( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ଗୁରୁଣ୍ଠି ରାସ୍ତା ଝାଡାଙ୍କୁଲି ଛକରେ ଗୋଟିଏ ରିଗ୍ ମେସିନ୍ ଗାଡ଼ି ଗୋଟିଏ ସାଇକେଲ କୁ ଧକ୍କା ଦେଇ ଭାରସାମ୍ୟ ହରାଇ ଗାଡ଼ି ଡ଼୍ରାଇଭର ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଗାଡ଼ି ଓଲଟି ପଡିବା ସହ ଗାଡ଼ି ଉପରେ ବସିଥିବା କିଛି ଶ୍ରମିକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସେଥିମଧ୍ୟରୁ ରବି ନାୟକ ନାମକ ଜଣେ ଶ୍ରମିକ ର ଘଟଣାସ୍ଥଳରେ ଘଟିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ଅନ୍ୟ ଜଣେ ଶ୍ରମିକ ଶିବାଜୀ କହଁରଙ୍କ ମୃତ୍ୟୁ ଘଟିଛି ଓ ସାଇକେଲ ଆରୋହୀ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।ରିଗ୍ ମେସିନ୍ ଗାଡ଼ି ର ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି।
ଅନ୍ୟ ପକ୍ଷରେ ଖଜୁରୀଆ ପେଟ୍ରୋଲ ପମ୍ପ ନିକଟରେ ମୋଟରସାଇକେଲ ଅଟୋ ମୁହାଁମୁହିଁ ଧକ୍କା ଫଳରେ ଅଟୋ ଗାଡ଼ି ଓଲଟି ପଡ଼ିଥିଲା। ସେଥିରେ ବସିଥିବା ଚିକିଟି ପିତାତଳି ଅଞ୍ଚଳର ଅସିତ ଗୌଡ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କିଛି ଯାତ୍ରୀ ଓ ମୋଟରସାଇକେଲ ଚାଳକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ରାଜ୍ୟ
ପୃଥକ୍ ଦୁର୍ଘଟଣା ରେ ୩ ମୃତ ୨ ଗୁରୁତର।
- Hits: 10








