ହେଡଲାଇନସ୍:

ଓଡ଼ିଶାରେ UDISE+ ସମ୍ବନ୍ଧୀୟ ଜାତୀୟ କାର୍ମଶାଳା ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତଥ୍ୟାଧାରିତ ଶିକ୍ଷା ପରିଚାଳନାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବ

ଭୁବନେଶ୍ଵର, ତା ୨୭.୦୨.୨୦୨୬:ଆଜି ଭୁବନେଶ୍ଵରସ୍ଥିତ ସ୍ଵସ୍ତି ପ୍ରିମିୟମଠାରେ ଦୁଇ ଦିବସୀୟ ୟୁ-ଡାଇସ୍ ପ୍ଲସ୍ (UDISE+ ) ସମ୍ବନ୍ଧୀୟ କର୍ମଶାଳା ଉଦଘାଟିତ ହୋଇଯାଇଛି । ଏହି କର୍ମଶାଳାକୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧିନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଧୀରଜ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ କର୍ମଶାଳାକୁ ଉଦଘାଟିତ କରିଛନ୍ତି । ଏହି ଦୁଇ ଦିବସୀୟ କର୍ମଶାଳାରେ ସମଗ୍ର ଶିକ୍ଷା, ବିଭିନ୍ନ ଶିକ୍ଷା ବୋର୍ଡ଼ ଓ ଦେଶବ୍ୟାପୀ ମୁଖ୍ୟ ଶିକ୍ଷା ବିଭାଗ ଓ ସଂଗଠନମାନଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ତଥ୍ୟାଧାରିତ ଶିକ୍ଷା ପରିଚାଳନାକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି ।

Imageକର୍ମଶାଳାକୁ ଉଦଘାଟନ କରି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଶାସନ ସଚିବ ଶ୍ରୀ ଧୀରଜ ସାହୁ ସ୍ୱଚ୍ଛତା, ଦାୟିତ୍ୱବୋଧତା ଏବଂ ପ୍ରଭାବଶାଳୀ ନୀତି କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ନିମନ୍ତେ ନିର୍ଭରଯୋଗ୍ୟ ଓ ସମୟୋପଯୋଗୀ ଶିକ୍ଷାଗତ ତଥ୍ୟର ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଆଲୋକପାତ କରିଛନ୍ତି ଯେ ୟୁ-ଡାଇସ୍ ପ୍ଲସ୍ ଭଳି ଏକ ତଥ୍ୟ ପ୍ରଣାଳୀ ସମସ୍ତସ୍ତରରେ ସୂଚନାଭିତ୍ତିକ ନିଷ୍ପତ୍ତି ଗ୍ରହଣ ପାଇଁ ଅତ୍ୟନ୍ତ ଜରୁରୀ ।

ସ୍ୱାଗତ ଅଭିଭାଷଣ ପ୍ରଦାନ କରି, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ(DoSEL)ର ଉପ-ନିର୍ଦ୍ଦେଶକ (ଜେନେରାଲ୍) ଡକ୍ଟର ପଙ୍କଜ କେ.ପି. ଶ୍ରେୟାସକର, ଜାତୀୟ ଶିକ୍ଷା ନୀତି (NEP) 2020 ସମେତ ପ୍ରମୁଖ କେନ୍ଦ୍ରୀୟ ଯୋଜନାଗୁଡ଼ିକୁ ସମର୍ଥନ କରିବାରେ ୟୁ-ଡାଇସ୍ ପ୍ଲସ୍ ର ରଣନୈତିକ ଗୁରୁତ୍ୱ ଉପରେ ଆଲୋଚନା କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ସଠିକ୍ ତଥ୍ୟ ପ୍ରଭାବଶାଳୀ ଶିକ୍ଷା ଯୋଜନାର କାର୍ଯ୍ୟାନୟ୍ବନ ଓ ତଦାରଖ କରିବାରେ ସହାୟକ ହୋଇଥାଏ ।

Imageକର୍ମଶାଳାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର କମିଶନର ଶ୍ରୀ ବିକାଶ ଗୁପ୍ତା, DoSELର ଅର୍ଥନୈତିକ ପରାମର୍ଶଦାତା ଶ୍ରୀମତୀ ଏ. ଶ୍ରୀଜା; ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡକ୍ଟର ଏନ. ତିରୁମାଲା ନାୟକ ଏବଂ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସଙ୍କ ସମେତ କେନ୍ଦ୍ର ଏବଂ ରାଜ୍ୟ ଶିକ୍ଷା ସଂସ୍ଥାନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କର୍ମଶାଳାଟି ଶ୍ରୀମତୀ ଅଳକା ମିଶ୍ର, ମୁଖ୍ୟ ପରାମର୍ଶଦାତା, ଟି.ଏସ. ଜି, ଭାରତ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହେଉଅଛି ।

Imageକର୍ମଶାଳରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମଗ୍ର ଶିକ୍ଷାର ପ୍ରକଳ୍ପ ନିର୍ଦ୍ଦେଶକ ଓ ରାଜ୍ୟ ଗୁଡ଼ିକର ପ୍ରତିନିଧି ସମେତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ସଦସ୍ୟ, ନବୋଦୟ ବିଦ୍ୟାଳୟ ସମିତି, ଏନ.ଆଇ.ଓ.ଏସ., ସି. ବି.ଏସ. ଇ, ଆଇ.ଏ.ଏଫ, ଏନ.ଇ.ଏସ, ଓ ଭାରତ ସରକାରଙ୍କର ଶିକ୍ଷା ମନ୍ତ୍ରାଳୟର ବିଭିନ୍ନ ପଦାଧିକାରୀମାନେ ଯୋଗ ଦେଇଛନ୍ତି । କର୍ମଶାଳାରେ ଓସେପାର ବିଭିନ୍ନ ପଦାଧିକାରୀ ଓ ୩୦ଟି ଜିଲ୍ଲାର ସମଗ୍ର ଶିକ୍ଷାର ପ୍ରୋଗ୍ରାମର୍ ମାନେ ଯୋଗ ଦେଇଛନ୍ତି ।

Imageଏହି କର୍ମଶାଳରେ ୟୁ-ଡାଇସ୍ ପ୍ଲସ୍ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସେମାନଙ୍କର ୟୁ-ଡାଇସ୍ ପ୍ଲସ୍ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିବେ । ଏହି ଅବସରରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯକ୍ରମ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଦ୍ଵାରା ଓଡ଼ିଶା ପରିପ୍ରେକ୍ଷୀରେ ୟୁ-ଡାଇସ୍ ପ୍ଲସ୍ ର ଏକ ପୁସ୍ତିକାକୁ ଭାରତ ସରକାରଙ୍କର ଅତିରିକ୍ତ ଶାସନ ସଚିବଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଛି । ଉକ୍ତ କର୍ମଶାଳରେ ଓସେପାର ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଉପନିର୍ଦ୍ଦେଶିକ ଶ୍ରୀମତୀ ସି. ଏଚ. ବିଜୟଲକ୍ଷ୍ମୀ କାର୍ଯକ୍ରମକୁ ସଂଚାଳନ କରିଥିଲେ ।

0
0
0
s2sdefault