ହେଡଲାଇନସ୍:

 ରାଷ୍ଟ୍ରୀୟ ଏବଂ ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନା ଗୁଡିକର ସାମାଜିକ ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା /ପ୍ରିୟବ୍ରତ ପଣ୍ଡା : ରାଜ୍ୟ ସରକାରଙ୍କ ସମୀକ୍ଷକଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ଏବଂ ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନା ଗୁଡିକର ସାମାଜିକ ସମୀକ୍ଷା ଗ୍ରାମସଭା ବୋଡେ଼ନ ବ୍ଲକର ବାବେବିର ପଞ୍ଚାୟତ ଠାରେ ଆୟୋଜିତ ହୋଇଥିଲା | ସଭାରେ ସଭାପତି ରୂପେ ସରପଞ୍ଚ ହେରାମ୍ବ ପୁଝାରି ଥିବା ବେଳେ ରାଜ୍ୟ ସାମାଜିକ ସମୀକ୍ଷା ବିଶେଷଜ୍ଞ ସୁନୀଲ କୁମାର ମହାପାତ୍ର ଜିଲ୍ଲା ଅଡିଟର ମିଳନ ପତି ପ୍ରମୁଖ ଉପସ୍ଥିତ ଥିଲେ ଏବଂ ବିଭିନ୍ନ ଯୋଜନା ଗୁଡିକ ର ସାମାଜିକ ସମୀକ୍ଷା କରିଥିଲେ |  ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସ୍ପ୍ରେଡ ନୂଆପଡାର ଜିଲ୍ଲା ସଂଯୋଜକ ଶମ୍ଭୁ ସାହୁ ,ବୋଡେ଼ନ ବ୍ଲକ ସଂଯୋଜକ କସ୍ତୁରୀବଲା ସାମଲ ,କୁନାଲ ବେହେରା ,ଗ୍ରାମ ପଞ୍ଚାୟତ ସଂଯୋଜକ ଦୀନବନ୍ଧୁ ଛାତ୍ରୀଆ | ବିଭିନ୍ନ ଯୋଜନା ଗୁଡିକ ର ଅଭିଯୋଗ ଗୁଡିକୁ କରଙ୍ଗାମାଲ ଲୋକ ସୂଚନା କେନ୍ଦ୍ର ସଂଯୋଜକ ପ୍ରିୟବ୍ରତ ପଣ୍ଡା ଏବଂ ସାଥି ମନେ ଗ୍ରହଣ କରିଥିଲେ।ଅଙ୍ଗନବାଡି କେନ୍ଦ୍ର ମାଧ୍ୟମ ରେ ମିଳୁଥିବା ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଣରେ ଭୁଲ ଥିବା ପ୍ରମାଣ ମିଳିଲା | ସ୍କୁଲର ଏମ୍ ଡି ଏମ୍ ଯୋଜନା ରେ ବାସନ କୁସନର ଅଭାବ ଯୋଗୁଁ ସେବା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ମିଳିଲା |

0
0
0
s2sdefault