ହେଡଲାଇନସ୍:

ଋଣ କରି ଝିଅ ବାହାଘର କେବେଠୁ କଲେଣି, ହେଲେ ଏଯାଏଁ ମିଳିନି ସହାୟତା : କାନ ଡ଼େରିବେ କି ସରକାର !!!!!

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 କେନ୍ଦୁପତ୍ର ତୋଳାଳୀଙ୍କୁ କନ୍ୟା ବିବାହ ସହାୟତା ମିଳୁନି, ଗୁହାରି କଲେ ବି ମିଳୁନି ସୁଫଳ  

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ : ସବୁଜ ହିରା କୁହାଯାଉଥିବା କେନ୍ଦୁପତ୍ର ବିକ୍ରୟ କରି ସରକାର କୋଟି କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି l ହେଲେ କେନ୍ଦୁ ପତ୍ର ପାଇଁ ବେଶ ପରିଚୟ ସୁଷ୍ଟି କରିଥିବା ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ ବଳମ ପଞ୍ଚାୟତ ଅନ୍ତର୍ଗତ ମହୁକୁଦ ଗ୍ରାମର ୭ ଜଣ କେନ୍ଦୁପତ୍ର ତୋଳାଳୀଙ୍କୁ  ସରକାରଙ୍କ ପକ୍ଷରୁ ମିଳୁଥିବା ତାଙ୍କ କନ୍ୟା ସନ୍ତାନଙ୍କ ବିବାହ ସହାୟତା ରାଶି ମିଳି ପାରୁନଥିବାରୁ ଆଜି ରେଢ଼ାଖୋଲ କେନ୍ଦୁପତ୍ର ବିଭାଗ ଡ଼ିଏଫ୍ଓ ଅରୁଣ କୁମାର ପାତ୍ରଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି l

ମହୁକୁଦ ଗ୍ରାମର ୨୦୧୭ ମସିହାରେ ବିଶୋୟା ସାହୁଙ୍କ ଝିଅ କଳ୍ପନା ଜୁନ୍ ୨୮ ତାରିଖ ,ନିରାସ ସାହୁଙ୍କ ଝିଅ  ଅନିତା ମାର୍ଚ୍ଚ ୨ ତାରିଖ ,ତ୍ରିପୁରା ବିଶ୍ୱାଳଙ୍କ ଝିଅ ସୁଜାତା ଜୁନ୍ ୧୮ ତାରିଖ , ଗୋଲାପି ବେହେରାଙ୍କ ଝିଅ ସୌଦାନିନୀ ଏପ୍ରିଲ ୨୧ ତାରିଖ,ପାହାନ୍ତି ବେହେରାଙ୍କ ଝିଅ ପିଙ୍କି ମେ ୨୦ ତାରିଖ ,ପାର୍ବତୀ ନାଏକଙ୍କ ଝିଅ ନମିତା ଜୁଲାଇ୧୮ ତାରିଖ ଓ ସୁକୁମାରି ସାହୁଙ୍କ ଝିଅ ଆଦମ୍ୱିନୀ ଜୁନ୨୧ ତାରିଖ ୨୦୧୭ ମସିହାରେ ଏହି ସମସ୍ତେ ବୈଦିକ ରିତିନିତିରେ ବିବାହ କରିଥିଲେ l ଏହି ସବୁ କେନ୍ଦୁପତ୍ର ତୋଳାଳିମାନେ ନାକ୍ଟିଦେଉଳ ବ୍ଲକ ଉପରମୁଣ୍ଡା ଫଡ଼ିର ତୋଳାଳି ଅଟନ୍ତି l ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗର ବ୍ୟବସ୍ଥା କରିଥିବା ସହ ତୋଳାଳିଙ୍କ କନ୍ୟା ବିବାହର ସହାୟତା ରାଶି ପ୍ରଦାନ କରିବାର ନିୟମ ରହିଛି l ମାତ୍ର ଉପରୋକ୍ତ କେନ୍ଦୁପତ୍ର ତୋଳାଳିଙ୍କ କନ୍ୟା ସନ୍ତାନ ମାନଙ୍କ ୨୦୧୭ ମସିହା ବିବାହ ସମ୍ପନ୍ନ ହୋଇଥିବା ଓ ଏମାନଙ୍କ ବିବାହ ସହୟତା ରାଶି ପାଇବା ପାଇଁ ଆବେଦନ କରି ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ସହାୟତା ରାଶି ମିଳିପାରି ନାହିଁ l ତୋଳାଳି ମାନଙ୍କ କନ୍ୟା ସନ୍ତାନଙ୍କ ବିବାହ ସମୟରେ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ରାଶି ପାଇବା ଆଶାରେ ଋଣ କରି କନ୍ୟାମାନଙ୍କ ବିବାହ ସମ୍ପନ୍ନ କରି ପରେ ସରକାରଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ ଏହି ସହାୟତା ରାଶି ନପାଇ ତୋଳାଳିଙ୍କୁ ବହୁତ ହଇରାଣ ହେବାକୁ ପଡ଼ୁଛି l ସହାୟତା ପାଇବା ପାଇଁ ଉପରମୁଣ୍ଡା ରେଞ୍ଜ୍ ଅଧିକାରିଙ୍କ ଠାରେ ଆବେଦନ କରିଥିଲେ ମଧ୍ୟ ସେ କୌଣସି ସୁଫଳ ମିଳି ପାରିନଥିବା ତୋଳାଳି ମାନେ ପ୍ରକାଶ କରିଛନ୍ତି l ଦିର୍ଘ ଦିନହେଲା ଏହି ତୋଳାଳି ମାନେ ବିଭାଗୀୟ ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ହଇରାଣ ହେବାରୁ ପୁନର୍ବାର ସେମାନେ ପୁଣି ରେଢ଼ାଖୋଲ କେନ୍ଦୁ ପତ୍ର ବିଭାଗର ଡ଼ିଏଫ୍ଓ ଙ୍କ ଦ୍ୱାରସ୍ଥ  ହେଇଛନ୍ତି l ହେଲେ ଡ଼ିଏଫ୍ଓ ଙ୍କ ପାଖକୁ ବିବାହ ସହାୟତା ପାଇପା ପାଇଁ ମହୁକୁଦ ଗ୍ରାମରୁ କୌଣସି ଆବେଦନ ପତ୍ର ଆସିନାହିଁ ବୋଲି ପ୍ରକାଶ କରିଛନ୍ତି |

0
0
0
s2sdefault