ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଅଦ୍ୟ ୧୮/୦୨/୨୦୨୬ ରିଖରେ ଭଞ୍ଜନଗର ବ୍ଳକ୍ ର ଶିଶୁ ବିକାଶ ଯୋଜନା ଆନୁକୂଲ୍ୟରେ ବ୍ଳକ୍ ପଞ୍ଚାୟତ ସମିତି ସଭାଗୃହ ଠାରେ ଅନ୍ ଲାଇନ୍ ସୁରକ୍ଷା ଏବଂ ସାଇବର କୁଲିଂ ସମ୍ବଦ୍ଧିୟ, ଗୋଷ୍ଟି ସ୍ତରୀୟ ସଚେତନତା କର୍ମଶାଳା (ବେଟି ବଞ୍ଚାଅ ବେଟି ପଢ଼ାଅ) ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ଭାରତି ଦେବି, ଶିଶୁ ବିକାଶ ଯୋଜନା ଅଧିକାରିଣୀ ମିଲିମା କୁମାରୀ ପଣ୍ଡା, ଉପଖଣ୍ଡ ସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଭଞ୍ଜନଗର ଥାନା ସବ୍ ଇନ୍ସପେକ୍ଟର ଜୋସ୍ନା ମୟି ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚରଣ ସେଠୀ, ବ୍ଳକ୍ ପିଇଓ ଅଫିସର୍ ଅଶୋକ କୁମାର ସେଠୀ , ଜିଲ୍ଲା କାର୍ଯ୍ୟାଳୟ ରୁ ଆସିଥିବା କର୍ମକର୍ତ୍ତା ସମିର ପାତ୍ର,ଏକକ ସଖି ସହାୟତା କେନ୍ଦ୍ରର ଅଧିକାରୀଣି ସୁନୀତା ରଥ, ବରିଷ୍ଠ ଆଇନଜୀବୀ ଅଳକା ମଞ୍ଜରୀ ପଟ୍ଟନାୟକ, ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଅଞ୍ଚଳ ପରିଚାଳିକା ବୃନ୍ଦ ଏବଂ ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଆସିଥିବା ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ମାନେ ଏଥିରେ ଯୋଗଦାନ କରିଥିଲେ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କଲା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମେ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ଏହି କାର୍ଯ୍ୟକ୍ରମ ର ମୂଳଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଏବଂ ପ୍ରତିଟି କାର୍ଯ୍ୟକୁ ସୁଚାରୁରୂପେ ଦୃଷ୍ଟି ନିକ୍ଷେପ କରୁଥିବାର ଦେଖାଯାଉଥିଲା। ଏକକ ସଖି ସହାୟତା କେନ୍ଦ୍ରର ଅଧିକାରୀଣି ପ୍ରକୃତ ରେ ସାଇବର ଅପରାଧ କଣ ? । ଏହାଠାରୁ ଆମକୁ ନିଜ ଠାରୁ କିପରି ସୁରକ୍ଷିତ ରଖିବା, ଇନଷ୍ଟାଗ୍ରାମ୍, ଫେସବୁକ୍, ଏଟିଏମ୍,ଏଫ୍ ସି ସି,ଆଇ ନିମନ୍ତେ ୧୮୧,୧୯୩୦ ଭଳି ଏକ ଜରୁରୀ ସେବା ପାଇଁ ନମ୍ବର ପ୍ରଦାନ କରିଥିଲେ। ଏହା ପରେ ପରେ ଅନ୍ୟ ସମ୍ମାନିତ ମାନଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ର ବିଷୟ ବସ୍ତୁ ଉପରେ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ବକ୍ତବ୍ୟ ମାଧ୍ୟମରେ ଜ୍ଞାନ ପ୍ରଦାନ କରାଯାଇଥିଲା। ବରିଷ୍ଠ ଆଇନଜୀବୀ ଅଳକା ମଞ୍ଜରୀ ପଟ୍ଟନାୟକ ସାଇବର ଅପରାଧ କଣ ? କାହାକୁ ସାଇବର ଅପରାଧ କୁହାଯାଏ, ଏହା କିପରି ପ୍ରଭାବିତ ହୋଇଥାଏ। ଏବଂ ଆଜିର ଡିଜିଟାଲ ଯୁଗରେ ସମସ୍ତେ କିପରି ସଚେତନତା ହେବେ ଓ ସତର୍କ ହେଵେ ତାହାରି ଉପରେ ଗୁରୁତ୍ୱ ଦେଇ ବୁଝାଇଥିଲେ। ଏଥି ନିମିତ୍ତ ସରକାର ଙ୍କ ବିଭିନ୍ନ ଅନୁଷ୍ଠାନ, ବିଭିନ୍ନ ଧାରା ଉପଧାରା ଉପରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ଏକ ଐତିହାସିକ ଘଟଣା ବଳି କୁ ଉଦାହରଣ ଦେଇ ବୁଝାଇଥିଲେ ଯେ, ତିନି ଜଣ କନ୍ୟା ଶିଶୁ କିପରି "କୋରି ଧାନ ଗେମ୍ କୁଇନ୍ " ହେବା ପାଇଁ ୫୦ ଥର ସେଥିରୁ ବଞ୍ଚିତ ହୋଇ ଶେଷରେ ମୃତ୍ୟୁ ବରଣ କରିଥିଲେ। ଯାହାକି ଏକ ମର୍ମସ୍ପର୍ଶୀ ଓ ଦୁଃଖଦ ଘଟଣା ଥିଲା। ଏଣୁ ପିଲାମାନଙ୍କୁ ସ୍ମାର୍ଟ ଫୋନ କୁ କମ୍ ବ୍ୟବହାର କରିବା, ସ୍ଵଦେଶୀ ହେବା, ଭାରତୀୟ ଦ୍ରବ୍ୟର ଅଧିକ ବ୍ୟବହାର କରିବା, ଏହିପରି କେତେକ ଶ୍ରେଷ୍ଠ ଉପାଦେୟ ତଥ୍ୟ ମାନ ପ୍ରକାଶ କରିଥିଲେ। ଶେଷରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀଣି ମିଲିମା କୁମାରୀ ପଣ୍ଡା ସମସ୍ତ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା କୃତି ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଇଥିଲେ। ଏବଂ ମଞ୍ଚାସିନ ସମସ୍ତ ଅତିଥି ମାନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିବା ସହିତ ଏହି ସୁନ୍ଦର କାର୍ଯ୍ୟକ୍ରମ ର ସମାପନ ଘୋଷଣା କରିଥିଲେ। ଦେଖିବାକୁ ଗଲେ ଆଜିର ଏହି ଆୟୋଜିତ କର୍ମଶାଳାର ଅଭିନୟ ପ୍ରୟାସ କୁ ସମସ୍ତେ ପ୍ରଶଂସା କରିବା ସହିତ ଆନନ୍ଦ ର ସହିତ ଉପଭୋଗ କରିଥିଲେ।
ରାଜ୍ୟ
ଭଞ୍ଜନଗରରେ ‘ବେଟି ବଞ୍ଚାଅ ବେଟି ପଢ଼ାଅ’ ଅଭିଯାନ: ସାଇବର ସୁରକ୍ଷା ଓ ଅନ୍ଲାଇନ୍ ସଚେତନତା କର୍ମଶାଳା ଅନୁଷ୍ଠିତ
- Hits: 18








