ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ହୃତପିଣ୍ଡ ସମସ୍ୟାର ଉନ୍ନତ ଧରଣର ଚିକିତ୍ସା ନିମନ୍ତେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁକୁ ପଠାଯିବ ଚେନ୍ନାଇ ସ୍ଥିତ ଆପୋଲୋ ଶିଶୁ ହସ୍ପିଟାଲ୍ I ସୂଚନା ପ୍ରକାରେ ଆୟୁଷ୍ ଡାକ୍ତର ଜଗନ୍ନାଥ ପତିଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଏକ ଟିମ୍ ବେଲଗୁଣ୍ଠାର ଏକ ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚି ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସମୟରେ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କେବିରିବ୍ରହ୍ମପୁର ଗ୍ରାମର ରାମଚନ୍ଦ୍ର ଗୌଡ଼ଙ୍କ ପୁଅ ପ୍ରଶ୍ନଜିତ୍ ଗୌଡ଼ଙ୍କ ହୃତପିଣ୍ଡରେ ସମସ୍ୟା ଥିବା କଥା ଜାଣିପାରିଥିଲେ I ଏ ବିଷୟରେ ଟିମ୍ ତରଫରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ପ୍ରଶ୍ନଜିତ୍ ଙ୍କ ହୃତପିଣ୍ଡରେ ଥିବା ସମସ୍ୟାର ସମାଧାନ ପାଇଁ ତାଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋ ଶିଶୁ ହସ୍ପିଟାଲ୍ କୁ ପଠାଯିବାର ପ୍ରସ୍ତୁତି କରାଯାଇଛି I ସେଠାରେ ପ୍ରଶ୍ନଜିତ୍ ଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ଆୟୁଷ୍ ଡାକ୍ତର ଜଗନ୍ନାଥ ପତି ସୂଚନା ଦେଇଛନ୍ତି I ଏନେଇ ପ୍ରଶ୍ନଜିତ୍ ଙ୍କ ବାପା ରାମଚନ୍ଦ୍ର ଗୌଡ଼ ଏବଂ ମାଆ ସତ୍ୟଭାମା ଗୌଡ଼ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଭବାନୀ ଶଙ୍କର ମିଶ୍ର, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ ଲୋପାମୁଦ୍ରା ମିଶ୍ର ଏବଂ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଟିମ୍ କୁ କୃତଜ୍ଞତା ଜଣାଇଛନ୍ତି I
ରାଜ୍ୟ
ହୃତପିଣ୍ଡ ସମସ୍ୟାର ଉନ୍ନତ ଚିକିତ୍ସା ନିମନ୍ତେ ଶିଶୁକୁ ପଠାଯିବ ଚେନ୍ନାଇ
- Hits: 5








