ହେଡଲାଇନସ୍:

ଚନ୍ଦନଭାଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର/ନିରୋଜ ମିଶ୍ର :  ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଚନ୍ଦନଭାଟିର ବାର୍ଷିକ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ବିରୋଧିଦଳ ନେତା ନରସିଂହ ମିଶ୍ର   ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ରିଚପାଲ ସାଗର ଓ ବିଦ୍ୟାଳୟ ପରି·ଳନା ସମିତିର ସଭାପତି ରାମ ପ୍ରସାଦ ମିଶ୍ର ମୁଖ୍ୟବକ୍ତା ଭାବେ ବିନାୟକ ପବ୍ଲିକ ସ୍କୁଲ ବଲାଙ୍ଗିରର ପରି·ଳନା ନିଦେ୍ର୍ଧଶିକା ସରସ୍ୱତୀ ନନ୍ଦ ଓ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେର ମଞ୍ଚାସିନ ଥିଲେ । ପ୍ରଧାନଶିକ୍ଷକଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହେଲା ପରେ ଅତିଥି ନିଜ ନିଜର ବକ୍ତବ୍ୟ ରଖିଥିଲେ ।  ନରସିଂହ ମିଶ୍ରଙ୍କୁ ବିଦ୍ୟାଳୟ ତରଫରୁ ଉପଢୈାକନ ସହ ଏକ ସ୍ମାରକୀ ଅର୍ପର୍ଣ କରି ସମ୍ମାନିତ କରାଯାଇଥିଲା । କୃତୀ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରଭୁଦତ୍ତ ପଧାନ, ସୁଷମା ଭୋଇଙ୍କ ନେତୃତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ୨ହଜାର ରୁ ଅଧିକ ପିତା/ମାତା/ ଅଭିଭାବକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏ ଶୁଭ ଅବସରରେ ନୂତନ କୋଠାଗୃହ ର ଉଦ୍ଘାଟନ ଓ ଆଦ୍ୟ ପରି·ଳନା କମିଟିର ନାମାଙ୍କିତ ସ୍ମାରକୀର ଶୁଭ ଉନ୍ମୋଚନ ମୁଖ୍ୟ ଅତିଥି ଙ୍କ ଦ୍ୱାରା କରାଯାଇଥିଲା ।

0
0
0
s2sdefault