ହେଡଲାଇନସ୍:

କୁରାଳ ମେଡିକାଲ ଛକରୁ ଜବର ଦଖଲଦଖଲ ହଟିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୮।୨(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ମେଡିକାଲ ଛକରେ ବୁଧବାର ଲାଗିଲା ବୁଲ ଡୋଜର। ଉଚ୍ଛେଦ ହେଲା ଜବର ଦଖଲ।ମାଜିଷ୍ଟ୍ରେଟ ପବିତ୍ର କୁମାର ସେଠୀଙ୍କ ନେତୃତ୍ୱରେ ବରିଷ୍ଠ ରାଜସ୍ବ ସହାୟକ ପ୍ରଦୀପ କୁମାର ସାହୁ, ରାଜସ୍ବ ସୁପର ଭାଇଜର ସୁବାସ ଚନ୍ଦ୍ର ମିଶ୍ର, ରାଜସ୍ବ ନିରୀକ୍ଷକ ଶ୍ରୀଧର ସେଠୀ, ଅମିନ ମନୋଜ ଦଳେଇ କୁରାଳ ମେଡିକାଲ ଛକରେ ପହଞ୍ଚିବା ପରେ ମଧ୍ୟାହ୍ନରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଫଳରେ କୁରାଳର କୃଷ୍ଣମୂର୍ତ୍ତି ଦୋରା, ଶ୍ରୀନିବାସ ପାତ୍ର,ଅଶୋକ କୁମାର ସୁବୁଦ୍ଧି ଏବଂ ଚଣ୍ଡୀ ଛକରୁ ତାରେଶ୍ବର ପ୍ରଧାନଙ୍କ ଦ୍ବାରା ହୋଇଥିବା ଜବର ଦଖଲ ସ୍ଥାନରୁ ଦଖଲ ଉଚ୍ଛେଦ କରାଯାଇ ଥିଲା। ଓଡ଼ଗାଁ ଥାନା ପୋଲିସ ଏସ୍ଆଇ ଚକ୍ରଧର ସିଂ ଓ କର୍ମଚାରୀ ସହଯୋଗ କରିଥିଲେ।

0
0
0
s2sdefault