ହେଡଲାଇନସ୍:

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ଥ୍ରି-ଡି ପ୍ରିଣ୍ଟି ଲେବ୍‍ ଓ ଥ୍ରି-ଡି ଏକ୍‍ସପେରିଆନସ ସେଣ୍ଟର ଉଦ୍‍ଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଲୁରି ନଗର ଠାରେ ଥିବା ସେଞ୍ଚୁରିଆନ ୟୁନିଭରସିଟି କ୍ୟାମ୍ପସ ପରିସରରେ ୟୁନିଭରସିଟିର ଛାତ୍ର ଓଅଧ୍ୟାପକ ଗଣଙ୍କ ପ୍ରଚେଷ୍ଟାରେ ଆଧୁନିକଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ଭାବେ ଥ୍ରିଡି ପ୍ରିଣ୍ଟିଂ ଲେବ ଓ ଥ୍ରିଡି ଏµପେରିଆନ ସେଣ୍ଟରର ଏଭଳି ଦୁଇଟି ନୂତନ ଲେବ ଉଦ୍‍ଘାଟିତ ହୋଇଯାଇଛି । ଏହି ନୂତନ ଥ୍ରୀ-ଡି ପ୍ରିଣ୍ଟି ଲେବ୍‍ ଯାହାକି ପ୍ରିଣ୍ଟ ସ୍ମିଥ୍‍ ଆର୍ଟ-ଟୁ ପ୍ରିଣ୍ଟ ନାମରେ ସିଆରସି-୨ରେ ଏବଂ ଅନ୍ୟଟି ଥ୍ରିଡି ଏକ୍‍ସପେରିଆନସ ସେଣ୍ଟରର ଯାହାକି ଇଞ୍ଜିନିୟରସ ହବ୍‍ ଡ୍ରିମ କ୍ରିଏଟ ଇନସପାୟର ନାମରେ ରହିଛି ଏମ ବିଏ ବ୍ଲକରେ ।  ୟୁନିଭରସିଟିର ଭାଇସ ପ୍ରେସିଡେଣ୍ଟ ପ୍ରଫେସର ଡିଏନ ରାଓଙ୍କ ଉପସ୍ଥିତିରେ ବାରା ପ୍ରସାଦ ଆଇ.ପି.ଏସ ଅଫିସର ଏମଡି ସିଡାପ ଏବଂ ରମେଶ ସିଡାପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅତିଥି ଭାବେ ଯୋଗଦେଇ ଏହି ଦୁଇଟି ଲେବର ଉଦ୍‍ଘାଟକ କରିଥିଲେ । ଅତିଥି ଦ୍ୱାୟ ଉଦ୍‍ଘାଟନ ପରେ ଲେବ ସବୁ ବୁଲି ଦେଖି ପଚାରିବା ସହ ଏହି ଥ୍ରୀଡି ଲେବ ଦୁଇଟିର ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିଜସ୍ୱ ପ୍ରଚେଷ୍ଟାରେ ନିର୍ମାଣ କରିଥିବା ୟୁନିଭରସିଟିର ସୁମନ ଓ ରାହୁଲଙ୍କୁ ପ୍ରତ୍ସାହିତ କରିବା ସହ ଉଚ୍ଚ ପ୍ରଶଂସା କରିଥିଲେ । ପ୍ରଥମ କରି ନିର୍ମାଣ ହୋଇ ଉଦ୍‍ଘାଟନ ହୋଇଥିବା ଦୁଇଗୋଟି ନୂତନ ପ୍ରଥମ ଥ୍ରୀଡି ଲେବ ସମ୍ପର୍କରେ ଅଧିକ ସୂଚନା ଦେଇ ୟୁନିଭରସିଟିର ଭାଇସ ପ୍ରେସିଡେଣ୍ଟ ପ୍ରଫେସର ଡିଏନ ରାଓ କହିଛନ୍ତିଯେ ଏହି ୟୁନିଭରସିଟିର ଛାତ୍ର ଥିବା ବେଳେ ସୁମନ ଓ ରାହୁଲ ଏଭଳି ପ୍ରଜେକ୍‍ଟ କରିଥିଲେନମୁନା ଭାବେ ।ପରେ ତାଙ୍କ ନିଜସ୍ୱ ପ୍ରଚେଷ୍ଟାରେ ଏହି ଥ୍ରୀଡି ପ୍ରିଣ୍ଟର କରି ସଫଳ ହୋଇପାରିଛନ୍ତି । ଯେ କେହି ହେଲେ ମନରେ କୌଣସି ନୂତନ ପ୍ରଜେକ୍‍ଟ ମଡେଲ ଚିନ୍ତା କରି ଯଦି ଥ୍ରୀଡି ପ୍ରିଣ୍ଟରରେ ପକାଇବ ତାହା ସେ ଦେଖିପାରିବ । ଆଗରୁ ଏହି ସୁବିଧା ନଥିଲା । ବର୍ତ୍ତମାନ ରାପିଡ ଟାଇପିଂ ପ୍ରିଟିସରେ ସେ ସମସ୍ତ ଅଂଶ ମଡେଲର ଦେଖିପାରିବ ଏହି ଥ୍ରୀଡି ପ୍ରିଣ୍ଟରରେ । ଏହା ହେଉଛି ମନରେ ପ୍ରଡକ୍‍ଟ କରିବା ପାଇଁ ନୂତନ ଭାବନା ଓ ଚିନ୍ତା ଆସିଲେ ତାର ସେମ୍ପଲ ବା ନମୁନା ଥ୍ରୀଡିରେ ପୁରା ଆସିପାରିବ ଥରକେ ଏବଂ ପିଲା ତାହା ଦେଖିପାରିବେ  । ପୁର୍ବେ ଯାହା ୩/୪ ମାସ ହେଉଥିଲା ଏଥିରେ ତାହା ମାତ୍ର ୧୫ରୁ୨୦ ଘଣ୍ଟା ମଧ୍ୟରେ ହୋଇଯିବ । ଥ୍ରୀଡିରେ ଚିନ୍ତା କରିବା ଦ୍ୱାରା ପିଲାଙ୍କ ନୂତନ ପରିବର୍ତ୍ତନର ଭାବନା ବଢିବା ସହ ପ୍ରଡକ୍‍ଟ ଜ୍ଞାନ ବଢିବ ଏହା ଷ୍ଟାଟଅପ ଇଣ୍ଡିଆରେ ଏକ ବଡ ଯୋଗଦାନ ହୋଇପାରିବ । ଏହି ଥ୍ରୀ ଡି ପ୍ରିଟିଙ୍ଗ ଲେବ ୧୧୦x୧୧୦, ୨୨୦x୨୨୦, ୩୦୦x୩୦୦ ରହିଛି  । ନିର୍ମିତ ଥ୍ରୀ ଡି ପ୍ରିଟିଙ୍ଗ ମଧ୍ୟ ଅନ୍ୟ ଇଂଜିନିୟର କଲେଜ ଓ ସ୍କୁଲ ଗୁଡିକରେ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଏହାର ଆକାର ପ୍ରକାରେ ବିକ୍ରି କରାଯିବା ବ୍ୟବସ୍ଥା ରହିଛି । ବାହାର ବିଦେଶ କମ୍ପାନୀ ଜୋନଟ୍ରାକ୍‍ସ, ଚାଇନ୍‍ସ , ଇଜାଇଲିସ କମ୍ପାନୀ ସବୁ ଏହାକୁ ଅଧିକ ଦାମରେ ବିକ୍ରି କରୁଥିବାବେଳେ ଏହାକୁ ଆମେ ସେହି ଦାମର ଏକ ତୃତୀୟାଂଶ ଦରରେ ବିକ୍ରୀ କରିବୁ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ରେଜିଷ୍ଟାର ତ: ଅନିତା ପାତ୍ର, ଉପରେଜିଷ୍ଟାର ତ: ଦୁର୍ଗା ପ୍ରସାଦ ପାଢୀ, ଡିନ୍‍ସୋଟେ ତ: ଅନୁରାଗ, ରବିନ୍ଦ୍ର ସାହା, ଡ: ଏସପି ନନ୍ଦ, ଡିଜିଓନାଲ ଡାଇରେକ୍‍ଟର ସମ୍ୱିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

 

 

 

 

 

0
0
0
s2sdefault