ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ ଏବଂ ମାଷ୍ଟର୍ ଟ୍ରେନର୍ ସ୍ମୃତିମୟୀ ପାତ୍ର ଯୋଗ ଦେଇଥିଲେ I କାର୍ଯ୍ୟକ୍ରମକୁ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମରେ ଯୁକ୍ତ ୩ ପ୍ରଥମ ବର୍ଷର ୭୭ ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେବାକୁ ଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ପିଙ୍କି ପାତ୍ରଙ୍କ ତତ୍ତ୍ୱାବଧାନରେ ଏହା ଅସନ୍ତା ମାର୍ଚ୍ଚ ଏକ ତାରିଖ ପର୍ଯ୍ୟନ୍ତ ଛାତ୍ରୀ ମାନେ ଆତ୍ମ ସୁରକ୍ଷା ସମ୍ପର୍କରେ ପ୍ରଶିକ୍ଷଣ ନେବେ I ଅଧ୍ୟାପକ ସପନ କୁମାର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I
ରାଜ୍ୟ
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ
- Hits: 3








