ଜଗତସିଂହପୁର ତା -୨୪.୦୨.୨୦୨୬ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଖଇରଙ୍ଗ ଗ୍ରାମପଞ୍ଚାୟତର ଆଶ୍ରମପଟଣା ସ୍ଥିତ ଶ୍ରୀ ଶ୍ରୀ ଈଶାନେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ମହାଶିବରାତ୍ରି ସୁଚାର ରୂପେ ପାଳନ କରାଯାଇଛି l ମହାଶିବରାତ୍ରି ଉପଲକ୍ଷେ ଗ୍ରାମଵାସୀ ଓ ମନ୍ଦିରର କମିଟି ଲୋକ ମିଶି ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛନ୍ତି l ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଷ୍ଟଶମ୍ଭୁ ଯାତ୍ରା ମଞ୍ଚରେ ନିଜର ଯାତ୍ରାକୁ ଅତ୍ୟନ୍ତ ମନୋରମ ଶୈଳୀରେ ପରିବେଷଣ କରୁଛନ୍ତି l ସ୍ଥାନୀୟ ଲୋକ ଓ ଦୁରାଦୂରାନ୍ତରୁ ଦର୍ଶକଙ୍କର ବେଶ ଭିଡ଼ ଜମିଛି l ଏହି ଯାତ୍ରା ମଞ୍ଚରେ ସମାଜସେଵୀ ବଳରାମ ରଥ ଭିନ୍ନକ୍ଷେମ ଜ୍ୟୋତିରଞ୍ଜନ ଦାସଙ୍କୁ ଏକ ଟାଏ ସାଇକେଲ ପ୍ରଦାନ କରିଥିଲେ l ସମାଜସେବୀ ଏପରି କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ଖୁବ ପ୍ରଶଂସନୀୟ ପାଲଟିଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସେହି ଅଞ୍ଚଳର ସରପଞ୍ଚ ଲିପକ ସାହୁ ଓ ସମାଜସେବୀ ବଳରାମ ରଥ ଓ ସ୍ଥାନୀୟ ଅଞ୍ଚଳର ପ୍ରଦୀପ୍ତ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ l ପ୍ରମୁଖ ଅତିଥି ଭାବେ ପଟସରା ସରପଞ୍ଚ ପ୍ରମୁଖ ରାଉତ ଯୋଗଦାନ କରିଥିଲେ ଓ ମାୟାଧର ଦାସ ଏବଂ ଭାନୁ ଭାଇନାଙ୍କ ଯୋଗଦାନରେ ଉକ୍ତ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ପରିଚାଳତ ହୋଇଥିଲା l
ରାଜ୍ୟ
ସମାଜସେବୀ ବଳରାମ ରଥଙ୍କ ପ୍ରଶଂସନୀୟ କାର୍ଯ୍ୟ
- Hits: 40








