ଭୁବନେଶ୍ୱର, ଫେବୃଆରୀ ୨୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସର ୨-ଦିନିଆ ବାର୍ଷିକ ଉତ୍ସବ ‘ଆମିଟି ୨୦୨୬’ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ସୋଆ ଉପକୁଳପତି ପ୍ରଫେସର (ଡକ୍ଟର) ଅନୁପ କୁମାର ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ନିଜ କ୍ଷେତ୍ରରେ ଶ୍ରେଷ୍ଠ ହେବା ନିମନ୍ତେ ଲକ୍ଷ୍ୟ ରଖିବା ଜରୁରୀ ବୋଲି କହିଥିଲେ । ତେବେ କେବଳ ଲକ୍ଷ୍ୟ ସ୍ଥିର କରିଦେଲେ ହେବ ନାହିଁ ବରଂ ସେଥିପାଇଁ ପୂର୍ଣ୍ଣ ରୂପରେ ସମର୍ପିତ ହେବା ଜରୁରୀ । ଧୈର୍ଯ୍ୟ, କଠିନ ପରିଶ୍ରମ, ଅଧ୍ୟବସାୟ, ଶୃଙ୍ଖଳିତ ଓ ଦୃଢ ମନୋଭାବ, ସମୟାନୁବର୍ତର୍ିତା, ଜ୍ଞାନ ଆହରଣ ଓ ସକାରାତ୍ମକ ଚିନ୍ତାଧାରାକୁ ନେଇ କାର୍ଯ୍ୟ କଲେ ସଫଳତା ହାସଲ ହୋଇଥାଏ ବୋଲି ପ୍ରଫେସର ସାମନ୍ତରାୟ କହିଥିଲେ ।
କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଆ କବି ଡକ୍ଟର ଶକ୍ତି ପ୍ରସନ୍ନ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନିଜ ବୃତି ସହ ନିଜର ସଂସ୍କୃତି ପ୍ରତି ମଧ୍ୟ ଆକର୍ଷିତ ହେବା ଆବଶ୍ୟକ ବୋଲି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସାହିତ୍ୟ ଓ ବିଜ୍ଞାନ ପରସ୍ପର ସହ ଓତଃପ୍ରୋତ ଭାବରେ ଜଡିତ । ସଂସ୍କୃତି , ସାହିତ୍ୟ ଓ ପ୍ରଯୁକ୍ତିବିଦ୍ୟା ଗୋଟିଏ ସୂତାରେ ବନ୍ଧା । ଜ୍ଞାନ ଆହରଣ କରିବାର ଜିଜ୍ଞାସା ସୃଷ୍ଟି ହେଲେ ନୂତନ ଜ୍ଞାନକୋ÷ଶଳ ଆବିଷ୍କାର ହୋଇପାରିବ ବୋଲି ସେ କହିଥିଲେ ।
ସେ ଆହୁରି କହିଥିଲେ ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କ କଥା ଚିନ୍ତା କରିବାକୁ ପଡ଼ିବ କାରଣ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଠିକ୍ ଅନୁପାତର ଔଷଧ ହିଁ ରୋଗ ଉପଶମ କରିବାରେ ସହାୟକ ହୋଇଥାଏ । ୨୪ ଘଂଟିଆ ଜରୁରୀକାଳୀନ ସେବା ଓ ଚିକିତ୍ସା କ୍ଷେତ୍ରରେ ଫାର୍ମାସଷ୍ଟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ନିଜର ବ୍ୟକ୍ତିଗତ ଜୀବନର ଶିକ୍ଷଣୀୟ ଅନୁଭୂତି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସାହିତ୍ୟ ଓ ବିଜ୍ଞାନର ସଂପର୍କ ବିଷୟରେ ଶ୍ରୀ ମହାନ୍ତି ବୁଝାଇଥିଲେ ।
ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଉତ୍କର୍ଷତାକୁ ପ୍ରତିପାଦିତ କରିବା ସହିତ ନିଜ ଜୀବନର ମୂଳ ଉଦେ୍ଧଶ୍ୟ କ’ଣ ଓ ଏହାକୁ ଜାଣି କେଉଁ ସବୁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ସେ ନେଇ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ଶିକ୍ଷାନୁଷ୍ଠାନର ପତ୍ରିକା ‘ଆରୋନ୍ ୨୦୨୬’ର ବାର୍ଷିକ ସଂଖ୍ୟା ଉନ୍ମୋଚିତ ହୋଇଥିଲା ।
କାର୍ଯ୍ୟକ୍ରମରେ ଏସ୍ପିଏସ୍ – ୧ ର ଡିନ୍ ପ୍ରଫେସର (ଡକ୍ଟର) ଦେବଜ୍ୟୋତି ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ ବାର୍ଷିକ ବିବରଣୀ ପାଠ କରିଥିଲେ ।
ଉତ୍ସବ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା କୃତି ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟି ମେମ୍ବର୍ସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେଂଟର ଫର ବାୟୋଟେକ୍ନୋଲି (ସିବିଟି)ର ପ୍ରଫେସର(ଡକ୍ଟର) ଏଙ୍କେଟେଶ୍ୱର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ ।








