ହେଡଲାଇନସ୍:

ଆରମ୍ଭ ହେଲା ରାଜଧାନୀ ଏକ୍ସପ୍ରେସ୍ ବସ୍ ସେବା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଭୁବନେଶ୍ୱରରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆରାମଦାୟକ ଯାତ୍ରା ପାଇଁ  ୨୩  ଗୋଟି ଶୀତତାପ ନିୟନ୍ତ୍ରିତ ବସ ସେବାର ଶୁଭାରମ୍ଭ କରିଛନ୍ତି । 

ଏହା ମଧ୍ୟରେ ଭୁବନେଶ୍ୱର- ଫୁଲବାଣୀ, ଭୁବନେଶ୍ୱର- ରାଉରକେଲା, , ଭୁବନେଶ୍ୱର- ଭବାନୀପାଟଣା, , ଭୁବନେଶ୍ୱର-ଭଂଜନଗର, ଭୁବନେଶ୍ୱର- ରାଜଗାଙ୍ଗପୁର (ଭାୟା ସୁନ୍ଦରଗଡ) , ଭୁବନେଶ୍ୱର-ରାଜଖରିଆର (ଭାୟା-ବଲାଙ୍ଗୀର) , ଭୁବନେଶ୍ୱର- ଗୋରୁମହିଷାଣୀ (ଭାୟା – କରଂଜିଆ) , ଭୁବନେଶ୍ୱର- ବୁର୍ଲା (ଭାୟା ସମ୍ବଲପୁର) ସାମିଲ ରହିଛି । 

ଏହା ବ୍ୟତୀତ ଚାରୋଟି ଭୋଲଭୋ ବସର ମଧ୍ୟ ଶୁଭାରମ୍ଭ କରା ଯିବ । ଏହି ବସ ଗୁଡିକ ଅନ୍ତରାଜ୍ୟ ଯାତ୍ରୀ ପରିବହନ ପାଇଁ ବ୍ୟବହାର କରା ଯିବ । ଏହି ବସ ଗୁଡିକ ଭୁବନେଶ୍ୱର- କୋଲକାତା ଓ ପାରାଦୀପ ବିଜୟବାଡା ମଧ୍ୟରେ ଚଳାଚଳ କରିବ । 

ଏହି ୨୭ ଗୋଟି ବସ ମୋଟ ୧୬ କୋଟି ଟଙ୍କା ବ୍ୟୟରେ କ୍ରୟ କରା ଯାଇଛି । ଉକ୍ତ ବସ ଗୁଡିକରେ ଶୀତ ତାପ ନିୟନ୍ତ୍ରିତ ବ୍ୟବସ୍ଥା, ନିଶୁଳ୍କ ୱାଇ ଫାଇ ବ୍ୟବସ୍ଥା, ମୋବାଇଲ ଚାର୍ଜିଂ, ସିସିଟିଭି କ୍ୟାମେରା ଓ ପାନୀୟ ଜଳର ବ୍ୟବସ୍ଥା ରହିଛିା  ଉକ୍ତ ଗାଡି ଗୁଡିକର ଯାତ୍ରୀ ମାନେ ଅନ ଲାଇନ ଯୋଗେ ଟିକେଟ କରି ପାରିବେ ।

0
0
0
s2sdefault