ହେଡଲାଇନସ୍:

ଏକତାର ସନ୍ଦେଶ ନେଇ ଓଡ଼ଗାଁରେ ପଦଯାତ୍ରା,କବାଡ଼ି ଖେଳର ବିଜେତାଙ୍କୁ ପୁରସ୍କୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୩।୨(ଶ୍ରୀକାନ୍ତ କୁମାର ମିଶ୍ର): ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମଦିବସ ଅବସରରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଆନୁକୂଲ୍ୟରେ ଶୁକ୍ରବାର ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତିବାଳା ରଣା ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ମିନୀ ପ୍ରଧାନଙ୍କ ସହ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ମିଶନ ଶକ୍ତିର ମହିଳାମାନେ ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ଏକତ୍ରିତ ହୋଇ ପଦଯାତ୍ରାରେ ବାହାରିଥିଲେ। ଏକତାର ସନ୍ଦେଶ ଗାନ କରି ଶୋଭାଯାତ୍ରା ଶ୍ରୀ ରଘୁନାଥ ଜିଉ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ପୁନଃ ବ୍ଲକ କାର୍ଯ୍ୟାଳୟକୁ ଫେରିଥିଲା।
ପରେ ଆୟୋଜିତ ସଭାରେ “ଏକ ଭାରତ, ଶ୍ରେଷ୍ଠ ଭାରତ” ଧାରଣା ଓ ଜାତୀୟ ଏକତା ସମ୍ପର୍କରେ ମତବିନିମୟ ହୋଇଥିଲା। ଏହି ଅବସରରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆୟୋଜିତ କବାଡ଼ି ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀ ଦଳମାନଙ୍କୁ ସମ୍ମାନିତ କରାଯାଇଥିଲା।
ବାଳକ ବର୍ଗରେ ସରକାରୀ ଉଚ୍ଚ ବିଦ୍ୟାଳୟ କୋମଣ୍ଡ ପ୍ରଥମ ଓ ସରକାରୀ ରଘୁନାଥ ଉଚ୍ଚ ବିଦ୍ୟାଳୟ, ଓଡ଼ଗାଁ ଦ୍ୱିତୀୟ ସ୍ଥାନ ଲାଭ କରିଥିଲେ। ବାଳିକା ବର୍ଗରେ ପିଏମ୍ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଓଡ଼ଗାଁ ପ୍ରଥମ ଏବଂ ଆନନ୍ଦ ସାହୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୁରାଳ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦଳଙ୍କୁ ପୁରସ୍କୃତ କରାଯାଇଥିଲା।

0
0
0
s2sdefault