ରେଙ୍ଗାଲି :- ଆଦିତ୍ୟ ଆଲୁମିନିୟମ ଲପଙ୍ଗା ଦ୍ବାରା ସ୍ଥାନୀୟ କ୍ରୀଡାବିତ୍ ମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା କାର୍ଯକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟ କ୍ରମ ଟି ଆଦିତ୍ୟ ଗୋଷ୍ଠୀ ଉନ୍ନୟନ କାର୍ଯକ୍ରମ ର ପ୍ରକଳ୍ପ ଲକ୍ଷ୍ୟ ର ଅନ୍ତର୍ଗତ ଅଟେ । ଗ୍ରାମ ପ୍ରତିଭାକୁ ଲୋକଲୋଚନକୁ ଆଣିବାପାଇଁ ଏକ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ଉକ୍ତ କାର୍ଯ୍ୟ ରେ ୫ ଗୋଟି ପଞ୍ଚାୟତ ( ଲପଙ୍ଗା, ବୋମାଲୋଇ, କତରବଗା, ଜଙ୍ଗଲା, ଘିଚାମୁରା) ର ୧୮ ଟି କ୍ଲବ ର କ୍ରିକେଟ୍ ଓ ଫୁଟବଲ୍ ର ଖେଳାଳୀ ମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟ କର୍ମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳ ରେ ଥିବା ଖେଳାଳୀ ମାନଙ୍କର ପ୍ରତିଭା କୁ ଲୋକ ଲୋଚନକୁ ଆଣିବା। ଇତି ଅବସରରେ ଖେଳାଳୀ ମାନଙ୍କୁ ଉତ୍ସାହ କରିବା ପାଇଁ କ୍ରିକେଟ୍ ଓ ଫୁଟବଲ୍ ର କ୍ରୀଡା ସାମଗ୍ରୀ ବିତରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବୋମାଲୋଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଶେଷଦେବ ପ୍ରଧାନ, ଲପଙ୍ଗା ପଞ୍ଚାୟତର ସମିତିସଭ୍ୟ ଶ୍ରୀଯୁକ୍ତ କିରଣ ବେହେରା, ସମାଜ ସେବୀ ସୁଶାନ୍ତ ବାରିକ,ସୁଧୀର ଗୁପ୍ତା ଉପସ୍ଥିତ ରହି ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ ଓ ଆଦିତ୍ୟ ଆଲୁମିନିୟମ କାରଖାନା ର ମାନବ ସମ୍ବଳ କ୍ଲଷ୍ଟ୍ର ର ମୁଖ୍ୟ ଶ୍ରୀଯୁକ୍ତ ଡକ୍ଟର କ୍ରିଷ୍ଣା ପାଢ଼ୀ, କାରଖାନାର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରସାଦ ନାୟକ, ମାନବ ସମ୍ବଳ ମୁଖ୍ୟ ଶ୍ରୀଯୁକ୍ତ ବିନୋଦା ନନ୍ଦ ଠାକୁର, ବାଣିଜ୍ୟ ର ମୁଖ୍ୟ ଶ୍ରୀଯୁକ୍ତ ଅମିତ୍ ପଣ୍ଡା, ଉପସ୍ଥିତ ରହି ଖେଳାଳୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ସିଏସଆର୍ କ୍ଲଷ୍ଟର ମୁଖ୍ୟ ଶ୍ରୀଯୁକ୍ତ ଶିବ ମହାପାତ୍ର ଉପସ୍ଥିତ ଖେଳାଳୀ ମାନଙ୍କୁ ଆଜିର କାର୍ଯ କ୍ରମ ଉପରେ ଅବଗତ କରାଇଥିଲେ । ଉପ ପ୍ରବନ୍ଧକ ଶ୍ରୀଯୁକ୍ତ ମନୋରଂଜନ ବେହେରା ମଞ୍ଚ ପରିଚାଳନା କରିଥିଲେ ଓ କାର୍ଯ୍ୟ କ୍ରମଟି ସିଏସଆର୍ ମୁଖ୍ୟ ଶ୍ରୀଯୁକ୍ତ ରବି ନିୱାସ ଙ୍କ ତତ୍ଵା ଅବଧନରେ ପରିଚାଳିତ ହୋଇଥିଲା । ଆଦିତ୍ୟ ଆଲୁମିନିୟମ ର ଖେଳାଳୀ ମାନଙ୍କ ପାଇଁ ଏଭଳି ଉନ୍ନତି ମୂଳକ କାର୍ଯ୍ୟକ୍ରମ ପାଇଁ ପାରିପାର୍ଶ୍ବିକ ଅଞ୍ଚଳ କ୍ରୀଡାବିତ୍ ମାନେ ପ୍ରଶଂସା କରିଥିଲେ।
ରାଜ୍ୟ
କ୍ରୀଡା ର ଉନ୍ନତି ପାଇଁ ଆଦିତ୍ୟ ଆଲୁମିନିୟମ ର ଏକ ଉଚ୍ଚକୋଟୀର ପ୍ରୟାସ ।
- Hits: 64








