ହେଡଲାଇନସ୍:

ମନ୍ତ୍ରୀ ରବି ନାୟକଙ୍କୁ ଭେଟିଲା ବାହାଡ଼ାଝୋଲା ବ୍ଲକ୍ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାହାଡ଼ାଝୋଲାକୁ ଏକ ସ୍ୱତନ୍ତ୍ର ବ୍ଲକ୍ ଘୋଷଣା କରିବା ପାଇଁ ସ୍ମାରକପତ୍ର


ଓଡ଼ଗାଁ, ୧୯।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଓଡ଼ଗାଁ ଥାନା ବାହାଡ଼ାଝୋଲା ବ୍ଲକ୍ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳ ଭୁବନେଶ୍ୱରରେ ମାନ୍ୟବର ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ବାସସ୍ଥାନରେ ସାକ୍ଷାତ୍ କରିଥିଲେ । ପ୍ରତିନିଧି ଦଳ ପକ୍ଷରୁ ବାହାଡ଼ାଝୋଲାକୁ ଏକ ସ୍ୱତନ୍ତ୍ର ବ୍ଲକ୍ ଘୋଷଣା କରିବା ପାଇଁ ଏକ ବିସ୍ତୃତ ସ୍ମାରକପତ୍ର ଦାଖଲ କରାଯାଇଥିଲା। ଆଲୋଚନା ସମୟରେ ବାହାଡ଼ାଝୋଲା ଅଞ୍ଚଳର ଜନସଂଖ୍ୟା, ଭୌଗୋଳିକ ଗୁରୁତ୍ୱ ଓ ଉନ୍ନୟନମୂଳକ ଆବଶ୍ୟକତାକୁ ଉଲ୍ଲେଖ କରି ସ୍ୱତନ୍ତ୍ର ପ୍ରଶାସନିକ ବ୍ଲକ ମାନ୍ୟତା ଦେବାର ଅତ୍ୟାବଶ୍ୟକତା ଉପସ୍ଥାପନ କରାଯାଇଥିଲା। ଏହି ପ୍ରତିନିଧି ଦଳରେ କ୍ରିୟାନୁଷ୍ଠାନ କମିଟି ସଭାପତି ନାରାୟଣ ବେହେରା, ଇଂ ପ୍ରଶାନ୍ତ କୁମାର ସାହୁ, ଇଂ ସୁଶାନ୍ତ କୁମାର ସାହୁ ଓ ଶ୍ରୀ ପ୍ରହଲାଦ ସାହୁ ଉପସ୍ଥିତ ଥିଲେ। ମାନ୍ୟବର ମନ୍ତ୍ରୀ ମହୋଦୟ ପ୍ରତିନିଧି ଦଳର ଦାବିକୁ ସହାନୁଭୂତି ସହ ଶୁଣି ସକାରାତ୍ମକ ବିଚାର କରିବା ସହିତ ପୂର୍ଣ୍ଣ ସହଯୋଗର ଆଶ୍ୱାସନା ପ୍ରଦାନ କରିଥିବା କମିଟି ସଦସ୍ୟ ମାନେ କହିଛନ୍ତି ।

 

 

 

0
0
0
s2sdefault