ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ବୁଧବାର) ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ , ପାରଳାଖେମୁଣ୍ଡି ଠାରେ ଅଟଳ ବାୟୋ ଅଭ୍ୟୁଦୟ ଯୋଜନା ଅନ୍ତର୍ଗତ “ ମାତା ପିତା ତଥା ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ ଓ କଲ୍ୟାଣ ଆଇନ, ୨୦୦୭” ବିଷୟରେ ଏକ ସଚେତନତା କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିନ୍ଦ୍ର ହୋନନାଗ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଏଲ୍.ସନ୍ତୋଷ କୁମାର , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ , ପାରଳାଖେମୁଣ୍ଡି , ଶ୍ରୀମତି ଦେବଶ୍ରୀ ବ୍ରହ୍ମା , ରାଜ୍ୟ ପ୍ରକଳ୍ପ ସଂଯୋଜକ , ହେଲ୍ପ ଏଜ ଇଣ୍ଡିଆ , ଭୁବନେଶ୍ବର , ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ଜେନା , ଉପଦେଷ୍ଟା , ଗ୍ରାମାଞ୍ଚଳ ଉନ୍ନତି ନିମନ୍ତେ ବରିଷ୍ଠ ନାଗରିକ ମଞ୍ଚ , ଗୁରାଣ୍ଡି , ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପାଢୀ , ସଭାପତି , ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘ , ପାରଳାଖେମୁଣ୍ଡି , ଶ୍ରୀଯୁକ୍ତ ରାମଚନ୍ଦ୍ର ପାଢୀ , ସଭ୍ୟ , ବରିଷ୍ଠ ନାଗରିକ ମଞ୍ଚ , ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଶ୍ରୀମତୀ ଉତ୍ସର୍ଗୀତା ବଡରଇତ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ଗଜପତି ମଞ୍ଚ ପରିଚାଳନା କରିଥିଲେ ।
ଏହି କର୍ମଶାଳା ରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବରିଷ୍ଠ ନାଗରିକ ବୃନ୍ଦ , ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ , ପୋଲିସ କର୍ମଚାରୀ ଗଣ , ଆଶ୍ରା ଜରାଶ୍ରମ ର ଅନ୍ତେବାସୀ ବୃନ୍ଦ ଓ ବିଭିନ୍ନ ବ୍ଲକ ରୁ ଆସିଥିବା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଙ୍କର କର୍ମଚାରୀ ମାନେ ଏହିପରି ଭାବେ ମୋଟ ଶହେ ରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ ।
ଏହି କର୍ମଶାଳାରେ ଶ୍ରୀମତି ବ୍ରହ୍ମା “ ମାତା ପିତା ତଥା ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ ଓ କଲ୍ୟାଣ ଆଇନ, ୨୦୦୭” ଅଧିନରେ ଥିବା ବିଭିନ୍ନ ସୁବିଧା ଗୁଡିକ ବିଷୟରେ ଜଣାଇଥିଲେ ।
ସଭା ଶେଷରେ ଶ୍ରୀମତୀ ଉତ୍ସର୍ଗୀତା ବଡରଇତ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ଗଜପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ଏହି କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ରାଜ୍ୟ
ଅଟଳ ବାୟୋ ଅଭ୍ୟୁଦୟ ଯୋଜନା ଅନ୍ତର୍ଗତ “ ମାତା ପିତା ତଥା ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ ଓ କଲ୍ୟାଣ ଆଇନ, ୨୦୦୭” ବିଷୟରେ ଏକ ସଚେତନତା କର୍ମଶାଳା
- Hits: 13








