ହେଡଲାଇନସ୍:

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜୀବନପୁର ର ଅଷ୍ଟମ ବାର୍ଷିକ ଉତ୍ସବ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଜୀବନପୁର ଠାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜୀବନପୁର ର ଅଷ୍ଟମ ବାର୍ଷିକ ଉତ୍ସବ ଓ ପୁସ୍ତକ ଲୋକାର୍ପଣ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ ସଭା କାର୍ଯ୍ୟ କ୍ରମ ରେ ସଭାପତି ଭାବେ ଶ୍ରୀଯୁକ୍ତ ବିଷ୍ଣୁ ମୋହନ ସ୍ୱାଇଁ ପୂର୍ବତନ ଅଧ୍ୟକ୍ଷ ଅଟଳ ବିହାରୀ ମହାବିଦ୍ୟାଳୟ ବାସୁଦେବପୁର  ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ସେବା ନିବୃତ ଅଧ୍ୟକ୍ଷ ଶ୍ରୀଯୁକ୍ତ ପବିତ୍ର ପାଣିଗ୍ରାହୀ ଓ ମୁଖ୍ୟ ବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ସମ୍ପାଦକ ଅମୃତ ଦର୍ଶନ, ଓ ସେବା ନିବୃତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମିଶ୍ର,  ପୁର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ପଳିତା, ବାଇ ଚଢେଇ ର ସମ୍ପାଦକ ସଂଗ୍ରାହକ  କବି ବିକାଶ ଶତପଥି, ଜିଲ୍ଲା ପରିଷଦ ସଭ୍ୟ ଙ୍କ ପ୍ରତିନିଧି କୃଷ୍ଣ ଚନ୍ଦ୍ର ଘଡେ଼ଇ , ଭାସ୍କର ଚନ୍ଦ୍ର ଭୋଇ, ପ୍ରଧାନ ଆଚାର୍ଯ୍ୟ ରାଜେଶ କୁମାର ପରିଡ଼ା, ଶ୍ୟାମ ସୁନ୍ଦର ପଳିତା ଉପସ୍ଥିତ ରହି ଥିଲେ।  ଅତିଥି ମାନେ ବହୁ ମୂଲ୍ୟବାନ ବିଷୟ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ। ଏହି ଅବସର ରେ ଅତିଥି ମାନେ ଶ୍ୟାମ ସୁନ୍ଦର ପଳିତା ଙ୍କ ର ରଚିତ ଗଳ୍ପ ସଂକଳନ କୁ ଲୋକାର୍ପଣ କରିଥିଲେ। ପରେ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ କାର୍ଯ୍ୟ କ୍ରମ କୁ ବିଦ୍ୟା ମନ୍ଦିର ର ଗୁରୁଜୀ ଗୂରୁମା, ଅଭି ଭାବକ, ଅଭିଭାବିକା ମାନେ ଉପସ୍ଥିତ ରହି ସଫଳ କରାଇ ଛନ୍ତି।

0
0
0
s2sdefault