ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହେବା ସହିତ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା I ବ୍ଳକ୍ ର ଗାଙ୍ଗପୁର ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର, ବୋରୀର ସିଦ୍ଧେଶ୍ଵର ମନ୍ଦିର, ପାଲକଷଣ୍ଢାର ନୀଳକଣ୍ଠେଶ୍ୱର ମନ୍ଦିର, କେବିରୀ ବ୍ରହ୍ମପୁର/ କେ ନୂଆଗଡ ର ଗୁପ୍ତେଶ୍ୱର, ନାୟିକପଡା ବୈଦ୍ୟନାଥ, ବେଲଗୁଣ୍ଠା ଚନ୍ଦ୍ରକଳ୍ପେଶ୍ୱର, ଗୋବରାର ଉଗ୍ରେଶ୍ୱର ମନ୍ଦିର, ମେଇନ ରୋଡ଼ ରେ ଥିବା ଶ୍ରୀ ଶ୍ରୀ କପିଳେଶ୍ଵର ମନ୍ଦିର,କେବିରି ବରହମପୁରର ଗୁପ୍ତେଶ୍ୱର ମନ୍ଦିର, ନୂଆପଡା /ରାଇପଡା ଓ ବେଲଗୁଣ୍ଠାର ବାଲୁଙ୍କେଶ୍ୱର ମନ୍ଦିର ସମେତ ବଡ଼ ସାଦରା,ଖଇରପୁଟି,ଇନ୍ଦନପୁର,ସିଂହମର୍ଦ୍ଦନ,କ୍ଷତ୍ରିୟବରପୁର,ନୂଆଁପଡ଼ା,ନାୟକପଡ଼ାର ବୈଦ୍ୟନାଥ, ଗୋଲାପଡ଼ାର ସ୍ଵପ୍ନେଶ୍ଵର ଆଦି ଶିବ ମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା I ମନ୍ଦିର ଗୁଡିକରେ ଭୋର୍ ରୁ ନୀତିକାନ୍ତି ସହିତ ଦେବ ଦେବଙ୍କ ଦର୍ଶନ ଆରମ୍ଭ ହୋଇଥିଲା I ସମୟ ବଢିବା ସହିତ ଗହଳି ମଧ୍ୟ ବଢ଼ିଥିଲା I ମନ୍ଦିର ଗୁଡ଼ିକ ସମ୍ମୁଖରେ ପଳାଶଫୁଲ ,ବେଲପତ୍ର, ଦୀପ ଭଳି ପୂଜାସାମଗ୍ରୀ ସହିତ ଛୋଟପିଲାଙ୍କ ପାଇଁ ଖେଳନା ସାମଗ୍ରୀର ବେପାର ବେଶ୍ ଜମିଥିଲା I ସନ୍ଧ୍ୟା ସମୟରେ ମନ୍ଦିର ଗୁଡ଼ିକ ଆଲୋକମାଳାରେ ଝଲସିବା ସହିତ ମନ୍ଦିର ପରିସରରେ ଶହ ଶହ ଭକ୍ତ ଜାଗର ଦୀପ ଜାଳି ବସିଥିଲେ I ମନ୍ଦିର ଗୁଡ଼ିକରେ ଭଜନ,କୀର୍ତ୍ତନ ଅଷ୍ଟପ୍ରହରୀ ଅନୁଷ୍ଠିତ ହୋଇଥିବା ବେଳେ ମନ୍ଦିର ଗୁଡିକରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା I ବଡ଼ ଦୋଡ଼ଙ୍ଗାର ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର, ନୂଆଁଗଡ଼ର ଗୁପ୍ତେଶ୍ୱର ,. ଗୋବରା ଉଗ୍ରେଶ୍ୱର ଓ ବେଲଗୁଣ୍ଠା ଶିବ ମନ୍ଦିରରେ ଅଷ୍ଟପ୍ରହରୀ ଅନୁଷ୍ଠିତ ହୋଇଛି I ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ କରୁଥିବା ସହ ସମସ୍ତ ଶିବାଳୟରେ ମଧ୍ୟ ରାତ୍ରିରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି I ମହା ଶିବରାତ୍ରି ଉପଲକ୍ଷେ ଜାଗରଯାତ୍ରାରେ ଗାଙ୍ଗପୁର ଗ୍ରାମରେ ପଦରାଇଶୁଣି ଏବଂ ବଘାଡ଼ି ଗ୍ରାମର କଳାକାରଙ୍କ ଦ୍ୱାରା ଦୁଇ ପୁଞ୍ଜା ରାମାୟଣ ନାଟକ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି l
ରାଜ୍ୟ
ମହା ଶିବରାତ୍ରି ଉପଲକ୍ଷେ ଶୈବପୀଠ ଚଳଚଞ୍ଚଳ
- Hits: 50








