ହେଡଲାଇନସ୍:

ସୁରୁଖୁରୁରେ ଆରମ୍ଭ ହେଲା ମାଲିକାନଗିରି ଜିଲ୍ଲାରେ ଦଶମ ବୋର୍ଡ ପରୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୧୯/୨/୨୬ : ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା, କଟକ ତରଫରୁ ଆଜି ମାଲକାନଗିରି ଜିଲ୍ଲାର ୪୬ଟି ପରୀକ୍ଷା କେନ୍ଦ୍ରକୁ ନେଇ ସୁରୁଖୁରୁରେ ଦଶମ ବୋର୍ଡ ପରୀକ୍ଷା ପ୍ରଥମ ଦିନ ସମ୍ପନ୍ନ ହୋଇଯାଇଅଛି, ଯାହାକୁ ପରିଚାଳନା କରିଥିଲା ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ, ଜିଲ୍ଲା ପ୍ରଶାସନଙ୍କ ସହଯୋଗ ନେଇ ।
ଆଜି ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ମୋଟ ରେଗୁଲାର ୯୩୯୪ ପରୀକ୍ଷାର୍ଥୀରୁ ୯୧୧୨ ଉପସ୍ଥିତି ଥିଲା ବେଳେ ୨୮୨ ଅନୁପସ୍ଥିତି ଦେଖିବାକୁ ମିଳିଥିଲା। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟର ୪୪୯ ପରୀକ୍ଷାର୍ଥୀରୁ ୩୪୮ ଉପସ୍ଥିତି ଥିଲା ବେଳେ ୧୦୧ ଅନୁପସ୍ଥିତି ଥିଲେ । ଏହିପରି ପ୍ରଥମ ଦିନରେ ମୋଟ ୯୮୪୩ ପରୀକ୍ଷାର୍ଥୀରୁ ୯୪୬୦ ପରୀକ୍ଷା ଦେଇଥିବା ବେଳେ ଜିଲ୍ଲାରୁ ୩୮୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିଲେ ।

ଜିଲ୍ଲା ଶିକ୍ଷା ଅଧିକାରୀ,ମାଲକାନଗିରି ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ତରଫରୁ ଆଗରୁ ସୂଚନା ଥିଲା ଯେ ମୋଟ ୯୮୪୩ ଛାତ୍ରଛାତ୍ରୀ ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ ଏବଂ ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ଠାରୁ ପୁନଶ୍ଚ ଉତ୍ତର ଖାତା ନୋଡାଲ କେନ୍ଦ୍ର ଯାଏଁ ପହଞ୍ଚିବା ଦାୟିତ୍ଵ ସୁପରିଚାଳନା କରାଯାଇଅଛି ।

ଆଜି ୪୬ ଜଣ ପର୍ଯ୍ୟବେକ୍ଷକ କେନ୍ଦ୍ରରେ ଉପସ୍ଥିତ ଥିଲା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଅଫିସର ଗଣଙ୍କୁ ମଧ୍ୟ ଜିଲ୍ଲାପାଳଙ୍କ ତରଫରୁ ତ୍ୱରାନ୍ୱିତ କରାଯାଇଥିଲା । ଦିବ୍ୟାଙ୍ଗ ପିଲାମାନେ କେମିତି ସହଜରେ ସୁରକ୍ଷିତ ଭାବେ ପରୀକ୍ଷା ଦେବେ ତାହାର ବି ବ୍ୟବସ୍ଥା କରାଯାଇଥିଲା । ସଂପୂର୍ଣ୍ଣ ପରୀକ୍ଷାରେ କୌଣସି ପ୍ରକାର କପି ହେବାର ସୂଚନା ଆସିନାହିଁ।

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଓ ଭାଗୀରଥି ବେହେରା, ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଜଗନ୍ନାଥ ବେହେରା କେନ୍ଦ୍ର ସବୁ ନିରୀକ୍ଷଣ କରିଥିବା ବେଳେ କେନ୍ଦ୍ର ସ୍କ୍ୱାର୍ଡ ମଧ୍ୟ ନିରୀକ୍ଷଣ କରିଥିଲେ ।

0
0
0
s2sdefault