ହେଡଲାଇନସ୍:

ନିକୋ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଇବାରେ  ଉପବାଚସ୍ପତି ସାନନ୍ଦ ସଫଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଇପିକଲ ଓ କୋଲକାତାସ୍ଥିତ ନିକୋ କେବୁଲ ଡ଼ିଭିଜନର ମିଳିତ ସହଯୋଗରେ ବାରିପଦା ପୌରପରିଷଦର ପାଲବଣି ତଥା ୧୮ ନଂମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ତାଲା ଝୁଲିଥିବା ନିକୋ କେବୁଲ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାବାରେ  ଉପବାଚସ୍ପତି ସାନନ୍ଦଙ୍କ ପ୍ରୟାସ ଶେଷରେ  ସଫଳ ହେବାକୁ ବସିଛି । ଉପବାଚସ୍ପତି ଶ୍ରୀମାର୍ଣ୍ଡି ୨୦୧୫ ଏପ୍ରିଲଠାରୁ ବନ୍ଦ ହୋଇ ହୋଇଥିବା କେବୁଲ କାରଖାନାକୁ ପୁଣିଥରେ ତାର ପୂର୍ବ ଗୌରବ ଫେରାଇ ଆଣିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହିତ ଆଲୋଚନା କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ  ଶ୍ରୀ ପଟ୍ଟନାୟକ ଏହାକୁ ଗମ୍ଭୀରତାର ସହିତ ବିଚାରକୁ ନେଇ କାରଖାନା ଖୋଲିବା ନିମନ୍ତେ ସବୁଜ ସଙ୍କେତ ଦେବା ପରେ ଝାଡ଼ଖଣ୍ଡସ୍ଥିତ ଏନଭିଲ କେବୁଲ ପ୍ରା. ଲିଃ. ନିକୋ କେବୁଲ କାରଖାନାକୁ ଚଳାଇବା ନିମନ୍ତେ ଆଗେଇ ଆସିଛି ।

           ୧୯୮୨ ମେ ୩୧ରେ ନିକୋ ଓଡ଼ିଶା ଲିଃ. ନାମରେ ପାଲବଣି ଠାରେ ବିଦ୍ୟୁତ ତାର ଆଦି ଉତ୍ପାଦନ  କରିଆସୁଥିଲା । ଏଥିରେ ଇପିକଲ ୨.୫୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିଥିଲେ । ୧୯୮୯ରେ ନିକୋ ଓଡ଼ିଶା ଲିଃ. ନିକୋ କର୍ପୋରେସନ୍ ସହିତ ମିଶି ଯାଇଥିଲା । ଉକ୍ତ କାରଖାନା ୧୯୯୪ରେ ଆଉଏସଓ ମାନ୍ୟତା ହାସଲ ସହିତ ୧୯୯୫ରେ ଡ଼ିସିଟି ଜ୍ଞାନକୌଶଳ, ୧୯୯୬ରେ ଏସିଆ ମହାଦେଶର ସର୍ବପ୍ରଥମ କମ୍ପାନୀ(ଆଇଏସଓ-୧୪୦୦୧) ପାଇଥିଲା । ୨୦୦୦ରେ ଜର୍ମାନୀ ଜ୍ଞାନକୌଶଳରେ ନିକୋ କାରଖାନାରୁ ଉତ୍ପାଦିତ  ଉନ୍ନତମାନର ଏକ୍ସ୍ଏଲପିଇ କେବୁଲର ଚାହିଦା ବଜାରରେ କାହିଁରେ କଣ ରହିଥିଲା । ରିଲାଏନ୍ସ ପାୱାର, ସେଲ, ଦିଲ୍ଲୀ ଓ କୋଲକାତା ମେଟ୍ରୋ, ଟାଟା, ଜିନ୍ଦଲ, ନାଲକୋ, ଏଲଆଣ୍ଡଟି, ଇଣ୍ଡିଆ ସିମେଣ୍ଟ ଓ ଟାଟା ମାଇନ୍ସ ଆଦି ଘରୋଇ ଓ ସରକାରୀ କାର୍ଯ୍ୟଗୁଡ଼ିକରେ ନିକୋ କେବୁଲ ବ୍ୟବହାର ହେଉଥିଲା । କାରଖାନା ବନ୍ଦ ହେବା ପୂର୍ବରୁ ୨୦୧୨-୧୩ ଆର୍ଥିକ ବର୍ଷରେ ୨୫୦ କୋଟି, ୨୦୧୩-୧୪ରେ ୨୨୮ କୋଟି ଟଙ୍କାର କାରବାର କରିଥିଲା । କିନ୍ତୁ ୨୦୧୪ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ କାରଖାନା ୮୭ କୋଟି କ୍ଷତିରେ ରହିଛି ବୋଲି ନିକୋ କର୍ପୋରେସନ ପକ୍ଷରୁ ବିଆର୍ଏଫ୍ଆର୍ ସମ୍ମୁଖରେ ଲିଖିତ ଭାବେ ଜଣାଇବା ପରେ  ବିଆର୍ଏଫ୍ଆର୍ ଅଦାଲତ ପକ୍ଷରୁ ଏହାକୁ ରୁଗ୍ଣ ଘୋଷଣା କରାଯାଇଥିଲା ।  ଏହାବ୍ୟତୀତ କର୍ପୋରେସନର ଓକିଲ କେତେକ କର୍ମଚାରୀଙ୍କୁ ହାତବାରିସୀ କରି ନିଜର ଓକିଲଙ୍କ ଜରିଆରେ ବିଆର୍ଏଫ୍ଆର୍ ଅଦାଲତରେ ବାରିପଦା ନିକୋ କାରରଖାନାର ଶ୍ରମିକ ସଙ୍ଗଠନ କାରଖାନାକୁ ରୁଗ୍ଣ  ଘୋଷଣା କରିବା ନିମନ୍ତେ ସହମତି ଜଣାଇଛନ୍ତି ବୋଲି ଲିଖିତ ଭାବେ ଜଣାଥିଲେ ଏବଂ ଏହାକୁ ନେଇ କାରଖାନାର ଶ୍ରମିକ ସଙ୍ଗଠନ ଦୁଇଫାଳ ହୋଇଯାଇଥିଲା । ଶେଷରେ କାରଖାନାରେ ସବୁ ଦିନ ନିମନ୍ତେ ତାଲା ଝୁଲିଥିଲା ଓ ହଠାତ୍ କାରଖାନା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରିଆସୁଥିବା ପ୍ରାୟ ୩ ହଜାରରୁ ଅଧିକ ପରିବାର ସଦସ୍ୟମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲା ।  ଏହାପରେ ଏକ ଅନିଶ୍ଚିତତା ମଧ୍ୟ ଦେଇ କମ୍ପାନୀର ଭବିଷ୍ୟତ ଗତିକରୁଥିଲା । ନିକୋ ଫାଟକରେ ତାଲା ଝୁଲିବା ପରେ ବିରୋଧୀ ଦଳ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାରଙ୍କ ଅପାରଗତା ଓ ଜିଲ୍ଲାର ନେତାମାନଙ୍କୁ ଏଥି ନିମନ୍ତେ ଦାୟୀ ଦର୍ଶାଇ  ଘେରିବାରେ ଲାଗିଥିଲେ ।  ନିକୋକୁ ନେଇ ରାଜନୈତିକ ଛକ୍କାପଞ୍ଝା, ଆରୋପ-ପ୍ରତ୍ୟାରୋପ ସହିତ କାଦୁଅ ଫିଙ୍ଗାଫିଙ୍ଗି ଓ କଟୁସମାଲୋଚନା ଆଦି ଚାଲିଥିବା ବେଳେ ଏହାକୁ  ଭ୍ରୁକ୍ଷେପ ନକରି କାରଖାନାର ପୁର୍ନଉଦ୍ଧାର ନିମନ୍ତେ ଅଣ୍ଟା ଭିଡ଼ି ଆଗେଇ ଆସିଥିଲେ ଉପବାଚସ୍ପତି ଶ୍ରୀମାର୍ଣ୍ଡି । ବିଭିନ୍ନ କମ୍ପାନୀମାନଙ୍କ ସହିତ ଯୋଗାଯୋଗ ଓ ଆଲୋଚନା ପରେ ଶେଷରେ ୬.୭ କୋଟି ଟଙ୍କାର ପୁଞ୍ଜି ନିବେଶରେ ଝାଡ଼ଖଣ୍ଡସ୍ଥିତ ଏନଭିଲ କମ୍ପାନୀ ଆଗେଇ ଆସିଛି । କମ୍ପାନୀ ପକ୍ଷରୁ କାରଖାନାର ଭିତ୍ତଭୂମିର ବିକାଶ ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ ହୋଇସାରିଛି । ପ୍ରାୟ ଏପ୍ରିଲ ମଧ୍ୟରେ ନିକୋ କେବୁଲ କାରଖାନା ପୁଣି ଥରେ ତାର ହୃତଗୌରବକୁ ଫେରି ପାଇବ ଓ ପୁଣି ଥରେ କାରଖାନାର ସାଇରନ ବାରିପଦା ପୌରପରିଷଦ ସହିତ ଆଖପାଖ ଅଞ୍ଚଳର ଗଗନପବନରେ ଗୁଞ୍ଜୁରିତ ହେବ । ଏହି ଶୁଭ ସମୟକୁ ସମସ୍ତେ ଅପେକ୍ଷା କରିରହିଥିବା ସମୟରେ ରାଜ୍ୟ ସରକାରଙ୍କର ଏହି ନିକୋ କେବୁଲ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଇବା କ୍ଷେତ୍ରରେ  କେତେ ପରିମାଣରେ ଆନ୍ତରିକତା ରହିଛି ତାହା ପରବର୍ତ୍ତି ସମୟରେ ଜଣାପଡ଼ିବ । କାରଣ କାରଖାନାର ବକେୟା ବିଦ୍ୟୁତ  ଶୁଳ୍କ, ରାଜ୍ୟ ସରକାରଙ୍କ ହାତକୁ ଯାଇଥିବା ନିକୋର ଲିଜ ଜମିର ଫେରସ୍ତ ଆଦି କେତେକ ଅସୁବିଧାକୁ ଦୂର କରାଇବା ନିମନ୍ତେ ରାଜ୍ୟ ସରକାରଙ୍କର ସହଯୋଗ ଏକାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି । ତେଣୁ, ରାଜ୍ୟ ସରକାର ନିସଂଙ୍କୋଚ ଭାବେ ନିକୋ କେବୁଲ କାରରଖାନାକୁ ପୁନଃ ଉତ୍ପାଦନକ୍ଷମ କରାବା ନିମନ୍ତେ ସହାୟତାରର ହାତ ବଢ଼ାଇ ଆଗେଇ ଆସିବେ ବୋଲି ବାରିପଦାବାସୀ ଆଶାବାନ୍ଧି ବସିଛନ୍ତି । 

 

0
0
0
s2sdefault