ଲକ୍ଷ୍ମୀପୁର:- ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଟ ପଞ୍ଚାୟତର ରାଜନ ପଣସଗୁଡା ଗ୍ରାମରେ “ଜ୍ଞାନବୃଦ୍ଧି ପାଠଶାଳା”ର ଶୁଭ ଆରମ୍ଭ ଅନୁଷ୍ଠିତ ହୋଇଯାଇଛି। ଗ୍ରାମୀଣ ଅଞ୍ଚଳର ଶିଶୁମାନଙ୍କ ଶିକ୍ଷାର ଗୁଣାତ୍ମକ ଉନ୍ନତି ଓ ଭବିଷ୍ୟତ ଗଢ଼ିବାକୁ ଲକ୍ଷ୍ୟ କରି ଏହି ପାଠଶାଳାର ଶୁଭାରମ୍ଭ କରାଯାଇଛି।
ଏହି ଅବସରରେ ଆଦିତ୍ୟ ଆଲୁମିନା ରେଫେଇନାରୀ କଂସାରୀଗୁଡା ପକ୍ଷରୁ ୟୁନିଟ ହେଡ୍ ଡ଼କ୍ଟର.ମଜହେର ବେଗ, ଏଚ୍ଆର୍ ହେଡ୍ ଦୀପକ ମହାନ୍ତି, ସିଏସଆର୍ ହେଡ୍ ତନ୍ମୟ ମହାନ୍ତି, ନିହାର ପଟ୍ଟନାୟକ ଓ କମ୍ପାନୀର ଅନ୍ୟାନ୍ୟ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ସ୍ଥାନୀୟ ପକ୍ଷରୁ ସରପଞ୍ଚ ବଂଶୀଧର ମାଣ୍ଡିଙ୍ଗା, କାଡା କମିଟି ସଭାପତି ପର୍ଦା କୁଳିସିକା, ଜିଲ୍ଲାପରିଷଦ ସଭାପତି ସୁଈ କୁଳିସିକା, ଲୋଉରା ଫୋୖଣ୍ଡସନ ମ୍ୟାନେଜର ବିକାଶ କୁମାର ନାଏକ, ମାନସ ହିକକା ଓ ସହ ସଦସ୍ୟବୃନ୍ଦ ସହ ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ।
କାର୍ଯ୍ୟକ୍ରମରେ ୟୁନିଟ ହେଡ୍ ଶ୍ରୀ ଡ଼କ୍ଟର.ମଜହେର ବେଗ କହିଥିଲେ ଯେ, କମ୍ପାନୀ ସଦା ସ୍ଥାନୀୟ ଗ୍ରାମଗୁଡ଼ିକର ସମଗ୍ର ଉନ୍ନତି ପାଇଁ ପ୍ରତିବଦ୍ଧ। ଶିକ୍ଷା, ସ୍ୱାସ୍ଥ୍ୟ ଓ ଆବଶ୍ୟକୀୟ ଆଧାରଭୂତ ସୁବିଧା କ୍ଷେତ୍ରରେ ଯାହା ସମ୍ଭବ ସେହି ସମସ୍ତ ସହଯୋଗ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯିବ। ସେ ଆହୁରି କହିଥିଲେ ଯେ, କମ୍ପାନୀ ସବୁବେଳେ ଗ୍ରାମବାସୀଙ୍କ ସହ ରହିଛି ଏବଂ ଆଗାମୀଦିନରେ ମଧ୍ୟ ସେମାନଙ୍କ ସୁବିଧା ଓ ଉନ୍ନତି ପାଇଁ ଏହି ପ୍ରୟାସ ଜାରି ରହିବ।
ଏହି “ଜ୍ଞାନବୃଦ୍ଧି ପାଠଶାଳା” ମାଧ୍ୟମରେ ଗ୍ରାମର ଛାତ୍ରଛାତ୍ରୀମାନେ ଅତିରିକ୍ତ ଶିକ୍ଷା ସହାୟତା ପାଇବେ ଏବଂ ତାଙ୍କ ଶିକ୍ଷାଗତ କ୍ଷମତାର ମାନୋନ୍ନତି ହେବ ବୋଲି ଆଶା କରାଯାଇଛି। ଗ୍ରାମବାସୀମାନେ କମ୍ପାନୀର ଏହି ସମାଜମୁଖୀ ପଦକ୍ଷେପକୁ ସ୍ୱାଗତ କରି କୃତଜ୍ଞତା ଜଣାଇଥିଲେ।
ରାଜ୍ୟ
ରାଜନ ପଣସଗୁଡାରେ “ଜ୍ଞାନବୃଦ୍ଧି ପାଠଶାଳା”ର ଶୁଭାରମ୍ଭ – ଗ୍ରାମ ଉନ୍ନତି ପାଇଁ କମ୍ପାନୀର ଦୃଢ଼ ପଦକ୍ଷେପ
- Hits: 32








