ହେଡଲାଇନସ୍:

ଯୋଡାଠାରେ “ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମ : ୧୦୭ଟି ପ୍ରକଳ୍ପ ପାଇଁ ୪କୋଟି ୭୫ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଯୋଡା(ଚିତ୍ତ ରଞ୍ଜନ କର ). କେନ୍ଦୁଝର ଜିଲ୍ଲାର ଯୋଡା ବ୍ଲକ୍ ଠାରେ ଚଳିତ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଭିଡିଓ କନଫରେନସିଂ ଜରିଆରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୋଡା ବ୍ଲକର ୧୯ଟି  ପଂଚାୟତର ୧୦୭ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪କୋଟି ୭୫ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପାଇଁ ଯୋଡା ବ୍ଲକ୍ ଅଚଂଳରେ ଜନସାଧାରଣଙ୍କ ମଧ୍ୟରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ମାଟକାମବେଡାସ୍ଥିତ କଳିଙ୍ଗ ନଗର ଖେଳପଡିଆଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ନିମନ୍ତେ ବ୍ୟାପକ ଆୟୋଜନ କରାଯାଇଥିଲା ।

ରାଜ୍ୟ ସଚିବାଳୟର କନଫରେନ୍ସ ହଲରୁ ମାଟକାମବେଡା ସ୍ଥିତ କଳିଳିଙ୍ଗନଗର ଖେଳ ପଡିଆ ସହିତ ଭିଡିଓ କନଫରେନସିଂ ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିଲା । ପ୍ରଥମେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ କୁଶଳ ଜିଜ୍ଞାସା କରିଥିଲେ ଓ ସ୍ୱାଗତ ଜଣାଇଥିଲେ । ବିଗତ ଦିନରେ ଯୋଡା ବ୍ଲକରେ ସରକାରଙ୍କ ଉଲ୍ଲେଖନୀୟ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ପରେ ପରେ ମୁଖ୍ୟମନ୍ତ୍ରୀ ଯୋଡା ବ୍ଲକର ୧୯ଟି ପଂଚାୟତର ୧୦୭ଟି ପ୍ରକଳ୍ପ ପାଇଁ ୪କୋଟି ୭୫ଲକ୍ଷ ଟଙ୍କା ମଂଜୁର କରିଥିଲେ । ଏହା ଲୋକମାନଙ୍କର ଟଙ୍କା ଏବଂ ରାଜ୍ୟବାସୀଙ୍କ ଟଙ୍କା ବୋଲି କହିବା ସହିତ ଭଲ ଭାବରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଯୋଡା ବ୍ଲକର  ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ନିମନ୍ତେ ଟଙ୍କା ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ବହୁତ୍ ଖୁସି ବୋଲି କହିଥିଲେ । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ହୃଷିକେଶ ନାଏକ,  ଲୋକସଭା ସଦସ୍ୟା ଶ୍ରୀମତୀ ଶକୁନ୍ତଳା ଲାଗୁରୀ, ଜିଲ୍ଲାପାଳ ଆଶିଷ ଠାକରେ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀପାତ୍ର, ପିଡି ଡିଆରଡିଏ ନୃସିଂହ ଚରଣ ସ୍ୱାଇଁ, ବଡ଼ବିଲ ତହସିଲଦାର  କ୍ଷିରୋଦ କୁମାର ବେହେରା, ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ବିଜେଡି ଯୁବ ନେତା ଆଶିଷ ଚକ୍ରବର୍ତୀ,  କୁଶ ଆପଟ, ରାଜା ଚକ୍ର, ବଡ଼ବିଲ ଟାଉନ ବିଜେଡି ସଭାପତି ପ୍ରଶାନ୍ତ କୁମାର ସାହୁ , ସଂଖ୍ୟାଲଘୁ ସେଲର  ସଭାପତି ନେସାର ହାୟାତଙ୍କ ସମେତ ଯୋଡା ବ୍ଲକର  ପଂଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ତଥା ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ ।

 

 

 

 

 

 

0
0
0
s2sdefault