ହେଡଲାଇନସ୍:

ହ୍ୟାଟ୍ସ ଅପ :  ଦୁର୍ଘଟଣାଗ୍ରସ୍ତ ଯୁବକକୁ ଡାକ୍ତରଖାନା ପହଞ୍ଚାଇଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ /Gouranga charan Dash :- ପଦ୍ମପୁରରୁ ପାଇକମାଲ ରାସ୍ତାରେ ଆଜି ଏକ ସଡକ ଦୁର୍ଘଟଣାରେ ସନ୍ତୋଷ ସୁନା ନାମକ ଜଣେ ଯୁବକ ଆହତ ହେଇ ପଡିଥିଲା । ଏହି ସମୟରେ କିଛି ସ୍ବେଛାସେବୀ ଭାଇମାନେ ଉକ୍ତ ରାସ୍ତାରେ ଆସୁଥିବା ସମୟରେ ଏହି ଦୁର୍ଘଟଣା ଦେଖି ପ୍ରଥମେ 108 ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଫୋନ ଲାଗିନଥିଲା । ସେହି ସମୟରେ ରାସ୍ତା ଦେଇ ବରଗଡ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଗୋଟେ ସଭାରେ ଯୋଗ ଦେବାପାଇଁ ଆସୁଥିଲେ । ଦୁର୍ଘଟଣା ଗ୍ରସ୍ତ ଯୁବକର ଅବସ୍ଥା ଦେଖି ଆଉ ବିଳମ୍ବ ନକରି  ଅଧ୍ୟକ୍ଷା ଆହତ ଯୁବକକୁ ନିଜ ଗାଡ଼ିରେ ଧରି ତୁରନ୍ତ ଡାକ୍ତରଖାନାକୁ ପହଞ୍ଚାଇ ଥିଲେ ଓ ଆହତ ଯୁବକର ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କର ଏହି ମହାନ କାର୍ଯ ପାଇଁ ଅଂଚଳ ର ବୁଦ୍ଧିଜୀବୀ ମାନେ ତାଙ୍କର ବହୁତ ପ୍ରଶଂସା କରିଛନ୍ତି । ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କର ଏହି ମହାନତା ପାଇଁ ଆହତ ଙ୍କର ପରିବାର ତରଫରୁ କୃତଜ୍ଞତା ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଆହତ ସନ୍ତୋଷକୁ ପ୍ରାଥମିକ ଉପଚାର ପରେ ସୁସ୍ଥ ଅଛନ୍ତି ଓ ତାଙ୍କୁ ଡାକ୍ତର ଖାନାରୁ ଛାଡି ଦିଆଯାଇଥିଲା ।

0
0
0
s2sdefault