ହେଡଲାଇନସ୍:

୧୭ତମ ଜିଲ୍ଲାସ୍ତରୀୟ ସ୍କାଉଟ ଏବଂ ଗାଇଡସ୍ କେମ୍ପୋରୀ ଉଦଯାପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାଲେଶ୍ୱର(ଉଜ୍ଜ୍ୱଳ କର) : ସ୍ଥାନୀୟ ପବ୍ଲିକ ସ୍କୁଲ ପରିସରରେ ସ୍କାଉଟ ଏବଂ ଗାଇଡ୍ସ କେମ୍ପୋରୀ ପକ୍ଷରୁ ୧୭ତମ ଜିଲ୍ଲାସ୍ତରୀୟ ଉଦ୍ୟାପନୀ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ଏହି ଶିବିରରେ ସମଗ୍ର ଜିଲ୍ଲାରୁ ମୋଟ୍ ୨୮୧ଟି ବିଦ୍ୟାଳୟରୁ ୧୧୧୧ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଶିବିରଟି ୩ଦିନ ଧରି ଚାଲିଥିବା ବେଳେ ସ୍କାଉଟ ଏବଂ ଗାଇଡ୍ସମାନଙ୍କ ଦ୍ୱାରା ଏକ୍ଜିବିସନ, କ୍ରାଫ୍ଟ୍, ସ୍ୱଚ୍ଛ ଭାରତ ଅଭିଯାନ, ଫାଷ୍ଟ ଏ. ପେଣ୍ଟିଂ, ଫୋକ୍ ଡ୍ୟାନ୍ସ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଉଦ୍ଯାପନୀ  ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁବାସ ଚନ୍ଦ୍ର ନିଆଲ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲ୍ଲା ସ୍କାଉଟ ଜିଲ୍ଲା କମିଶନର ପ୍ରଦୀପ କୁମାର ଦାସ, ରାଜ୍ୟ ସ୍କାଉଟ ଟ୍ରେନର ସୁଦର୍ଶନ ପ୍ରଧାନ, ପ୍ରାଚୀତନୟା ଗିରି, ସ୍ନିଗ୍ଧା ପଣ୍ଡା, ପବ୍ଲିକ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀମଣୀ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ସ୍କାଉଟ ଏବଂ ଗାଇଡ୍ସ ଜିଲ୍ଲା ସଂପାଦକ ଅଶୋକ କୁମାର ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ପବ୍ଲିକ ସ୍କୁଲର ସ୍କାଉଟ ଶିକ୍ଷକ ଅମୂଲ୍ୟ କୁମାର ରାଉତଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।

0
0
0
s2sdefault