ହେଡଲାଇନସ୍:

ଅସାଧୁ ଧାନ ବ୍ୟବସାୟୀଙ୍କ ଗୋଦାମରେ ପ୍ରଶାସନର ଚଢ଼ାଉ!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: :ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ଧାନ ବ୍ୟବସାୟୀଙ୍କ ଘରେ ଚଢାଉ କରାଯାଇ ପ୍ରାୟ ୭୫୦ କୁଇଣ୍ଟାଲ ଧାନ ଜବତ କରିଛି ମାଲକାନଗିରି ଯୋଗାଣ ବିଭାଗ । ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗ, ପୋଲିସ ଓ ତହସିଲଦାର ଏମଭି-୨୯ ଗ୍ରାମର ଦୁଇଟି ଗୋଦାମ ଓ ଏମଭି-୩୦ ଗ୍ରାମର ଗୋଟିଏ ଗୋଦାମ ଉପରେ ଚଢାଉ କରି ଧାନ ଜବତ କରିବା ସହ ଗୋଦାମ ସିଲ କରିଛନ୍ତି । ପୂର୍ବରୁ ମଧ୍ୟ ପୋଟେରୁ ଓ ପଦ୍ମଗିରି ଅଞ୍ଚଳର ଅନେକ ଅସାଧୁ ଧାନ ବ୍ୟବସାୟୀଙ୍କ ଘରେ ଚଢାଉ କରାଯାଇ ପାଞ୍ଚଟି ମାମଲା ରୁଜୁ କରାଯାଇଥିବା ଉପଜିଲ୍ଲାପାଳ ସୂଚନା ଦେଇଥିଲେ। ଗତ ସପ୍ତାହକ ମଧ୍ୟରେ ୧୮୨୧ କୁଇଣ୍ଟାଲ ଚୋରା ଧାନ ଜବତ କରାଯାଇଥିବା ବେଳେ ଦୁଇଟି ଧାନ ବୋଝେଇ ଟ୍ରକ ଓ ଗୋଟିଏ ଟ୍ରାକ୍ଟର ଜବତ କରାଯାଇଛି । ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ମାଲକାନଗିରି ଉପ-ଜିଲ୍ଲାପାଳ କହିଛନ୍ତି ।

0
0
0
s2sdefault