ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୧୯/୨/୨୬: ରକ୍ତ କର୍କଟରେ ଆକ୍ରାନ୍ତ ଆଦିମ ବଣ୍ଡା ବାଳକ ସନିଆ, ଚିକିତ୍ସା ପାଇଁ ଅର୍ଥ ବାଧକ । ବଞ୍ଚିବା ପାଇଁ ହସ୍ପିଟାଲ ବେଡରେ ପଡି ରହି ସଂଘର୍ଷ ଜାରି ରଖିଛି ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ଆଦିମବଣ୍ଡା ଜନଜାତିର ବାଳକ ସନିଆ ଚଲାଣ। ବଞ୍ଚିବା ପାଇଁ ହସ୍ପିଟାଲ ବେଡରେ ପଡି ରହି ସଂଘର୍ଷ ଜାରି ରଖିଛି ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ଆଦିମବଣ୍ଡା ଜନଜାତିର ବାଳକ ସନିଆ। ଦୁନିଆର ଭଲ ମନ୍ଦ ଜାଣିବା ଆଗରୁ ନିରୀହ ନାବାଳକ ଆଦିମ ବଣ୍ଡା ଜନଜାତି ସମ୍ପ୍ରଦାୟର ପିଲା ସନିଆକୁ ମାଡ଼ିବସିଛି ରକ୍ତ କର୍କଟ ରୋଗ।
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରହାଲ ଗ୍ରାମର ଏହି ଗରିବ ଆଦିମ ବଣ୍ଡା ଜନଜାତି ସମ୍ପ୍ରଦାୟ ପରିବାରର ପୁଅ ସନିଆ। ସେ ଏବେ ରକ୍ତ କର୍କଟ ରୋଗ ରେ ଆକ୍ରାନ୍ତ ହୋଇ ହସ୍ପିଟାଲ ଶଯ୍ୟାରେ ବଞ୍ଚିବା ପାଇଁ ଯୁଦ୍ଧ ଜାରି ରଖିଛି। ଅଣ୍ଡରାହଲ ଗ୍ରାମର ଗରିବ ବଣ୍ଡା ସମ୍ପ୍ର ଦୟର ହାଡି ଚଲାଣ ଓ ମା’ ମଙ୍ଗଲି ଚଲାଣ ଦିନମଜୁରୀ କରି ପରିବାର ଚଳାନ୍ତି । କିଛି ଦିନ ପୂର୍ବରୁ ସେମାନଙ୍କ ପୁଅ ସାନିଆ ଅସୁସ୍ଥ ହେବାରୁ ପ୍ରଥମେ ସ୍ଥାନୀୟ ମାଥିଲି ଚିକିତ୍ସାଳୟରେ ଚିକିତ୍ସା ହୋଇଥିଲା । ତାଙ୍କ ଶରୀରରେ ହିମୋଗ୍ଲୋବିନ ଅତ୍ୟଧିକ କମ ଥିବାରୁ ତୁରନ୍ତ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପରୀକ୍ଷା ପରେ ଜଣାପଡ଼ିଲା ଶରୀରରେ ରକ୍ତ ତିଆରି ହେଉନାହିଁ । ଅର୍ଥ ଅଭାବରୁ କିଛି ଦିନରେ ଚିକିତ୍ସା ବନ୍ଦ କରି ଘରକୁ ଫେରି ଆସିଥିଲେ। ତାଙ୍କୁ ବିଶାଖାପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘରୋଇ ହସ୍ପିଟାଲ ହୋଇଥିବାରୁ ରକ୍ତ ଆବଶ୍ୟକ ହେଲେ ଟଙ୍କା ଦେଇ କିଣିବାକୁ ପଡୁଛି । ଅର୍ଥ ଅଭାବ ଯୋଗୁଁ ମା-ପୁଅ ଦୁହେଁ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି। ପୂର୍ବରୁ ଆୟୁଷ୍ମାନ ଯୋଜନାରେ ଚିକିତ୍ସା ହୋଇଥିଲେ ମଧ୍ୟ କେଉଁଠାରେ କେତେ ଖର୍ଚ୍ଚ ହେଲା ସେମାନେ କିଛି ଜାଣି ନାହାନ୍ତି । ଆୟୁଷ୍ମାନ ଯୋଜନାରେ ଥିବା ସବୁ ଅର୍ଥ ନେଇ ଯାଇଥିବାରୁ ବୋଧେ ସନିଆକୁ ଖାଇବା ପିଇବା ଓ ଆବଶ୍ୟକ ହେଉଥିବା ରକ୍ତ ଦେଉ ନାହାନ୍ତି ବୋଲି କହିଛନ୍ତି । ଏହି ସଙ୍କଟ ସମୟରେ ପରିବାର ପକ୍ଷରୁ ସ୍ଥାନୀୟ ପ୍ରଶାସନ, ସରକାର ଓ ସମାଜସେବୀମାନଙ୍କୁ ଆର୍ଥିକ ସହାୟତା ପାଇଁ ବଣ୍ଡା ଘାଟିର ଗ୍ରାମବାସୀ ମାନେ ନିବେଦନ କରିଛନ୍ତି।








