ହେଡଲାଇନସ୍:

ଦ୍ୱିତୀୟ ଦିନରେ ଓକିଲଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ :ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା (ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜରେ ସ୍ଥାୟୀ ହାଇକୋର୍ଟ ବେଂଚ ସ୍ଥାପନ ଦାବିରେ ଜିଲ୍ଲା ବାର ଆସୋସିଏସନର ଆନେ୍ଦାଳନ ଗତ ଗୁରୁବାର ଠାରୁ ଆରମ୍ଭ ହୋଇ ଶୁକ୍ରବାର ଦ୍ୱିତୀୟ ଦିବସରେ ପହଁଚିଛି । ଓକିଲମାନେ ଗତ ଗୁରୁବାର କାର୍ଯ୍ୟବନ୍ଦ ଆନେ୍ଦାଳନ କରିଥିବା ଯୋଗୁଁ କୋର୍ଟରେ କୌଣସି କାର୍ଯ୍ୟ ହୋଇ ପାରି ନଥିବା ବେଳେ ଆଜି ମଧ୍ୟ କୌଣସି କାର୍ଯ୍ୟ ହୋଇପାରି ନାହିଁ । ତେବେ ଏହି ସ୍ଥାୟୀ ବେଂଚ ସ୍ଥାପନ ଦାବିରେ ଓକିଲମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ୁଖରେ ଧାରଣାରେ ବସିବା ସହିତ ବିକ୍ଷୋଭ ଳପ୍ରଦର୍ଶନ କରିଥିଲେ । ଏହା ସହ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ,ଦୀଘ ଦିନ ହେବ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଉତର ଓଡିଶା ପାଇଁ ହାଇକୋର୍ଟର ଏକ ସ୍ଥାୟୀ ବେଂଚ ଖୋଲିବା ପାଇଁ ଦାବି ହୋଇ ଆସୁଛି । ହେଲେ ଏନେଇ ରାଜ୍ୟ ନା କେନ୍ଦ୍ର ସରକାର ଗୁରୁତ୍ୱ ଦେଉ ନାହାନ୍ତି । ଅପରପକ୍ଷେ ମୁଖ୍ୟମନ୍ତ୍ରୀ ନିକଟରେ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟର ବେଂଚ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କୁ ନିକଟକୁ ଚିଠି ଲେଖିଥିଲେ । ଏଥିରେ ଉତର ଓଡିଶା କଥା ଉଲ୍ଲେଖ କରିନଥିବାରୁ ମୟୂରଭଞ୍ଜ ଜିଲ୍ଲା ବାର ଆସୋସିଏସନ ଏହାକୁ ବିରୋଧ କରିଛି । ଏହାର ପ୍ରତିବାଦ ଓ ବାରିପଦା ଠାରେ ହାଇକୋର୍ଟ ବନ୍ଦ ପ୍ରତିଷ୍ଠା  ଦାବିରେ ଗୁରୁବାର ଠାରୁ ଓକିଲମାନେ କୋର୍ଟ ବନ୍ଦ କରିଛନ୍ତି । ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ  ହୋଇଥିବା ଏହି ଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ସଂଘ ସଭାପତି ପ୍ରବୀର କୁମାର ବସା,ସାଧାରଣ ସମ୍ପାଦକ ବିପ୍ଳବ ବାରିକ,ପୂର୍ବତନ ଜିଲ୍ଲା ଓକିଲ ସଂଘର ସଭାପତି ବିଜନ ଦାସ ଓ ପ୍ରଦୀପ ରଥ,ସସ୍ମିତା ଘୋାଷାଲ,ଜ୍ୟୋତି ପ୍ରକାଶ ରଥ,ଧୀରେନ୍ଦ୍ର ନାଥ ସାସମଲ,ବିଳାସ ରାମ,ଲିଙ୍ଗରାଜ ମିଶ୍ର,ଅରବିନ୍ଦ ଦାସ,ସୁନୀଲ କୁମାର  ଜେନା, ପ୍ରମୁଖଙ୍କ ସହ ଅନ୍ୟ ସଂଘର ଅନ୍ୟ ସଦସ୍ୟ ଏବଂ ଓକିଲମାନେ ଉପସ୍ଥିତ ଥିଲେ । 

  

0
0
0
s2sdefault