ହେଡଲାଇନସ୍:

ଜୟଦେବ ଭବନରେ ଗୁଞ୍ଜିଉଠିଲା “ସଲାମ୍”: ପୁଲୱାମା ଶହୀଦମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ପୁଲୱାମା ଆକ୍ରମଣରେ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ବୀର ଶହୀଦମାନଙ୍କୁ ସ୍ମରଣ କରି ଟାଇମ୍ ଟୁ ଶାଇନ୍ ପକ୍ଷରୁ “ସଲାମ୍” ନାମକ ଏକ ଗମ୍ଭୀର ଓ ଭାବବିହ୍ୱଳ କାର୍ଯ୍ୟକ୍ରମ ଜୟଦେବ ଭବନରେ ଅନୁଷ୍ଠିତ ହୋଇଥିଲା। ସଂସ୍ଥାପିକା ଲିନା ନନ୍ଦିତା ପରିଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦେଶପ୍ରେମ ଓ ଯୁବଶକ୍ତିର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଥିଲା।
ଏହି ଅବସରରେ ଭାରତର ଗୌରବ, ଓଲିମ୍ପିଆନ୍ ଶ୍ରୀମତୀ ଦୂତୀ ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କର ଉପସ୍ଥିତି ସମଗ୍ର ପରିବେଶକୁ ଉତ୍ସାହ ଓ ପ୍ରେରଣାରେ ପୂର୍ଣ୍ଣ କରିଦେଇଥିଲା। ସେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, “ଶହୀଦମାନଙ୍କର ବଳିଦାନ କେବେ ବୃଥା ଯିବ ନାହିଁ। ଯୁବପିଢି ଯଦି ଶିଷ୍ଟାଚାର , ପରିଶ୍ରମ ଓ ଦେଶପ୍ରେମକୁ ଜୀବନର ମନ୍ତ୍ର କରିନେବେ, ତେବେ ଭାରତ ଆହୁରି ସଶକ୍ତ ହେବ।”
ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଥିଲେ —ମିସ୍ ଦୁତୀ ଚାନ୍ଦ. ମେଜର ଡା. କଳ୍ପନା ଦାସ, ଫ୍ଲାଇଟ୍ ଲେଫଟେନାଣ୍ଟ ମିହିର ସରଣ, ଡ. ଅଭିନ୍ନ ହୋତା, ଜାତୀୟ ଅଧ୍ୟକ୍ଷ, ୱାର୍ଲ୍ଡ ହ୍ୟୁମାନ୍ ରାଇଟ୍ସ ପ୍ରୋଟେକ୍ସନ, ନମିତା ପଟ୍ଟନାୟକ, ସହାୟକ ରାଜ୍ୟ କମିଶନର, ସ୍କାଉଟ୍ସ ଏବଂ ଗାଇଡ୍ ସୁବାଶିସ ସାହୁ, ଉଦ୍ୟୋଗପତି ଓ ସାମାଜିକ କର୍ମୀ ସଫଦର ହାସିମ୍, ହ୍ୟୁମାନିଟି ଟ୍ରଷ୍ଟ ‘ଜଜ୍ବା’ର ସଂସ୍ଥାପକ | କାର୍ଯ୍ୟକ୍ରମର ଆରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଦୁଇ ମିନିଟ୍‌ର ମୌନ ପ୍ରାର୍ଥନା ମାଧ୍ୟମରେ ଶହୀଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ନିଜ ଉଦ୍ବୋଧନରେ ଶହୀଦମାନଙ୍କର ଅପରିମିତ ତ୍ୟାଗକୁ ସ୍ମରଣ କରି ଯୁବମାନଙ୍କୁ ଦେଶ ସେବାରେ ନିଜକୁ ନିୟୋଜିତ କରିବାକୁ ଆହ୍ୱାନ ଜଣାଇଥିଲେ।
ସଂସ୍ଥାପିକା ଲିନା ନନ୍ଦିତା ପରିଡା କହିଥିଲେ, “‘ସଲାମ୍’ କେବଳ ଏକ ଶ୍ରଦ୍ଧାଞ୍ଜଳି ନୁହେଁ, ଏହା ଆମ ଯୁବଶକ୍ତିଙ୍କ ପାଇଁ ଦେଶ ଗଠନର ଏକ ସଙ୍କଳ୍ପ।” ଟାଇମ୍ ଟୁ ଶାଇନ୍ ଗତ କିଛି ବର୍ଷ ଧରି ଯୁବମାନଙ୍କୁ ସାମାଜିକ ଓ ଜାତୀୟ କାର୍ଯ୍ୟରେ ସଂଲଗ୍ନ କରିବା ପାଇଁ ନିରନ୍ତର ପ୍ରୟାସରତ ଅଛି।

0
0
0
s2sdefault