ହେଡଲାଇନସ୍:

ରାଜ୍ୟ ମହିଳା କମିଶନର ୩୩ତମ ପ୍ରତିଷ୍ଠା ଦିବସ ଅବସରରେ ସମ ନର୍ସିଂ ସୁପରିଟେଣ୍ଡେଂଟ ସମ୍ମାନିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଫେବୃଆରୀ ୧୬: ରାଜ୍ୟ ମହିଳା କମିଶନର ୩୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ରଙ୍କୁ ସମ୍ମାନିତ କରାଯାଇଛି ।
ଶ୍ରୀମତି ମିଶ୍ରଙ୍କୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚରଣ ସ୍ୱାଇଁ ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତି ଶୋଭନା ମହାନ୍ତି ପ୍ରମୁଖ ସମ୍ମାନିତ କରିଥିଲେ ।
ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସମାଜ ପ୍ରତି ଅବଦାନ ନିମନ୍ତେ ସଫଳ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନର୍ସିଂ ସେବା କ୍ଷେତ୍ରରେ ଶ୍ରୀମତି ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା ।
ସମ୍ମାନିତ ହେବା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଓ ବିଶ୍ୱବିଦ୍ୟାଳୟକୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀମତି ମିଶ୍ର ।

0
0
0
s2sdefault