ହେଡଲାଇନସ୍:

୪ରୁ କିଟ୍‍ ରେ ଏଫ୍‍ଆଇଭିବି ବିଶ୍ୱ ବିଚ୍‍ ଭଲିବଲ୍‍ ଚାମ୍ପିୟନ୍‍ସିପ୍‍ ୨୦୨୬

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ·         ଭାରତରେ ପ୍ରଥମ ଥର

  • ·         ୫୨ ଦେଶର ୮୨ ଦଳ

  • ·         ୩୦୬ ଖେଳାଳି ଓ ଅଫିସିଆଲ୍‍

 

ଭୁବନେଶ୍ୱର: ମାର୍ଚ୍ଚ ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟରେ ଏଫ୍‍ଆଇଭିବି ବିଶ୍ୱ ବିଚ୍‍ ଭଲିବଲ୍‍ ଚାମ୍ପିଅନ୍‍ସିପ୍‍ (ପୁରୁଷ ଓ ମହିଳା) ଆୟୋଜିତ ହେଉଛି। ଏହି ଚାମ୍ପିୟନ୍‍ସିପ୍‍ ପ୍ରଥମ ଥର ଲାଗି ଭାରତ ବିଶେଷ କରି ଓଡ଼ିଶାର କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ୫୨ ଦେଶରରୁ ୮୨ଟି ଦଳ ଅଂଶଗ୍ରହଣ କରିବେ। ଏହି ଚାମ୍ପିୟନ୍‍ସିପ୍‍ ରେ ଅଲିମ୍ପିକ୍‍ ସ୍ୱର୍ଣ୍ଣପଦକ ବିଜେତାଙ୍କ ସମେତ ୩୦୬ ଖେଳାଳି ଓ ଅଫିସିଆଲ୍‍ ଯୋଗଦେବେ। ଏଥିପାଇଁ କିଟ୍‍ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଆୟୋଜନ କରାଯାଇଛି। ଦୂତୀ ଚାନ୍ଦ ଆଥଲେଟିକ୍‍ ଷ୍ଟାଡ଼ିୟମରେ ଏଥିପାଇଁ ସମସ୍ତ ପ୍ରସ୍ତୁତ ସରିଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ଖେଳାଳି ଓ ଅଫିସିଆଲ୍‍ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ରହିବା ଓ ଆତିଥ୍ୟ ଯେଭଳି ସୁବିଧାଜନକ ହୋଇପାରିବ ସେଥିପାଇଁ ଶ୍ରୀ ସାମନ୍ତ ଆବଶ୍ୟକ ପରାମର୍ଶ ଦେଇଛନ୍ତି।

ଗତ ଡିସେମ୍ବର ମାସରେ କିଟ୍‍ ଓ କିସ୍‍ ରେ ଅନୁଷ୍ଠିତ ଭଲିବଲ୍‍ ମହାକୁମ୍ଭରେ ଯୋଗଦେବା ଅବସରରେ ଏଫଆଇଭିବି ସଭାପତି ଫାବିଓ ଆଜେଭେଦୋ ଏ ବିଷୟରେ ଘୋଷଣା କରିଥିଲେ। କିଟ୍‍ ଓ କିସ୍‍ ରେ ବ୍ୟାପକ ସୁବିଧା ଓ ଓଡ଼ିଶାର ମନୋରମ ପରିବେଶକୁ ଦୃଷ୍ଟିରେ ରଖି ୨୦୨୬୨୦୨୭ ଓ ୨୦୨୮ ଲଗାତାର ୩ ବର୍ଷ ଧରି କିଟ୍‍ ଓ କିସ୍‍ ସହଯୋଗରେ ଓଡ଼ିଶାରେ ଏଫ୍‍ଆଇଭିବି ବିଚ୍‍ ଭଲିବଲ୍‍ ଆୟୋଜିତ ହେବ ବୋଲି ଫାବିଓ ଘୋଷଣା କରିଥିଲେ।

ଏହି ଅବସରରେ ଶ୍ରୀ ସାମନ୍ତ କହିଛନ୍ତି ଆମେ ସବୁବେଳେ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରିଆସୁଛୁ। ଭଲିବଲ୍‍ ଏକ ଗ୍ରାମାଞ୍ଚଳ ଓ ଅଲିମ୍ପିକ୍‍ କ୍ରୀଡ଼ା ହୋଇଥିବାରୁ ଏହାର ବିକାଶ ପାଇଁ ଗତ ୮ବର୍ଷ ଧରି କିଟ୍‍ ଓ କିସ୍‍ ପକ୍ଷରୁ ଲଗାତାର ଉଦ୍ୟମ ଜାରି ରହିଛି। ପାରମ୍ପରିକ ଭଲିବଲ୍‍ ସାଧାରଣତଃ ଗ୍ରାମାଞ୍ଚଳରେ ଖେଳାଯାଇଥାଏ। ମାତ୍ର ଏଥିରେ ଅଲିମ୍ପିକ୍‍ ରେ ସୁଯୋଗ ପାଇବା କଷ୍ଟକର। କିନ୍ତୁ ବିଚ୍‍ ଭଲିବଲ୍‍ ଯେହେତୁ ୨ଜଣଙ୍କୁ ନେଇ ଖେଳାଯାଏ ଓ ଓଡ଼ିଶାର ବ୍ୟାପକ ବେଳଭୂମି ରହିଛିଏହାକୁ ଦୃଷ୍ଟିରେ ରଖି ଆମେ ଏହି ଯୋଜନା କରିଛୁ। ଖୁବ୍‍ ଶୀଘ୍ର ଭାରତୀୟ ବିଚ୍‍ ଭଲିବଲ୍‍ ଦଳ ଅଲିମ୍ପିକ୍‍ରେ ସୁଯୋଗ ପାଇବ ବୋଲି ଆମେ ଆଶା ରଖିଛୁ ବୋଲି ଶ୍ରୀ ସାମନ୍ତ କହିଛନ୍ତି। ଏହା ଫଳରେ ବିଶ୍ୱରେ ଓଡ଼ିଶାର ଦୃଶ୍ୟପଟ୍ଟ ଆହୁରି ବୃଦ୍ଧିପାଇବା ସହ ଓଡ଼ିଶାରେ ପର୍ଯ୍ୟଟନର ପ୍ରଭୂତ ବିକାଶ ହେବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି।

0
0
0
s2sdefault