ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ କାଣ୍ଟ୍ରାଗଡ ଗ୍ରାମର ବରିଷ୍ଠ ବିଜେଡି ନେତା ଏ.ବାଲାରାଜୁଙ୍କ ବିୟୋଗରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବିଜୁ ଜନତାଦଳ କାର୍ଯ୍ୟାଳୟ ଠାରେ ବିଜେଡି ଦଳ ପକ୍ଷରୁ ଜିଲ୍ଲାସ୍ତରୀୟ ଶୋକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ସଭାପତିତ୍ୱରେ ଏହି ଶୋକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ବାଲାରାଜୁ ବିଜେଡି ଦଳର ଜଣେ ବିଜେଡି ନେତା ଭାବେ କିଭଳି ଦୀର୍ଘଦିନ ଧରି ଦଳୀୟ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସକ୍ରିୟ ହୋଇଥିଲେ ଏହି ଦିଗରେ ତାଙ୍କର ଦଳୀୟ କର୍ମମୟ ଜୀବନୀ ଉପରେ ଆଲୋଚନା କରିଥିଲେ । ଅନ୍ୟ ପକ୍ଷରେ ଦଳର ସକ୍ରିୟ କର୍ମୀ ଭାବେ ତାଙ୍କର ଯେଉଁ ଅପୁରଣୀୟ ସ୍ୱପ୍ନ ରହିଯାଇଛି ଯାହାକି କାଣ୍ଟ୍ରାଗଡ ଠାରୁ ସାଇଲଡା ଗ୍ରାମ ପର୍ଯ୍ୟନ୍ତ ଯେଉଁ ଅସ୍ଥାୟୀ ଦଦରା ରାସ୍ତାରହିଛି ସେହି ରାସ୍ତାକୁ ସ୍ଥାୟୀ ପିଚୁ ରାସ୍ତାରେ ପରିଣତ କରିବା ପାଇଁ ଯେଉଁ ଅପୁରଣୀୟ ହୋଇ ରହିଯାଇଛି ତାକୁ ନିକଟ ଭବିଷ୍ୟତରେ ନିଶ୍ଚିତ ଭାବେ ଦଳୀୟ ଉଦ୍ୟମ କ୍ରମେ ରାସ୍ତା ନିର୍ମାଣ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ବାଲାରାଜୁ ଜଣେ ମେଳାପୀ, ଶାନ୍ତି ଓ ସରଳ ବ୍ୟକ୍ତି ଥିଲେ । ସେ ଗତ ଦୁଇମାସ ପୂର୍ବେ ଏକ ବୋଲେର ଗାଡି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ହାଇଦରାବାଦ ଠାରେ ତାଙ୍କ ପୁଅ ଘରେ ରହି ଚିକିତ୍ସିତ ହେଉଥିଲେ । ଗତ ୧୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।୧୫ ତାରିଖ ଦିନ ତାଙ୍କ ନିଜ ବାସଭବନ କାଣ୍ଟ୍ରାଗଡ ଗ୍ରାମକୁ ଆଣିଥିଲେ ଏବଂ ସେହି ଗ୍ରାମରେ ଉପକଣ୍ଠରେ ତାଙ୍କର ଶେଷକୃତ ସମ୍ପୁର୍ଣ୍ଣ ହୋଇଥିଲା । ଏହି ଶୋକ ସଭା କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ କେ.ନାରାୟଣ ରାଓ, ଉପସଭାପତି ଲକ୍ଷ୍ମୀ ପରିଛା, ନୃସିଂହ ଚରଣ ପଟ୍ଟନାୟକ, ଯୁବ ସଭାପତି ପି.କ୍ରିଷ୍ଣା ଛାତ୍ରନେତା କାହ୍ନୁଚରଣ ଭୂୟାଁ, ପୁର୍ବତନ ଜିଲ୍ଲା ପରିଷଦ ସଭାପତି ପି.ଲତା,ଗୋପୀ ସମେତ ବହୁ ସଂଖ୍ୟାରେ ପାରଳାଖେମୁଣ୍ଡି ଓ ବିଭିନ୍ନ ଜିଲ୍ଲାଞ୍ଚଳର ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ ସ୍ୱର୍ଗତ ବାଲାରାଜୁଙ୍କ ଫଟୋ ଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।
ରାଜ୍ୟ
ବରିଷ୍ଠ ବିଜେଡି ନେତା ବାଲା ରାଜୁଙ୍କ ବିୟୋଗରେ ଜିଲ୍ଲାସ୍ତରୀୟ ଶୋକସଭା
- Hits: 555