ହେଡଲାଇନସ୍:

ସ୍ମାର୍ଟ ସ୍କୁଲ ର ବାର୍ଷିକ ଉତ୍ସବ "ଦର୍ପଣ-୨୦୨୬ "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ଠାରେ ଆଜି ( ଶୁକ୍ରବାର) ପାରଳାଖେମୁଣ୍ଡି ର ଅଗ୍ରଣୀ ବିଦ୍ୟାଳୟ ସ୍ମାର୍ଟ ସ୍କୁଲ ର ବାର୍ଷିକ ଉତ୍ସବ " ଦର୍ପଣ -୨୬ " ଅନୁଷ୍ଠିତ ହୋଇଯାଇଛି | ବନ୍ଦନୀୟ ଅତିଥି ବୃନ୍ଦ ଯଥା ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା , ପାରଳାଖେମୁଣ୍ଡି ପୌର ପରିଷଦ , ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଗୁରୁ ଶ୍ରୀ ରଘୁନାଥ ପାତ୍ର , କାଶୀନଗର ବ୍ଲକ ସହାୟକ ଶିକ୍ଷା ଅଧିକାରୀ ଶ୍ରୀମତୀ ନର୍ମଦା ଦାସ ଏବଂ ପ୍ରିନ୍ସ ଡାନ୍ସ ଗ୍ରୁପ ର ନିର୍ଦ୍ଦେଶକ ଶ୍ରୀ କ୍ରିଷ୍ଣା ରେଡି ପ୍ରମୁଖ ଉପସ୍ଥିତ ରହି ଉତ୍ସବ ର ଶୋଭା କୁ ବହୁଗୁଣିତ କରିଥିଲେ।
ଜଗତ ର ନାଥ ଜଗନ୍ନାଥ ଙ୍କ ଆଶିଷ ଭିକ୍ଷା କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ବାର୍ଷିକ ଉତ୍ସବ ଆରମ୍ଭ କରାଯାଇଥିଲା। ସ୍କୁଲ ଏହି ବର୍ଷର "ଦର୍ପଣ-୨୬" କୁ ଜେଜେ ବାପା ଏବଂ ଜେଜେ ମା ଙ୍କ ନିମନ୍ତେ ଉଛର୍ଗୀତ କରିଥିଲା ଯାହା କୁ ଅଭିଭାବକ ମାନେ ଏକ ପ୍ରଶଂସିତ ଉଦ୍ୟମ ବୋଲି ଅଭିହିତ କରିଥିଲେ। ନିଜର ସ୍ୱାଗତ ଅଭିଭାଷଣ ରେ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର କୋମଳମତି ପିଲା ମାନଙ୍କ ଚରିତ୍ର ଗଠନ ରେ ଜେଜେବାପା ଏବଂ ଜେଜେମା ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ବିଦ୍ୟାଳୟ ର ବାର୍ଷିକ ବିବରଣୀ ଉପସ୍ଥାପିତ କରିଥିଲେ। ପରିଚାଳନା ସଦସ୍ୟା ସ୍ଵାଗତିକା ମିଶ୍ର ଗୁଣବତ୍ତା ଏବଂ ଦକ୍ଷତା
ଭିତ୍ତିକ ଶିକ୍ଷା ପ୍ରଣାଳୀ ଉପରେ ଦୃଷ୍ଟିପାତ କରାଇଥିଲେ ଏବଂ ଅଭିଭାବକ ମାନଙ୍କୁ ପିଲା ମାନଙ୍କର ଗୁଣବତ୍ତା ଶିକ୍ଷା ଉପରେ ଧ୍ୟାନ ଦେବା ନିମନ୍ତେ ଆହ୍ୱାନ କରିଥିଲେ। ଏଥି ସହିତ ଗୁଣବତ୍ତା ଶିକ୍ଷା ନିମନ୍ତେ ବିଦ୍ୟାଳୟ ରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟ ରେ ସମସ୍ତଙ୍କୁ ଅବଗତ କରାଇଥିଲେ।
ବିଦ୍ୟାଳୟ ର ଶିକ୍ଷା ପ୍ରଣାଳୀ ର ବିଭିନ୍ନତା ବିଷୟରେ ମୁଖ୍ୟ ଅତିଥି ନିର୍ମଳା ସେଠୀ ନିଜ ଅଭିଭାଷଣ ମାଧ୍ୟମ ରେ ପରି ପ୍ରକାଶ କରିଥିଲେ। ଶିକ୍ଷା ସହିତ ସଂସ୍କାର ଏବଂ ଉତ୍ତମ ଆଚରଣ ନିମନ୍ତେ ପିଲା ମାନଙ୍କୁ ଦିଆଯାଉଥିବା ବିଭିନ୍ନ ପ୍ରକଳ୍ପ ଭିତିକ କାର୍ଯ୍ୟକ୍ରମ କୁ ସେ ଉଚ୍ଚ ପ୍ରଶଂସା କରିଥିଲେ।
ସହାୟକ ଶିକ୍ଷା ଅଧିକାରୀ ନର୍ମଦା ଦାସ ଏହି ବିଦ୍ୟାଳୟ ର ଶିକ୍ଷା ଏବଂ ଚାରିତ୍ରିକ ଗଠନ ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରାଇଥିଲେ। ଯଦି ବିଦ୍ୟାଳୟ ର ପରିଚାଳନା ସଦସ୍ୟ ନିଜେ ଶିକ୍ଷା ନିମନ୍ତେ ଅଭିଳାଷି ଥିବେ ତେବେ ସେହି ଶିକ୍ଷା ଅନୁଷ୍ଠାନ ର ଶିକ୍ଷା ପ୍ରଣାଳୀ ନିଶ୍ଚିତ ଭାବରେ ଅଦ୍ୱିତୀୟ ହେବ ବୋଲି ସେ ଦୃଢୋକ୍ତି କରିଥିଲେ ଏବଂ ଏହାର ଶ୍ରେଷ୍ଠ ଉଦାହରଣ ସ୍ମାର୍ଟ ସ୍କୁଲ ବୋଲି ଦର୍ଶାଇଥିଲେ।
ଗୁରୁ ରଘୁନାଥ ପାତ୍ର ବିଦ୍ୟାଳୟ ର ଉନ୍ନତି, ପରିଚାଳନା ସଦସ୍ୟ ମାନଙ୍କର ଅକ୍ଲାନ୍ତ ପରିଶ୍ରମ ର ଫଳ ବୋଲି ଦର୍ଶାଇଥିଲେ। ଏହି ବିଦ୍ୟାଳୟ ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ବୋଲି ମଧ୍ୟ ସେ ଦର୍ଶାଇଥିଲେ। ପିଲାମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ମାନଙ୍କୁ ଅଭିଭୂତ କରିଦେଇଥିବା ଦର୍ଶାଇଥିଲେ ପ୍ରିନ୍ସ ଡାନ୍ସ ଗ୍ରୁପ ର ପ୍ରତିଷ୍ଠାତା ଶ୍ରୀ କ୍ରିଷ୍ଣା ରେଡି। ପ୍ରତିବର୍ଷ ବିଦ୍ୟାଳୟ ର ମାନଦଣ୍ଡ ର ଉନ୍ନତି ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ସେ ଜଣାଇଥିଲେ।
ଏହି ବାର୍ଷିକ ଉତ୍ସବ ଅବସରରେ ପରିଦର୍ଶିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମ ରେ ପିଲା ମାନେ " ସିନ୍ଦୁର ଅଭିଯାନ " ର ବୀରତ୍ୱ , " ନମାମି ଗଙ୍ଗା " ଏବଂ ଆହୁରି ବହୁତ ଭାବନା ଜଡିତ ନୃତ୍ୟ ପରିବେଷଣ କରିଥିଲେ। ସିନ୍ଦୁର ଅଭିଯାନ ରେ ଆମର ବୀର ସୈନିକ ମାନଙ୍କର ବୀରତ୍ୱ ଗାଥା କୁ ପିଲାମାନେ ବହୁତ ସୁନ୍ଦର ଭାବରେ ଉପସ୍ଥାପିତ କରିଥିଲେ ଏବଂ ଉପସ୍ଥିତ ସମସ୍ତ ଜନ ସାଧାରଣ ୧ ମିନଟ ର ନିରବ ପ୍ରାର୍ଥନା ମାଧ୍ୟମ ରେ ସହିଦ ହୋଇଥିବା ବୀର ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ମଂଚ ଆଲୋକ ପରିଚାଳନା ଶ୍ରୀ ରମାକାନ୍ତ ବରାଳ କରିଥିବା ବେଳେ ଚିତ୍ର ଉତ୍ତୋଳନ କୁ ଶ୍ରୀ ବେଣୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ର ସଫଳତା ରେ ଶ୍ରୀ ଜଗନ ପାଣିଗ୍ରାହୀ ଙ୍କ ଭୂମିକା ଅତ୍ୟନ୍ତ ପ୍ରସଂଶନୀୟ | ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ନୃତ୍ୟ ଗୁରୁ ଆକାଶ , ଶୁଭେନ୍ଦୁ ସେନାପତି ଏବଂ ବିଷ୍ଣୁ ପ୍ରିୟା ଜେନା ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀମତୀ ସ୍ଵାଗତିକା ମିଶ୍ର , ଶ୍ରୀମତୀ ଲିନା କର , ଶ୍ରୀ ହରିଶ ଚନ୍ଦ୍ର ସାହୁକାର , ଶ୍ରୀ ପବନ ସାହୁକାର , ଶ୍ରୀମତୀ ରଞ୍ଜିତା ପଟ୍ଟନାୟକ , ଶ୍ରୀ ମନୋଜ କୁମାର କର ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀ ଅତି ସୁଚାରୁ ରୂପେ ପରିଚାଳନା କରିଥିଲେ। ଶାନ୍ତି ଶୃଙ୍ଖଳା ପରିଚାଳନା ରେ ଗଜପତି ସିକୁରିଟି କର୍ମକର୍ତା ଙ୍କ କାର୍ଯ୍ୟ ପ୍ରସଂଶନୀୟ ରହିଥିଲା।

0
0
0
s2sdefault