ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲାରେ ଏଚ୍‌ପିଭି ଟୀକାକରଣ ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୦୧. ୦୩. ୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ଏଚ୍‌ପିଭି (ହ୍ୟୁମାନ୍ ପାପିଲୋମା ଭାଇରସ୍) ଟୀକାକରଣ ଅଭିଯାନର ତା ୧.୦୩.୨୦୨୬ ରେ ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାନ୍ୟବର ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ଙ୍କ ପୌରହିତ ରେ ଏମ୍‌ସିଏଚ୍‌ ଭବନ ପରିସରରେ ଅନୁଷ୍ଠିତ ହୋଇଛି। ଏହି ଉଦ୍ଘାଟନୀ ଉତ୍ସବ ରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ।. ପ୍ରମୋଦ କୁମାର ବାରିକ, ଡ। ସନ୍ତୋଷ ବେହେରା , ମେଡିସିନ ବିଶେଷଙ୍କ ଡ। ସିହାର୍ଷ ଦାସ , ଶିଶୁ ବିଶେଷଜ୍ଞ ଡ। ଶ।ହୀଦ ସର୍ଵର୍ ଆଲି, ରାଜେଶ ପଟ୍ଟନାୟକ ଙ୍କ ସହିତ ସନ୍ଧ୍ୟାରାଣୀ ପଣ୍ଡା, ଡେପୁଟି ମ୍ୟାନେଜର, ସୁବ୍ରତ କୁମାର ମହାପାତ୍ର , ସହକାରୀ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ , ଅଶୋକ କୁମାର ସାହୁ, ଜିଲ୍ଲା ଡାଟା ମ୍ୟାନେଜର,ସସ୍ମିତା ସାହୁ, ହସ୍ପିଟାଲ୍ ମ୍ୟାନେଜର,ସଚିନ କୁମାର ସାହୁ ହସ୍ପିଟାଲ୍ ମ୍ୟାନେଜର,ଅମିତ। ପଣ୍ଡା , କମୁନିଟୀ ମ୍ୟାନେଜର, ମନୋରଞ୍ଜନ ମହାପାତ୍ର ଏପିମ, ପାର୍ଥସାରଥୀ କରଶର୍ମା,ଡ.ଭି.ଲ.ମ,ରାଜେଶ କୁମାର ପତି,ଆଇସିଏଇ, ମନୋରଞ୍ଜନ ମହାପାତ୍ର ସିସିଟି, ଆଶା ଭଉଣୀ ମାନେ,ସ୍ବାସ୍ଥ୍ୟ କର୍ମୀମାନେ, ୧୪ ବର୍ଷ ର ୪୦ ଜଣ ଝିଅ ମାନେ ଓ ସେମାନଙ୍କ ର ଅଭିଭାବକ ମାନେ ଏହି ଶୁଭାରମ୍ଭ ରେ ଯୋଗ ଦେଇଥିଲେ।
ଏହି ଅଭିଯାନ ଜିଲ୍ଲାର କିଶୋରୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ଅଭିହିତ କରାଯାଇଛି।
ଅଭିଯାନର ଉଦ୍ଦେଶ୍ୟ ରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ।. ପ୍ରମୋଦ କୁମାର ବାରିକ,କହିଲେ ଏହି ଏଚ୍‌ପିଭି ଟୀକାକରଣ ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି କିଶୋରୀମାନଙ୍କୁ ଏଚ୍‌ପିଭି ସଂକ୍ରମଣରୁ ସୁରକ୍ଷା ଦେବା, ଯାହା ଜରାୟୁ ଗ୍ରୀବା କର୍କଟ ର ପ୍ରମୁଖ କାରଣ। ଜିଲ୍ଲାରେ ୧୪ ବର୍ଷ ବୟସ୍କ (୧୪ ବର୍ଷ ପୂରଣ କରିଥିବା କିନ୍ତୁ ୧୫ ବର୍ଷ ପୂରଣ ନକରିଥିବା) ମୋଟ ୭,୪୯୭ ଜଣ କିଶୋରୀଙ୍କୁ ଏହି ଅଭିଯାନ ଅଧୀନରେ ଟୀକା ପ୍ରଦାନ କରାଯିବ।
ଏହି ଅଭିଯାନ ଅନୁସାରେ ପ୍ରତ୍ୟେକ ଲାଭାନ୍ବିତାଙ୍କୁ ଗାର୍ଡାସିଲ-୪ (Gardasil-4) ଟୀକାର କେବଳ ଏକମାତ୍ର ଡୋଜ୍‌ ଦିଆଯିବ। ଏହି ଟୀକା ଚାରି ପ୍ରକାର ଏଚ୍‌ପିଭି ଭାଇରସ୍‌ ବିରୋଧରେ ସୁରକ୍ଷା ଦେଇଥାଏ।

ମାନ୍ୟବର ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ଜିଲ୍ଲାସ୍ତରୀୟ ଶୁଭାରମ୍ଭ ପରେ ଏହି ଟୀକାକରଣ ଅଭିଯାନକୁ ପର୍ଯ୍ୟାୟକ୍ରମେ ସମଗ୍ର ଜିଲ୍ଲାରେ ଚାଲୁ କରାଯିବ। ଏହା ଅନ୍ତର୍ଗତ —
ଜିଲ୍ଲାର ୮ଟି ବ୍ଲକ୍ ମୁଖ୍ୟାଳୟ ସମୁଦାୟ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ବ୍ଲକ୍ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC) ଗ୍ରାମସ୍ତରର ଉପ-ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ଟୀକାକରଣ କାର୍ଯ୍ୟକ୍ରମ ଚାଲିବ।ଓ ସମସ୍ତ ଅଭିଭାବକ ମାନେ ତାଙ୍କର ପିଲା ମାନଙ୍କୁ ନେଇ ସମସ୍ତ ହସ୍ପିଟାଲ୍ ମାନଙ୍କରେ ଏଇ ଟିକା ନିଶ୍ଚିତ ଦେବା ପାଇଁ ଅନୁରୋଧ କରିଥିଲେ ।ମାନ୍ୟବର ପ୍ରଧାମନ୍ତ୍ରୀଙ୍କର ଏଇ ପଦେକ୍ଷପ ସବୁ ମହିଳା ମାନଙ୍କପାଇଁ ନିଶ୍ଚିନ୍ତ ଭାବରେ ଜରାୟୁ ଗ୍ରୀବା କର୍କଟ ରୁ ରକ୍ଷା କରିବ ବୋଲି ଉଲ୍ଲେଖ କରିଥିଲେ।
ଏହି ଟୀକାକରଣ ଅଭିଯାନ ସମୟସୀମା ମାର୍ଚ୍ଚ ୨୦୨୬ ରୁ ମଇ ୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ।
ଏହି ସମୟସୀମା ମଧ୍ୟରେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷ ଟୀକାକରଣ ଅଧିବେଶନ ଆୟୋଜନ କରାଯିବ।
ପରବର୍ତ୍ତୀ ବ୍ୟବସ୍ଥା:
ଅଭିଯାନ ପରେ ଯେଉଁ ୧୪ ବର୍ଷ ବୟସ୍କ କିଶୋରୀମାନେ ଟୀକା ପାଇନାହାନ୍ତି, ସେମାନଙ୍କୁ ରୁଟିନ୍ ଇମ୍ୟୁନାଇଜେସନ୍ (RI) କେନ୍ଦ୍ର ମାଧ୍ୟମରେ ଟୀକା ପ୍ରଦାନ ଜାରି ରହିବ।
ଶୁଭାରମ୍ଭ କାର୍ଯ୍ୟକ୍ରମର ବିଶେଷତା
ଜିଲ୍ଲାସ୍ତରୀୟ ଏଚ୍‌ପିଭି ଟୀକାକରଣ ଅଭିଯାନର ଔପଚାରିକ ଶୁଭାରମ୍ଭ
ଗାର୍ଡାସିଲ-୪ ଟୀକାର ପ୍ରତୀକାତ୍ମକ ଗୋଟିଏ ଡୋଜ୍‌ ପ୍ରଦାନ
ଜରାୟୁ ଗ୍ରୀବା କର୍କଟ ସଚେତନତା କାର୍ଯ୍ୟକ୍ରମ-
ସମୁଦାୟ ସଚେତନତା ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟରେ
ଲକ୍ଷ୍ୟଭିତ୍ତିକ ୧୦୦ ପ୍ରତିଶତ ଟୀକାକରଣ କଭରେଜ୍‌ ହାସଲ କରିବାର ସଂକଳ୍ପ ରହିଛି।
ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର ସମସ୍ତ ୭,୪୯୭ ଯୋଗ୍ୟ କିଶୋରୀଙ୍କୁ ଟୀକା ପ୍ରଦାନ କରି ଭବିଷ୍ୟତରେ ଜରାୟୁ ଗ୍ରୀବା କର୍କଟର ହାର କମାଇବା ସହିତ ମହିଳାମାନଙ୍କ ସ୍ୱାସ୍ଥ୍ୟର ସୁଧାର କରିବା ଲକ୍ଷ୍ୟ ରହିଛି।
ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗଙ୍କ ଏହି ପଦକ୍ଷେପ ଜଗତସିଂହପୁର ଜିଲ୍ଲାର କିଶୋରୀମାନଙ୍କ ସୁସ୍ଥ ଭବିଷ୍ୟତ ନିଶ୍ଚିତ କରିବାରେ ଏକ ମାଇଲସ୍ଟୋନ୍‌ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକାଶ ପାଇଛି। ସର୍ବ ଶେଷରେ ସନ୍ଧ୍ୟା ରାଣୀ ପଣ୍ଡା ଡେପୁଟି ମ୍ୟାନେଜର ଏଇ କାର୍ଯକ୍ରମ କୁ ପରିଚାଳନା କରିବ। ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।

0
0
0
s2sdefault