ମାଲକାନଗିରି ୨୦/୨ ପଡିଆ ବ୍ଳକର ସମସ୍ତ ୮ଟି ପଞ୍ଚାୟତର ଗାଁ ସାଥିଙ୍କୁ ମଜୁରୀ ପ୍ରଦାନ କରଯାଇ ନଥିବାରୁ ଆଜି ନିଜର କ୍ଷୋଭ ଜାହିର କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରିଛନ୍ତି l ଗାଁ ସାଥିମାନେ ଗ୍ରାମାଞ୍ଚଳରେ ମନରେଗାର ବିଭିନ୍ନ ପ୍ରକଳ୍ପରେ ଦିନ ମଜୁରିଆଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ସହ ଦୈନିକ ଉପସ୍ଥାନ ପକାଇବା କାର୍ଯ୍ୟ କରିଥାଆନ୍ତି। ଏବାବଦରେ ପ୍ରତ୍ୟକ ଗାଁ ସାଥିଙ୍କୁ ଅର୍ଦ୍ଧକୁଶଳୀ ଶ୍ରମିକ ଭାବେ ୫୧୨ଟଙ୍କା ଲେଖାଏଁ ମିଳିଥାଏ। ଗତ କିଛି ମାସ ଧରି ଗାଁ ସାଥିମାନେ ଏହି ଶ୍ରମ ଅର୍ଥ ପାଇବାରୁ ବଞ୍ଚିତ ହୋଇଥିବାରୁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ। କିନ୍ତୁ ଫଳପ୍ରଦ ହୋଇ ନଥିଲା । ଶେଷରେ ଗୁରୁବାର ଦିନ ପଡିଆ ବ୍ଲକ ଗାଁ ସାଥି ସଂଘର ୩୫ରୁ ଉର୍ଦ୍ଧ୍ବ ସଦସ୍ୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ଗାଁ ସାଥି ସଂଘର ସଭାପତି ରାଜୁ ମାଡ଼କାମି, ସମ୍ପାଦକ ବାସୁଦେବ ମାଡ଼କାମି, କୋଷାଧ୍ୟକ୍ଷ ସୁଜିତ ବିସ୍ବାଶ ସମେତ ସମସ୍ତ ଗାଁ ସାଥି ଉପସ୍ଥିତ ଥିଲେ।
ରାଜ୍ୟ
ଗାଁ ସାଥି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
- Hits: 6








