ହେଡଲାଇନସ୍:

ଅସ୍ତରଙ୍ଗ ବ୍ଲକ ରେ ମାଟ୍ରିକ ପରୀକ୍ଷା ନେଇ ସୁରକ୍ଷା ବ୍ୟବସ୍ଥା କଡ଼ା କଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ୧୮/୨ ଚଳିତ ବର୍ଷ ଓଡିଶା ରାଜ୍ୟ ରେ ମେଟ୍ରିକ ପରୀକ୍ଷା ୧୯ ତାରିଖ ରୁ ଆରମ୍ଭ ହୋଇଛି l ଏହାକୁ ନେଇ ସମ୍ପୂର୍ଣ୍ଣ ରାଜ୍ୟ ରେ ଗଣଶିକ୍ଷା ବିଭାଗ ତପ୍ତର ରହିଥିବା ବେଳେ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ରେ ସମୁଦାୟ ପାଞ୍ଚ ଗୋଟି ପରୀକ୍ଷା କେନ୍ଦ୍ର କରାଯାଇଛି l ଜନତା ହାଇ ସ୍କୁଲ ବନ୍ତିଳୋ, ସୁନ୍ଦର ସୁରେନ୍ଦ୍ରନାଥ ବିଦ୍ୟାପୀଠ, ଅସ୍ତରଙ୍ଗ ହାଇସ୍କୁଲ, ପାଟଳଦା ହାଇସ୍କୁଲ ଓ ଅଠତିରା ଐଶ୍ୱାନେଶ୍ୱର ବିଦ୍ୟାପିଠ କୁ ଚୟନ କରାଯାଇଛି ,ଯେଉଁଥିରେ ଚାରିଗୋଟି ନିୟମିତ ବାର୍ଷିକ କେନ୍ଦ୍ର ଥିବା ବେଳେ ପାଟଳଦା ହାଇସ୍କୁଲ ରେ ଏସଆଇଓଏସ କେନ୍ଦ୍ର କରାଯାଇଛି l ଚାରିଗୋଟି ସେଣ୍ଟର ରେ ସମୁଦାୟ ୮୧୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ୪୪୮ ଜଣ ପୁଅ ଓ ୩୬୮ ଜଣ ଝିଅ ରହିଛନ୍ତି l ପାଟଳଦା ହାଇସ୍କୁଲ ଏସଆଇଓଏସ ସେଣ୍ଟର ରେ ସମୁଦାୟ ୨୩୭ ଜଣ ପରୀକ୍ଷାର୍ଥୀ ରହିଥିବାବେଳେ ୧୧୫ ଜଣ ପୁରୁଷ ଓ ୧୨୨ ଜଣ ମହିଳା ପରୀକ୍ଷାର୍ଥୀ ଅଛନ୍ତି l ପରୀକ୍ଷାର୍ଥୀ ମାନେ ସକାଳ ୭ ଘଟିକା ରେ ପରୀକ୍ଷାକେନ୍ଦ୍ର କୁ ପ୍ରବେଶ କରିବେ, ୯ ଘଟିକା ରେ ପ୍ରଶ୍ନପତ୍ର ଦିଆଯିବ ୧୧ ଘଟିକା ୩୦ ମିନିଟ ସମୟ ରେ ପରୀକ୍ଷା ଶେଷ ହେବ l ପ୍ରଥମ ଦିନ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା କରାଯିବ l ଅସ୍ତରଙ୍ଗ ମଣ୍ଡଳ ଶିକ୍ଷା ବିଭାଗ ତରଫରୁ ସମୁଦାୟ ୭୪ ଜଣ ଶିକ୍ଷକ ଙ୍କୁ ପରୀକ୍ଷା ପରିଚାଳନା କରିବାକୁ ଦାୟିତ୍ୱ ମିଳିଥିବା ଅସ୍ତରଙ୍ଗ ତହସିଲଦାର, ମଣ୍ଡଳ ଉନ୍ନୟନ ଅଧିକାରୀ, ମଣ୍ଡଳ ଶିକ୍ଷା ଅଧିକାରୀ ଓ ଦୁଇ ଜଣ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ସମସ୍ତ କେନ୍ଦ୍ର କୁ ପରିଦର୍ଶନ କରିବେ l ପ୍ରତ୍ୟେକ କେନ୍ଦ୍ର ରେ ସିସି ଟିଭି ଅଧୀନରେ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବେ l ଅସ୍ତରଙ୍ଗ ଥାନା ତରଫରୁ ପ୍ରତ୍ୟେକ କେନ୍ଦ୍ର ରେ ଶୃଙ୍ଖଳିତ ପରୀକ୍ଷା କିପରି ହେବ, ସେଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ଥାନା ର ଆଇ ଆଇ ସି, ବିଦିତା ନାୟକ ଏକ ସାକ୍ଷାତକାର ରେ ପ୍ରକାଶ କରିଛନ୍ତି l

0
0
0
s2sdefault