ହେଡଲାଇନସ୍:

ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ୨୦୨୬ ର ବିରାଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଯାତ୍ରା କମିଟି ର ପୂର୍ବତନ ସଭାପତି ରାଜେନ୍ଦ୍ର ବିଷୋୟୀ ଏଥିରେ ଅଧ୍ଯକ୍ଷତା କରିଥିଲେ। ସେହିପରି ପୂର୍ବର ପୁରୋହିତ ଉପେନ୍ଦ୍ର କୁମାର ମିଶ୍ର, ଜୟକୃଷ୍ଣ ମିଶ୍ର ଯାତ୍ରା କେବେ ହେବ ତାହାର ସୂଚନା ପ୍ରଦାନ କରିଥିଲେ। ଏପ୍ରିଲ ୨୬ ତାରିଖ ରବିବାର ରେ ଦେବୀଙ୍କ ଆଗମନ ସହ ଯାତ୍ରା ଆରମ୍ଭ ହେବ । ଏହା ପୁର୍ବରୁ ମାର୍ଚ୍ଚ ୧୧ ତାରିଖ ବୁଧବାର ରେ ଶୁଭଖୁଣ୍ଟି ସ୍ଥାପନ ହେବ। ମେ ୨୦ ତାରିଖ ବୁଧବାର ରେ ଯାତ୍ରା ଉଦ‌ଯାପିତ ହେବ।

ବୈଠକରେ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ସ୍ଥାନୀୟ ବିଧାୟକ – ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଚଳିତ ବର୍ଷ ଯାତ୍ରାର ୫୦ ପ୍ରତିଶତ ଖର୍ଚ୍ଚ ଯାତ୍ରା କମିଟି ବହନ କରିବ ବୋଲି କହିଥିଲେ। ଏଥିସହ ପ୍ରଶାସନିକ ସ୍ତରରେ ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବେ। ପୂବର କମିଟି ବର୍ତ୍ତମାନ ବଦଳିବା ଯୋଜନା ନାହିଁ। ନୂତନ କର୍ମକର୍ତ୍ତା କିଛି ଯୋଡାଯିବ ଯାତ୍ରାକୁ ଅଧୂକ ସଫଳ କରିବା ପାଇଁ। ସମସ୍ତଙ୍କ ଲକ୍ଷ୍ୟ ଯାତ୍ରା ଭଲ ଏବଂ ବଡ଼ ଧରଣର ହେବ। ସମସ୍ତଙ୍କ ସହଯୋଗ ମିଳିଲେ ଯାତ୍ରା ନିଶ୍ଚିତ ସଫଳ ହେବ। ଚଳିତ ବର୍ଷର ଯାତ୍ରା ରାଜ୍ୟରେ ନୂଆଁ ଇତିହାସ ରଚିବ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ । ବିଧାୟକ ଆହୁରି ମଧ୍ୟ କହିଥିଲେ ଯେ ଭଞ୍ଜନଗର ଯାତ୍ରା ୨୦୦ ବର୍ଷର ପୁରୁଣା ଇତିହାସ। ପ୍ରତ୍ୟେକ ୱାର୍ଡ଼ରେ ଆଗାମୀ ଯାତ୍ରାରେ କଳାକୁଞ୍ଜ ହେବ । ଲୋକଙ୍କ ମତାମତକୁ ନେଇ ଯାତ୍ରା ହେବ। ଯାତ୍ରା ସରିବାର ଏକ ମାସ ମଧ୍ୟରେ ଆୟ ବ୍ୟୟର ହିସାବ ହେବ। ଏଥିପାଇଁ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ ବିଧାୟକ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ତଥା ଉପ ଜିଲାପାଳ ଉମା ଶଙ୍କର ବେହେରା ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହ ହେବ ସେ ନେଇ କହିଥିଲେ। ଅତିରିକ୍ତ ଏସ୍ପି ରଞ୍ଜନ କୁମାର ଦେ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ବିଡିଓ ଭାରତୀ ଦେବୀ, ପୈ।ରପାଳିକା କାର୍ଯ୍ୟ ନିର୍ବାହୀ ଅଧୂକାରୀ ମୁରଲୀ କୃଷ୍ଟ ପଣ୍ଡା, ଆଇନଜୀବୀ ବିଷ୍ଣୁ ପ୍ରସାଦ ପ୍ରଧାନ, ଉପ ସଭାପତି ମୁରଲୀଧର ପଣ୍ଡା,ବିନୟ କୁମାର ରଥ, ଶାନ୍ତନୁ କୁମାର ଦାସ, ସଂଗଠନ ସଂପାଦକ ସୁଶାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ବେହେରା, ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ବୈଠକରେ ସହରର ଅଧୂକାଂଶ ବିଭାଗର ଅଧିକାରୀ ଏବଂ କର୍ମକର୍ତ୍ତା ଯୋଗ ଦେଇଥିଲେ ସୂଚନାଯୋଗ୍ୟ, ଭଞ୍ଜନଗର ଠାକୁରାଣୀ ଯାତ୍ରା ପ୍ରତି ୩ ବର୍ଷକୁ ଥରେ ହେଉଛି। ୨୦୨୩ ମସିହା ମେ’ରେ ଗତ ଯାତ୍ରା ହୋଇଥିଲା। ଚଳିତ ବର୍ଷ ମଧ୍ୟ ଏପ୍ରିଲ
୨୬ ତାରିଖରୁ ଯାତ୍ରା ଆରମ୍ଭ ହୋଇ ମେ ମାସ ୨୦ ତାରିଖରେ ଯାତ୍ରା ସରିବ। ମେ ୧୯ ତାରିଖରେ ସିଂହ ବାହିନୀ ଯାତ୍ରା ହେବ । ୨୫ ଦିନ ଧରି ଯାତ୍ରା ଚାଲିବ।
ଭଞ୍ଜଭୂମି ଭଞ୍ଜନଗର ସହରର ଠାକୁରାଣୀ ଯାତ୍ରା ହେଉଛି ଐତିହାସିକ,ପ୍ରଥା, ପରମ୍ପରା, ଲୋକକଳା,ବାଦ୍ୟ, ମହାନ୍ ସଂସ୍କୃତି ଓ ଶାସ୍ତ୍ର ନିତିନିୟମ ର ସମୂଚିତ ମହାମିଳନ। କେତେକ ଙ୍କ ମତରେ ଏହି ପ୍ରଥା ପରମ୍ପରା କୁ କିଛି ପରିବର୍ତ୍ତନ ମଧ୍ୟ କରାଯାଇଥିଵା ଦେଖିବାକୁ ମିଳେ। ଏହାର ସଠିକ୍ ଉତ୍ତର ରଖିବାକୁ ଯାଇ କେତେକ ମହାନ୍ ବିଦ୍ଵାନ୍ ପଣ୍ଡିତ ପୁରୋହିତ ମାନେ ମତବ୍ୟକ୍ତ କରିଛନ୍ତି ଯେ, ସାଧାରଣତଃ ପ୍ରଥା ପରମ୍ପରା ନିତି ନିୟମକୁ ମନ ଇଚ୍ଛା ପରିବର୍ତ୍ତନ କରାଯାଇନଥାଏ। ଏବଂ ଏପରି କରିବା ଦ୍ୱାରା ଅନେକ ଙ୍କ କ୍ଷତି ହୋଇଥାଏ। କିନ୍ତୁ,, ଯଥା ଶାସ୍ତ୍ର ର ତିଥି ଲଗ୍ନ ବେଳା ରାଶି ନକ୍ଷତ୍ର ସ୍ଥାନ ଓ ପାତ୍ର ଅନୁସାରେ ସମସ୍ତଙ୍କ ମଙ୍ଗଳ ନିମନ୍ତେ ଆବଶ୍ୟକ ପଡ଼ିଲେ ଯାତ୍ରା ର ନିତିନିୟମ ଓ ସ୍ଥାନରେ କିଛି ପରିବର୍ତ୍ତନ କରିଥିବାର ଦେଖାଯାଏ। ସେଥିସକାଶେ ଏହି ପରିବର୍ତ୍ତନ ପ୍ରତିଥର ହେବା ବିଧେୟ ନୁହେଁ। ଠାକୁରାଣୀ ଯାତ୍ରା ହେଉଛି ଆମ ୨୦୦ ଶହ ବର୍ଷର ଐତିହ୍ୟ ପରମ୍ପରା ସଂସ୍କୃତି,ଭାବାବେଗ ଓ ଆମ ଗର୍ବ ଗୌରବର ଅଗ୍ରଗତି ର ଯାତ୍ରା । ଏହି ଭଞ୍ଜନଗର ଠାକୁରାଣୀ ଯାତ୍ରାକୁ ଦୁଇଟି ଦେବୀଙ୍କୁ ନିମନ୍ତ୍ରଣ କରାଯାଏ। ପ୍ରଥମେ ଭଞ୍ଜ ବଂଶୀୟ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ବ୍ୟାଘ୍ର ଦେବୀଙ୍କୁ କୁଲାଡରୁ ଏକ ବିରାଟ ଶୋଭାଯାତ୍ରାରେ ଅଣାଯିବ। ଦେବୀଙ୍କୁ ଶଗଡ଼ରେ ବସାଇ ଦୀର୍ଘ ୮ କିମି ପର୍ଯ୍ୟନ୍ତ ଭଞ୍ଜନଗର ଅଣାଯିବ। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ଵରେ ହଜାର ହଜାର ଲୋକ ଦେବୀଙ୍କୁ ପୂଜାର୍ଚ୍ଚନା କରିବେ। ଏହାପରେ ଭଞ୍ଜନଗର କଇଁଆ ବାଗଦେବି ମନ୍ଦିର ଠାରେ କିଛି ସମୟ ବିଶ୍ରାମ ନେବାପରେ ବିଳମ୍ବିତ ସନ୍ଧ୍ୟାରେ ଦେବୀ ଙ୍କୁ ମୁଖ୍ୟ ସଡକରେ ହୋଇଥିବା ଅସ୍ଥାୟୀ ମଣ୍ଡପକୁ ବିରାଟ ପଟୁଆରରେ ଅଣାଯିବ। ଏହି ସମୟରେ ପାରମ୍ପରିକ ନୃତ୍ୟ, ଆତସବାଜି ରେ ସହର ପ୍ରକମ୍ପିତ ହୋଇପଡିବ। ବ୍ୟାଘ୍ରଦେବୀ ଅସ୍ଥାୟୀ ମଣ୍ଡପରେ ବିଶ୍ରାମ ନେବାପରେ ଭଞ୍ଜନଗର ଗ୍ରାମଦେବୀ ଠାକୁରାଣୀ ଙ୍କୁ ନିମନ୍ତ୍ରଣ କରି ଅଣାଯିବ। ଏହି ପ୍ରକ୍ରିୟା ପ୍ରତ୍ୟୁଷ ପର୍ଯ୍ୟନ୍ତ ଚାଲିବ। ୩ ବର୍ଷ ପରେ ପୁଣି ଯାତ୍ରା ହେଉଥ‌ିବା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଏବେଠୁ ଉତ୍ସାହ ପରିଲକ୍ଷିତ ହେଲାଣି । ସଭା ଶେଷରେ ଯାତ୍ରା କମିଟି କର୍ମକର୍ତ୍ତା ବିଶ୍ବନାଥ ପ୍ରଧାନ ଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

0
0
0
s2sdefault