ହେଡଲାଇନସ୍:

ଦାଦନଦୁଃଖ, ଘରଆଗରେ ଶବ ଛାଡ଼ି ମାଲିକ ଫେରାର |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୨୭/୨/୨୬: ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ଥାନା ଅନ୍ତର୍ଗତ ଅମ୍ବାଗୁଡାଗ୍ରାମରେ| ଆଜି ଭୋରସାଢ଼େ ୪ଟା ସମୟରେ ଅମ୍ବାଗୁଡ଼ା ଗ୍ରାମ ର ପଦିଆ ମାଢିଙ୍କ ଶବକୁ ଘରଆଗରେ ଫୋପାଡ଼ି ଦେଇ ମାଲିକ ଫେରାର ହୋଇଯାଇଥିବାର ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗହୋଇଛି।
ଅମ୍ବାଗୁଡା ଗ୍ରାମର ପଦିଆ ମାଢି(୫୦) ୪ ମାସ ତଳେ କର୍ଣ୍ଣାଟକର ଏକ ବୋର ୱେଲ କମ୍ପାନୀରେଶ୍ରମିକଭାବରେ କାମ କରିବାକୁ ଯାଇଥିଲେ | ପଦିଆଙ୍କ ସହ ଗ୍ରାମର ଅନ୍ୟ ଦୁଇଜଣ ଲୋକ ମଧ୍ୟ ଏହି କମ୍ପାନୀରେ କାମ କରୁଥିଲେ | ଗତକାଲି କୌଣସି କାରଣରୁ ଗାଡ଼ିରୁ ଖସି ପଡ଼ିବାରୁ ଛାତିରେ ଲୁହା ଛଡ଼ ପଶି ଯାଇ ମୃତ୍ୟୁବରଣ କରିଥିଲେ | ହେଲେ କମ୍ପାନୀ ପକ୍ଷରୁ ପରିବାରକୁ କୌଣସି ଆଗୁଆ ସୂଚନା ନ ଦେଇ ଆଜି ଭୋର ସମୟରେ ଘର ଆଗରେ ମୃତ ପଦିଆଙ୍କର ଶବ ପକାଇ ଦେଇ ଫେରାର ହୋଇଯାଇଥିଲେ |

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି
ଏ ସମ୍ପର୍କରେ ମାଲିକଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନାହିଁ | ଘର ଚଳାଇବା ପାଇଁ ଦାଦନ ଖଟିବାକୁ ଯାଇଥିବା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି |

0
0
0
s2sdefault