ଚଳ ରହିଛି । ତିନି ରଥର ୪୨ ତୁମ୍ବ ତିଆରି ସରିଥିବା ବେଳେ ସେଥିରେ ପନ୍ଦାରି ଗାଡ଼ ଖୋଦେଇ କାମ ଜାରି ରହିଛି । ପନ୍ଦାରି ଗାଡ଼ ପରେ ସେଥିରେ ତୁମ୍ବ ଗୁଡିକରେ ଅଖ ସଂଯୋଗ କରାଯିବ । ଦୋଳବେଦୀ ପରିସର ଅସ୍ଥାୟୀ କମାରଶାଳରେ ତିନିରଥର କମାର ସେବକ ମାନେ ପନ୍ଦାରି ବଳା ନିର୍ମାଣ ଜାରି ରଖିଛନ୍ତି । ଏଥିସହ ତିନିରଥର ଦୁଇଟି ଲେଖାଁଏ ତୁମ୍ବ ପାଇଁ ଆବଶ୍ୟକ ୩୨ଯୋଡା କରି ଅରକଣ୍ଟା ତିଆରି କରାଯାଉଛି । ବାକି ତୁମ୍ବ ଗୁଡିକ ପାଇଁ ଅରକଣ୍ଟା ଏବଂ ପନ୍ଦାରି ବଳା ନିର୍ମାଣ କାର୍ଯ୍ଯ ଜାରି ରହିଛି । ମହାପ୍ରଭୁଙ୍କ ସେବାରେ ନିଷ୍ଠା ଓ ଭକ୍ତିର ସହ ବିଶ୍ବକର୍ମା ମହାରଣା, ଭୋଇ ସେବକ, କରତି ସେବକ,ଓ କମାର ସେବକ ମାନେ ରଥ ନିର୍ମାଣ କାର୍ଯ୍ଯରେ ନିମଗ୍ନ ଅଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ପାନୀୟଜଳ, ସ୍ବାସ୍ଥ୍ୟ ସହ ସମସ୍ତ ସହଯୋଗ ଓ ବ୍ୟବସ୍ଥା କରାଯାଉଛି ।
ରାଜ୍ୟ
ରଥ ଖଳାରୁ ତୁମ୍ବରେ ପନ୍ଦାରି ଗାଡ ଖୋଦେଇ କାର୍ଯ୍ଯ ଜାରି*
- Hits: 10